ଏହି ସବୁ କାରଣ ପାଇଁ ହୋଇଥାଏ ହାର୍ଟ ଆଟାକ୍! ବେଳ ଥାଉ ଥାଉ ସତର୍କ ରହନ୍ତୁ ଓ ହାର୍ଟ ଆଟାକକୁ ଚିହ୍ନନ୍ତୁ 
 

Causes of heart attack
ଏହି ସବୁ କାରଣ ପାଇଁ ହୋଇଥାଏ ହାର୍ଟ ଆଟାକ୍!

ଓଡ଼ିଆ ଗସିପ୍ ବ୍ୟୁରୋ: ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ନିକଟରେ ଘଟିଥିବା କିଛି ଘଟଣାକୁ ଆଧାର କରି ଏକ ରିପୋର୍ଟ ପ୍ରକାଶ ପାଇଛି ଯେ ଖାଲି ବୟସ୍କ ନୁହନ୍ତି, ଯୁବକମାନେ ମଧ୍ୟ ହୃଦଘାତରେ ମୃତ୍ୟୁମୁଖରେ ପଡୁଛନ୍ତି । ଖାଲି ପଚାଶ ବର୍ଷ ବୟସରୁ ଉର୍ଦ୍ଧ୍ୱ ନୁହେଁ, ଚାଳିଶି ବର୍ଷରୁ କମ ବୟସର ଲୋକ ମଧ୍ୟ ହୃତଘାତର ଶିକାର ହେଉଛନ୍ତି । 

ଖାଲି ସେତିକି ନୁହେଁ ବରଂ ମହିଳାମାନଙ୍କ ମଧ୍ୟ ହାର୍ଟ ସହ ଜଡ଼ିତ ରୋଗର ଆଶଙ୍କା ଆଜିକାଲି ସମୟରେ ବଢିବାକୁ ଲାଗିଛି । ତେବେ ଏହି ରୋଗର ସାମ୍ନା ସେତେବେଳେ କରିବାକୁ ପଡ଼ିଥାଏ ଯେତେବେଳେ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ଏବଂ ଅମ୍ଳଜାନ ହାର୍ଟ ପାଖକୁ ପହଁଚି ନଥାଏ । ଧମନୀରେ କୋଲେକଷ୍ଟ୍ରୋଲ ଜମା ହେବା କାରଣ ମଧ୍ୟ ହୃଦୟ ସହିତ ସମ୍ବନ୍ଧିତ ରୋଗ ପରି ହାର୍ଟ ଆଟାକ ଏବଂ ଷ୍ଟ୍ରୋକ୍ ଆଦି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । 

ବର୍ତ୍ତମାନ ସମୟରେ ହାର୍ଟ ଆଟାକ ଏକ ଗମ୍ଭୀର ରୋଗର ରୂପ ନେଇଛି । ପରିବର୍ତ୍ତିତ ଓ ଖରାପ ଜୀବନଶୈଳୀ ତଥା ଖାଦ୍ୟପେୟର ଅନିୟମିତତା କାରଣରୁ ଭାରତରେ ହାର୍ଟ ଆଟାକର ଆଶଙ୍କା ବଢ଼ିବାରେ ଲାଗିଛି। 

ଅଧିକ ପଢନ୍ତୁ : ଆପଣଙ୍କ ହୋଇଛି କି କିଡନୀ ଷ୍ଟୋନ୍ ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା 

ହାର୍ଟ ଆଟାକର କାରଣ:

- ୪୫ ବର୍ଷରୁ ଅଧିକ ବୟସ୍କ ପୁରୁଷ ଓ ୫୫ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କଠାରେ ସାଧାରଣତଃ ହୃଦଘାତ ର ଆଶଙ୍କା ଅଧିକ।

-ଆପଣଙ୍କ ପରିବାରରୁ କାହାକୁ ଯଦି ହୃଦଘାତ ହୋଇଥାଏ, ତେବେ ହାର୍ଟ ଆଟାକର ରିସ୍କ ଅଧିକ ଥାଏ।

-ସମୟ ସହିତ, ଉଚ୍ଚ ରକ୍ତଚାପ ଆପଣଙ୍କ ଧମନୀକୁ ନଷ୍ଟ କରିଦିଏ ଫଳରେ ହାର୍ଟକୁ ରକ୍ତ ଅମ୍ଳଜାନ ମିଳିପାରି ନଥାଏ। ଫଳରେ ହୃଦଘାତ ହେବାର ଆଶଙ୍କା ଅଧିକ।

-ଖରାପ କୋଲେଷ୍ଟେରୋଲ ଧମନୀକୁ ସଙ୍କୋଚିତ କରିଦିଏ, ଯାହା ହାର୍ଟ ଆଟାକର କାରଣ ହୋଇଥାଏ।

-ଡାଇବେଟିସ୍‌, ଧୂମପାନ, ମେଦବହୁଳତା, ବ୍ୟାୟାମର ଅଭାବ, ମଦ୍ୟପାନ, ଚାପ ଓ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ମଧ୍ୟ ହାର୍ଟ ଆଟାକର କାରଣ ହୋଇଥାଏ।

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ

ହାର୍ଟ ଆଟାକର ଚିକିତ୍ସା :

ଯଦି ଆପଣ ହାର୍ଟ ଆଟାକର କୌଣସି ଲକ୍ଷଣ ବିଷୟରେ ଜାଣିବାକୁ ପାଉଛନ୍ତି, ତେବେ ତୁରନ୍ତୁ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ । ପ୍ରଥମେ ଡାକ୍ତର ଆପଣଙ୍କର ରକ୍ତଚାପ ଯାଞ୍ଚ କରିବେ । ଏହାଛଡ଼ା ଡାକ୍ତର ଆପଣଙ୍କର ଇସିଜି ଓ ରକ୍ତ ପରୀକ୍ଷା କରିବେ ।

ଯଦି ଆପଣଙ୍କର ହୃଦଘାତ ହୋଇଛି କିମ୍ବା ଅଛି, ତେବେ ଡାକ୍ତର ଆପଣଙ୍କର ଅତିରିକ୍ତ ପରୀକ୍ଷା ମଧ୍ୟ କରିପାରନ୍ତି, ଯେପରିକି ଛାତି ଏକ୍ସରେ,  ଇକୋକାର୍ଡିଓଗ୍ରାମ୍‌ , ଆଞ୍ଜିଓଗ୍ରାମ୍‌ , କାର୍ଡିଆକ୍‌ ସିଟି ତଥା ଏମଆରଆଇ । ଏହାକୁ ଆଧାର କରି ଡାକ୍ତର ଚିକିତ୍ସା କରିଥାନ୍ତି ।

କିଛି ଲୋକ ହାର୍ଟ ଆଟାକର ଲକ୍ଷଣକୁ ଥକ୍କାପଣ ବା ପ୍ରେସର ବୋଲି ଦର୍ଶାଇ ଚିକିତ୍ସା କରିବାରେ ବିଳମ୍ବ କରିଥାନ୍ତି । ମନେରଖନ୍ତୁ, ଚିକିତ୍ସା ବିଳମ୍ବରେ ହେଲେ ହାର୍ଟର ମାଂସପେଶୀରେ ଅଧିକ କ୍ଷତି ହୋଇ ଏହାର କାର୍ଯ୍ୟ କ୍ଷମତାକୁ କମାଇ ଦେଇଥାଏ । ସେତେବେଳକୁ ନେଡ଼ି ଗୁଡ଼ କହୁଣୀକୁ ବୋହିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଯାଇଥିବ । ତେଣୁ ବେଳ ଥାଉ ଥାଉ ସତର୍କ ରହନ୍ତୁ, ହାର୍ଟ ଆଟାକକୁ ଚିହ୍ନନ୍ତୁ । 

ଅଧିକ ପଢନ୍ତୁ : ବ୍ରେନ୍ ହାମରେଜ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏସବୁ ସଙ୍କେତ, ଜାଣନ୍ତୁ ସେହି ଲକ୍ଷଣ ବିଷୟରେ 

( Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)


 


 

Share this story