ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 
 

What are the 6 worst foods for diabetics
ଏହି ୬ ଟି ଖାଦ୍ୟ ମଧୁମେହର ମୂଳ କାରଣ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ମଧୁମେହ ବା ଡାଇସେଟିସ୍ ଏତେ ସାଧାରଣ ହୋଇଗଲାଣି ଯେ ଯୁବପିଢ଼ି ମଧ୍ୟ ଏହାର ଶିକାର ହେଉଛନ୍ତି। ଖରାପ ଖାଇବା ଅଭ୍ୟାସ ଏବଂ ଜୀବନଶୈଳୀ ହେତୁ ଅଧିକାଂଶ ଲୋକ ମଧୁମେହର ଶିକାର ହେଉଛନ୍ତି। ଡାଇସେଟିସ୍ ରୋଗ ହେଲେ ଏହି ରୋଗ ଜୀବନରେ ଥରେ ହେବା ମାତ୍ରେ ପିଛା ଛାଡେ ନାହିଁ ।

ମଧୁମେହ ବଂଶଗତ କାରଣ ପାଇଁ ହୋଇପାରେ, ହେଲେ ଖାସକରି ଆମ ଜୀବନ ଶେଳୀରେ ଥିବା ଖାଦ୍ୟ ପାନୀୟ ପାଇଁ ହୋଇଥାଏ । ସେଥିପାଇଁ ନିଜ ଖରାପ ଅଭ୍ୟାସକୁ ବଦଳାନ୍ତୁ ନଚେତ ଆପଣଙ୍କୁ ମଧ୍ୟ ହୋଇପାରେ ମଧୁମେହ ରୋଗ ।

ଡାଇବେଟିସ୍ ହୁଏ ଯେତେବେଳେ ଶରୀର ଯଥେଷ୍ଟ ଇନସୁଲିନ୍ ଉତ୍ପାଦନ କରିପାରିବ ନାହିଁ କିମ୍ବା ଇନସୁଲିନ୍ ପ୍ରଭାବଶାଳୀ ଭାବରେ ବ୍ୟବହାର କରିପାରିବ ନାହିଁ, ଯାହାଦ୍ୱାରା ରକ୍ତରେ ଗ୍ଲୁକୋଜର ମାତ୍ରା ବୃଦ୍ଧି ପାଇଥାଏ। ପ୍ରାଥମିକ ନିରାକରଣ ଏବଂ ପ୍ରଭାବଶାଳୀ ପରିଚାଳନା ପାଇଁ ମଧୁମେହର ଲକ୍ଷଣଗୁଡିକ ଚିହ୍ନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଡାଇବେଟିସ୍ ଦୁଇପ୍ରକାରର ହୋଇଥାଏ - ପ୍ରକାର ୧ ଏବଂ ପ୍ରକାର ୨ । ପ୍ରକାର ୧ ଡାୟବେଟିସରେ ଶରୀର ସମ୍ପୂର୍ଣ୍ଣ ଇନସୁଲିନ ନିର୍ଗତ କରିପାରେ ନାହିଁ, ଆଉ ପ୍ରକାର ୨ ରେ ଶରୀର ଯଥେଷ୍ଟ ଇନସୁଲିନ ନିର୍ଗତ କରିପାରେ ନାହିଁ କିମ୍ବା ତାହା ଠିକ୍ ଭାବେ ବ୍ୟବହାର କରିପାରେନାହିଁ ।

ଏପରି ଅବସ୍ଥାରେ ଖାଦ୍ୟ ଚୟନ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଡାୟବେଟିସ ରୋଗୀମାନଙ୍କୁ କିଛି ଖାଦ୍ୟ ପଦାର୍ଥ ଖାଇବାରୁ ଦୂରେଇ ରହିବା ଉଚିତ୍ । ଏଗୁଡିକ ହେଲା:

ଅଧିକ ପଢନ୍ତୁ : ଏହି ସବୁ କାରଣ ପାଇଁ ହୋଇଥାଏ ହାର୍ଟ ଆଟାକ୍! ବେଳ ଥାଉ ଥାଉ ସତର୍କ ରହନ୍ତୁ ଓ ହାର୍ଟ ଆଟାକକୁ ଚିହ୍ନନ୍ତୁ 

୧. ଟ୍ରାନସ୍ ଫ୍ୟାଟ୍: ଟ୍ରାନ ଫ୍ୟାଟ୍ ଦୁଇପ୍ରକାର ହୋଇଥାଏ - ପ୍ରଥମ ଟି ପ୍ରାଣୀଜାତ ପଦାର୍ଥରୁ ମିଳିଥାଏ ଏବଂ ଦ୍ୱିତୀୟଟି କୃତ୍ରିମ ହାଇଡ୍ରୋଜେନେଟେଡ୍ ବନସ୍ପତି ତେଲ୍ । ଏଗୁଡିକ ମନୁଷ୍ୟ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ । ଗୁରୁତର ପରିଣାମ ଭୋଗିବାକୁ ପଡିପାରେ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।

୨. ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ୍ ବିଶିଷ୍ଟ ଫଳ: ଡାୟବେଟିଜ ରୋଗୀମାନେ ନିମ୍ନ ଗ୍ଲାଇସେମିକ୍ ଇଣ୍ଡେକ୍ସ୍ ବିଶିଷ୍ଟ ଫଳଗୁଡିକ ଖାଇବା ଉଚିତ୍ । ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ୍ର ଅର୍ଥ ହେଉଛି ଫଳରେ ଅଧିକ କାର୍ବୋହାଇଡ୍ରେଟ୍ ଅଛି । ବେରୀ, ଗ୍ରେପ୍ଫ୍ରୁଟ୍,କମଳା, ନାଶ୍ପାତି, ସନ୍ତ୍ରା ଓ ଆଳୁଚନା ପ୍ରଭୃତି ନିମ୍ନ ଗ୍ଲାଇସେମିକ୍ ଇଣ୍ଡେକ୍ସ୍ ବିଶିଷ୍ଟ ଫଳ ତାଲିକାଭୁକ୍ତ ।

୩. ରିଫାଇଣ୍ଡ ମଇଦା: ରିଫାଇଣ୍ଡ ମଇଦା ଅର୍ଥାତ୍ ଚୋକା ପିଠା ଡାୟବେଟିଜ ପାଇଁ ଖୁବ୍ କ୍ଷତିକାରକ । ଶରୀରରେ ପ୍ରବେଶ କରିବା ପରେ ଏହା ଶୀଘ୍ର ଗ୍ଲୁକୋଜକୁ ପରିବର୍ତ୍ତିତ ହୋଇଯାଏ ଏବଂ ରକ୍ତରେ ଶର୍କରାର ମାତ୍ରା ବଢ଼ାଇଦିଏ । ଏଣୁ ଏହା ପରିହାର କରିବା ଭଲ ।

୪. ଛଣା ଖାଦ୍ୟ: ଛଣା ଖାଦ୍ୟପଦାର୍ଥରେ ଚର୍ବି ଭରପୁର ପରିମାଣରେ ଥାଏ। ଚର୍ବି ଧୀର ଗତିରେ ପଚିତ ହୁଏ, ଏଣୁ ରକ୍ତରେ ଗ୍ଲୁକୋଜର ପରିମାଣ ବଢ଼ିଯାଇପାରେ। ଡାୟବେଟିଜ୍ ରୋଗୀମାନଙ୍କୁ ଏପରି ଖାଦ୍ୟ ପରିହାର କରିବା ଉଚିତ୍।

ଅଧିକ ପଢନ୍ତୁ : କେମିତି ଜାଣିବେ ହୋଇଛି କି ପେଟ କ୍ୟାନସର ? ହେବା ପୂର୍ବରୁ ଦେଖାଦିଏ ଏସବୁ ଲକ୍ଷଣ 

୫. ମଦ୍ୟପାନ: ଡାୟବେଟିସ ରୋଗୀଙ୍କ ପାଇଁ ମଦ୍ୟପାନ ସର୍ବଥା ନିଷିଦ୍ଧ। କାରଣ ଏହା ଡାୟବେଟିଜ୍ ରୋଗୀଙ୍କ ପାଇଁ ସର୍ବାପେକ୍ଷା ଖରାପ ଖାଦ୍ୟ ପଦାର୍ଥଗୁଡିକ ମଧ୍ୟରୁ ଅନ୍ୟତମ। ଖାଲି ପେଟରେ ମଦ୍ୟପାନ କଲେ, ଶରୀରରେ ଗ୍ଲୁକୋଜର ମାତ୍ରା କମ୍ ହୋଇଯାଇପାରେ ଏବଂ ପରିସ୍ଥିତି ଗୁରୁତର ହୋଇପାରେ। ଏଣୁ ମଦ୍ୟପାନ ନିଷିଦ୍ଧ ଅଟେ।

୬. ମିଷ୍ଟାନ୍ନ: ମିଷ୍ଟାନ୍ନଗୁଡିକରେ ଉଚ୍ଚ ପରିମାଣର କାର୍ବୋହାଇଡ୍ରେଟ୍ ଥାଏ ଯାହା ରକ୍ତରେ ଗ୍ଲୁକୋଜର ମାତ୍ରା ବଢ଼ାଇଦିଏ। ମିଠାପଦାର୍ଥ ଖାଇବା ସମ୍ପୂର୍ଣ୍ଣ ବାରଣ ନାହିଁ, କିନ୍ତୁ ସୀମିତ ପରିମାଣରେ ଖାଇବାକୁ ହେବ। ଗ୍ଲୁକୋଜର ମାତ୍ରା ନିୟନ୍ତ୍ରଣରେ ରଖିବା ଆବଶ୍ୟକ।

ଡାୟବେଟିସ ରୋଗୀମାନଙ୍କୁ ଖାଦ୍ୟଚୟନରେ ସାବଧାନ ରହିବାକୁ ପଡିବ। ଉପଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ରୋଗ ନିୟନ୍ତ୍ରଣରେ ରହିପାରିବ। ଅନ୍ୟଥା ସ୍ଥିତି ଆହୁରି ଖରାପ ହୋଇପାରେ। ଏଥିପାଇଁ ସଚେତନତା ସହିତ ବିଶେଷଜ୍ଞଙ୍କ ପରାମର୍ଶ ଆବଶ୍ୟକ। 

ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍‌ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...
 

Share this story