ଅନୁଭବଙ୍କ ବିରୋଧରେ କଟକ ଜେଏମଏଫସି ଜାରି କଲେ NBW (ଜାମିନବିହୀନ ଗିରଫ ପରୱାନା), ଜାଣନ୍ତୁ କାହିଁକି ?
 

NBW issued against Anubhav Mohanty for non-appearance in court
ଗିରଫ ହେବେ ଅନୁଭବ! 
 

ଓଡ଼ିଆ ଗସିପ୍ ବ୍ୟୁରୋ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆଜି ବି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇନାହାନ୍ତି। ଏଣୁ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି। ଅନୁଭବଙ୍କ ବିରୋଧରେ କଟକ ଜେଏମଏଫସି  ଜାରି କରିଛି NBW(ଜାମିନ ବିହୀନ ଗିରଫ ପରୱାନା)। 

ଅଧିକ ପଢନ୍ତୁ : କୌଣସି ବିଷୟକୁ ନେଇ ଚିନ୍ତାରେ ରହିବା ସହ ସମସ୍ୟା ଘେରରେ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ କଟକ ଜେଏମଏଫସି (MP, MLA) କୋର୍ଟ ତାଙ୍କ ନାଁରେ NBW ଜାରି କରିଛି। ପୁରୀଘାଟ ଥାନାରେ ରୁଜୁ ମାମଲାରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି।

ଅଧିକ ପଢନ୍ତୁ : ମେଷ ରାଶିରେ ମଙ୍ଗଳ ଚଳନ ଯୋଗୁଁ ସୃଷ୍ଟି ହେବ ରୁଚକ ରାଜଯୋଗ, ବଦଳିବ ଏହି ୪ ରାଶିର ଆର୍ଥିକ ସ୍ଥିତି!

ପୁରୀଘାଟ ଥାନାରେ ରୁଜୁ ମାମଲାରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିଲା, ହେଲେ ଆଗରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓକିଲଙ୍କ ଜରିଆରେ ସେ କୋର୍ଟଙ୍କୁ ସମୟ ମାଗିଥିଲେ। ଚାର୍ଜଫ୍ରେମ ପାଇଁ ହାଜର ନହେବାରୁ ଏନବିଡବ୍ଲୁ ଜାରି କଲେ କୋର୍ଟ । ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ପୁରୀଘାଟ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 
 

Share this story