ପାଣ୍ଡିଆନଙ୍କ ବଡ଼ ଘୋଷଣା; ମୁଁ ରାଜନୀତିରୁ ସନ୍ୟାସ ନେବି ଯଦି...
 

VK Pandians big announcement I will quit politics if BJD government does not come in state
ରାଜନୀତିରୁ ସନ୍ନ୍ୟାସ ନେବେ ପାଣ୍ଡିଆନ୍‍!
 

ଓଡ଼ିଆ ଗସିପ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ନେଇ ରାଜନୀତି ଦିନକୁ ଦିନ ସରଗରମ ହେବାରେ ଲାଗିଛି । ବିଶେଷକରି ଓଡ଼ିଶାରେ ବିଜୁ ଜନତା ଦଳର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭି କେ ପାଣ୍ଡିଆନ୍‍ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଚ୍ୟାଲେଞ୍ଜ୍ ଦେଇଛନ୍ତି। ଯଦି ରାଜ୍ୟରେ ପରିବର୍ତ୍ତନର ହାଓ୍ୱା ନବୀନଙ୍କୁ ବହୁମତରୁ ବଞ୍ଚିତ କରାଏ ଏବଂ ସେ ସରକାର ନକରିପାରନ୍ତି ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି ପାଣ୍ଡିଆନ୍‍। 

ଅଧିକ ପଢନ୍ତୁ : ଏହି ସବୁ କାରଣ ପାଇଁ ହୋଇଥାଏ ହାର୍ଟ ଆଟାକ୍! ବେଳ ଥାଉ ଥାଉ ସତର୍କ ରହନ୍ତୁ ଓ ହାର୍ଟ ଆଟାକକୁ ଚିହ୍ନନ୍ତୁ 

ଏପରିକି କେନ୍ଦ୍ରମନ୍ତ୍ରୀଙ୍କ ସାହସ ଥିଲେ ଏପରି ଘୋଷଣା କରନ୍ତୁ ବୋଲି ବ୍ରଜରାଜ ନଗରରେ ପ୍ରଚାର ସଭାବୁ ଉଦବୋଧନ ଦେବା ବେଳେ ସେ ଏହି ଆହ୍‍ୱାନ ଦେଇଛନ୍ତି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବାକଯୁଦ୍ଧ ରାଜନୀତିକୁ ଆହୁରି ରୋଚକ କରୁଛି ।

ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍‌ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...

ଝାରସୁଗୁଡ଼ା ଲଖନପୁରରେ କେନ୍ଦ୍ରମନ୍ତ୍ରୀଙ୍କୁ ସିଧାସଳଖ ଚାଲେଞ୍ଜ କରିଛନ୍ତି ଭିକେ ପାଣ୍ଡିଆନ । ସେ କହିଛନ୍ତି, ଚଳିତ ନିର୍ବାଚନ ପରେ ଯଦି ବିଜେଡି ସରକାର ନ ଆସେ, ମୁଖ୍ୟମନ୍ତ୍ରୀ ନବୀନ ପୁଣି ଥରେ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି, ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ । କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ଯଦି ବିଜେପି ସରକାର ନ ଆସେ ତେବେ ସେ ରାଜନୀତି ଛାଡ଼ି ଦେବେ କି ? ଏକଥା ଖୋଲାଖୋଲି ଘୋଷଣା କରିବାକୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ ।

ଗତ କିଛି ଦିନ ହେବ ଭିକେ ପାଣ୍ଡିଆନ୍ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ରାଜେନୖତିକ ବାକଯୁଦ୍ଧ ଓଡ଼ିଶା ରାଜନୀତିକୁ ଆହୁରି ସରଗରମ କରିଛି । ତେବେ ବର୍ତ୍ତମାନ ପାଣ୍ଡିଆନଙ୍କ ଏହି ଆଟାକ୍ ରାଜ୍ୟ ରାଜନୀତିରେ ହଲଚଲ ଆରମ୍ଭ କରିଛି । 

ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 
 

Share this story