ଏହି ୪ ଲୋକଙ୍କ ସହ ରହିଲେ ସହିବେ ଖାଲି ଦୁଃଖ ହିଁ ଦୁଃଖ! ଜୀବନ କରିଦେବେ ନର୍କ
 

As Per chanakya niti Do not waste your time with such people by which you will get in trouble
ଏହି ୪ ଲୋକଙ୍କ ସହ ରହିଲେ ସହିବେ ଦୁଃଖ!
 

ଓଡ଼ିଆ ଗସିପ୍ ବ୍ୟୁରୋ: “ଚାଣକ୍ୟ ନୀତି” ଓ “ଅର୍ଥଶାସ୍ତ୍ର” ଚାଣକ୍ୟଙ୍କ ଦ୍ଵାରା ରଚିତ ଗୋଟିଏ ଗୋଟିଏ ନୀତିଗ୍ରନ୍ଥ ଅଟେ । ଏଥିରେ ଜୀବନ କୁ ସଫଳ ଏବଂ ସୁଖମୟ ବନାଇବା ପାଇଁ ଉପଯୋଗୀ ଉପାୟ ମାନ ବର୍ଣ୍ଣନା କରାଯାଇଅଛି । ଏହି ଗ୍ରନ୍ଥର ମୁଖ୍ୟ ଉଦେଶ୍ୟ ମାନବ ସମାଜକୁ ଉଚିତ ଦିଗ ଦେଖାଇବା ଉପରେ ଆଧାରିତ । 

ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଜିଏକି ନିଜର ନୀତି ବାଣୀ ମାଧ୍ୟମରେ ଚନ୍ଦ୍ରଗୁପ୍ତ ମୋରୟା ଙ୍କୁ ରାଜା ର ଗାଦି ରେ ବସାଇ ଦେଇଥିଲେ । ତାଙ୍କର ନୀତିକୁ ଆଜି ମଧ୍ୟ ଲୋକଙ୍କ ମାର୍ଗଦର୍ଶନ କରୁଛି । ଚାଣକ୍ୟଙ୍କୁ ଅର୍ଥନୀତି, ରାଜନୀତି ଏବଂ କୂଟନୀତିରେ ଚାଣକ୍ୟଙ୍କୁ ଶ୍ରେଷ୍ଠ ବ୍ୟକ୍ତିତ୍ୱ ଭାବରେ ବିବେଚନା କରାଯାଏ । ଭାରତୀୟ ଇତିହାସରେ ଚାଣକ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଅଧିକ ପଢନ୍ତୁ : ମାରାତ୍ମକ ରୋଗ ଲୋ’ ବ୍ଲଡପ୍ରେସର ରୁ ରକ୍ଷା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ...

ଆଚାର୍ଯ୍ୟ ଚାଣକ୍ୟଙ୍କ ନୈତିକତା ମାନବ ଜୀବନ ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ବିବେଚନା କରାଯାଏ । ଏଥିରେ, ଆଚାର୍ଯ୍ୟ ଚାଣକ୍ୟ ମାନବ ଜୀବନର ଅନେକ ରହସ୍ୟ ବିଷୟରେ କହିଛନ୍ତି, ଯାହା ବୁଝିବା ଦ୍ୱାରା ଯେକୌଣସି ବ୍ୟକ୍ତି ତାଙ୍କ ଜୀବନକୁ ସହଜରେ ଖୁସି ଏବଂ ସଫଳ କରିପାରିବେ । ଆଜି ଆମେ ଆପଣଙ୍କୁ ତାଙ୍କର ଏକ ବିଶ୍ଳେଷଣ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ସେ ଏହି ୪ ବ୍ୟକ୍ତିଙ୍କ ଠାରୁ ଦୁରେଇ ରହିବା ପାଇଁ କହିଛନ୍ତି । 

ଚାଣକ୍ୟଙ୍କ ବିଶ୍ବାସ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ଏମାନଙ୍କଠୁ ଦୂରେଇ ରହିବେ, ତେବେ ଜୀବନରେ ଖୁସିରେ ରହିପାରିବେ। ଯଦି ଏହି ୪ ବ୍ୟକ୍ତିଙ୍କ ଠାରୁ ଆପଣ ନ ଦୂରେଇବେ, ତେବେ ସବୁବେଳେ ସମସ୍ୟା ଘେରରେ ବୁଡ଼ି ରହିବେ। ଆସନ୍ତୁ ଜାଣିବା ଏହି ୪ ବ୍ୟକ୍ତିଙ୍କ ବିଷୟରେ…

ଅଧିକ ପଢନ୍ତୁ : ଲିଭର ଫେଲ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏହି ସବୁ ଲକ୍ଷଣ, ଜାଣନ୍ତୁ ଏବଂ ସାବଧାନ ହୋଇଯାଆନ୍ତୁ 

  • ଚାଣକ୍ୟଙ୍କ ଅନୁଯାୟୀ ମୂର୍ଖ ଶିଷ୍ୟଙ୍କୁ ଉପଦେଶ ଦେଲେ କୌଣସି ଲାଭ ମିଳିବ ନାହିଁ। ଏହପରି ମୂର୍ଖ ବ୍ୟକ୍ତିଙ୍କ ପଛରେ ସମୟ ନଷ୍ଟ କଲେ ଆପଣ ଜୀବନରେ ସବୁବେଳେ କଷ୍ଟରେ ରହିବେ।
  • ଚାଣକ୍ୟ ଏପରି ମହିଳାଙ୍କୁ ମଧ୍ୟ ଭୁଲ ବୋଲି କହିଛନ୍ତି ଯେଉଁମାନେ କେବଳ ନିଜର କାମ କରନ୍ତି ଆଉ ଘରେ କାହାରି କଥାକୁ ଖାତିର କରନ୍ତିନାହିଁ। ଏମିତି ଲୋକ ଯେଉଁମାନେ ସବୁବେଳେ ଟଙ୍କା ବିଷୟରେ କେବଳ ଭାବନ୍ତି, ଏଭଳି ଲୋକଙ୍କଠୁ ଦୂରେଇ ରହିବା ଠିକ୍।
  • ଚାଣକ୍ୟ ଏମାନଙ୍କୁ କେବଳ ନିଜର ଧନ ନଷ୍ଟ ହେବାର ଚିନ୍ତା ରହିଥାଏ। ଏମାନେ ଆପଣଙ୍କ ଚିନ୍ତା କେବେ ବି କରନ୍ତିନାହିଁ। ଏପରି ଲୋକ ସବୁବେଳେ କଷ୍ଟରେ ଘେରି ରହିବେ। କାରଣ ଏମାନେ ନିଜର ଧନ ସଠିକ୍ କାମରେ ବ୍ୟବହାର କରିପାରନ୍ତି ନାହିଁ।
  • ଚାଣକ୍ୟ ନିଜ ନୀତିବାଣୀରେ କହିଛନ୍ତି ଯେ ଆମକୁ ଏଭଳି ବ୍ୟକ୍ତିଙ୍କଠୁ ମଧ୍ୟ ଦୂରେଇ ରହିବା ଉଚିତ୍। ଯେଉଁମାନେ ନିଜ ସମସ୍ୟା ବିଷୟରେ କହି କହି ଆପଣଙ୍କୁ ମଧ୍ୟ ସମସ୍ୟାରେ ପକାଇ ଦିଅନ୍ତି।

ଅଧିକ ପଢନ୍ତୁ : ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ରୋଗ ଥିବା ଲୋକମାନେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...
 

Share this story