ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍‌ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...

What Your Nails Say About Your Health
ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍‌ ଅଛି କି ନାହିଁ ?

ଓଡ଼ିଆ ଗସିପ୍ ବ୍ୟୁରୋ: ଖରାପ ଖାଦ୍ୟ ପଦାର୍ଥ ଓ ଅନ ହେଲଦି ଲାଇଫ ଷ୍ଟାଇଲ କାରଣରୁ ଆଜିକାଲି ଖୁବ କମ ବୟସରେ ମଧ୍ୟ ଲିଭର କ୍ଷତିଗ୍ରସ୍ତ ହୋଇ ଯାଉଛି l ଏବଂ ଲିଭର ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖିବାକୁ ମିଳୁଛି l ଆମ ଶରୀରର ଥିବା ଅଙ୍ଗପ୍ରତ୍ୟଙ୍ଗ ଆମ ସ୍ୱାସ୍ଥ୍ୟ ବିଷୟରେ ଅନେକ ସୂଚନା ଦେଇଥାନ୍ତି । ଆଜି ଆମେ ଆପଣଙ୍କୁ କିଛି ଏଭଳି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ଲିଭର ଅସୁସ୍ଥ ବୋଲି ଜାଣି ପାରିବେl 

ଯେମିତିକି ଆପଣ ଜାଣିଛନ୍ତି ଯେ ଆଖି, ଚର୍ମ, ନଖ, ମାଂସପେଶୀରୁ ଡାକ୍ତରମାନେ ଅନେକ ରୋଗର ନିଦାନ କରିପାରିଥା’ନ୍ତି । ସାଧାରଣତଃ ନଖରୁ ମଧ୍ୟ ଆମେ ବହୁ ଜିନିଷ ବିଷୟରେ ଜାଣିପାରିବା । ବିଶେଷକରି ଲିଭର, ହାର୍ଟ, ପେଟଜନିତ ସମସ୍ୟା ବିଷୟରେ ମଧ୍ୟ ଜଣାପଡ଼ିଥାଏ ।

ଏଇ ଯେମିତି, ଗୋଡ଼ ଫୁଲିବା ଦ୍ୱାରା ଆମେ କିଡନି୍‌ ରୋଗ ଜନିତ ସମସ୍ୟା ବୋଲି ଜାଣିପାରୁ ,ସେହିପରି ନଖରୁ ମଧ୍ୟ ଆମେ ରୋଗ ବିଷୟରେ ଜାଣିପାରିବା । ସ୍ୱାସ୍ଥ୍ୟର ସଙ୍କେତ ହେଉଛି ସୁସ୍ଥ ନଖ । ନଖ ଆମ ଶରୀରର ଗୋଟିଏ ମହତ୍ୱପୂର୍ଣ୍ଣ ଅଂଶ । କୁହାଯାଏଯେ, ନଖ ସୁସ୍ଥ ରହିବା ଦ୍ୱାରା ଆମ ଶରୀର ମଧ୍ୟ ସୁସ୍ଥ ଏବଂ ଆରୋଗ୍ୟ ରହିଥାଏ । ବିଶେଷଜ୍ଞଙ୍କ ମତରେ ବ୍ୟକ୍ତିର ନଖକୁ ଦେଖି ଲିଭର୍, ହାର୍ଟ ଏବଂ ପଞ୍ଜରା ଜନିତ ରୋଗର ଚିହ୍ନଟ କରାଯାଇପାରିବ।

ଅଧିକ ପଢନ୍ତୁ : ଆପଣଙ୍କ ହୋଇଛି କି କିଡନୀ ଷ୍ଟୋନ୍ ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା 

ନଖରୁ ଜାଣନ୍ତୁ ଆପଣଙ୍କ ଲିଭର ଠିକ୍‌ ଅଛି କି ନାହିଁ ?

ଲିଭର କ୍ଷତି ଶରୀର ପାଇଁ ଏକ ଗୁରୁତର ଅବସ୍ଥା ସୃଷ୍ଟି କରେ। ଶରୀରର ପ୍ରାୟ ପ୍ରତ୍ୟେକ ଅଙ୍ଗ ଏହା ଦ୍ୱାରା ପ୍ରଭାବିତ ହୋଇଥାଏ । ଏହାର କାରଣ ହେଉଛି କେବଳ ଲିଭର ବା ଯକୃତ ସାହାଯ୍ୟରେ ଶରୀରରୁ ବିଷାକ୍ତ ପଦାର୍ଥ ନିର୍ଗତ ହୁଏ । ଏହା ବ୍ୟତୀତ ହଜମ, ଭଲ କୋଲେଷ୍ଟ୍ରଲ ଏବଂ ଲାଲ ରକ୍ତ କଣିକା ଉତ୍ପାଦନରେ ଏହି ଅଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ବାସ୍ତବରେ, ଲିଭର ନିଜକୁ ସୁସ୍ଥ ରଖିବା ପାଇଁ କ୍ଷମତା ରଖିଥାଏ । କିନ୍ତୁ ଯଦି ଆପଣ ଦୀର୍ଘ ସମୟ ଧରି ଏକ ଖରାପ ଜୀବନଶୈଳୀ ବଞ୍ଚୁଛନ୍ତି, ତେବେ ଆପଣଙ୍କର ଯକୃତ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜକୁ ରକ୍ଷା କରିବାରେ ସକ୍ଷମ ନୁହେଁ । ଏଣୁ ଲିଭରର କିଛି ସମସ୍ୟା ରହିଲେ ନଖ ଦ୍ବାରା ଆପଣ ଏହାନେଇ ଜାଣିପାରିବେ।

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ

ରଙ୍ଗରେ ପରିବର୍ତ୍ତନ

ଯକୃତ ଜନିତ ସମସ୍ୟା ହେତୁ ନଖର ରଙ୍ଗ ପରିବର୍ତ୍ତନ ହେବାକୁ ଲାଗେ । ଏହା ରଙ୍ଗହୀନ ହୋଇଯାଏ ଏବଂ ହାଲୁକା ହଳଦିଆ ହେବାକୁ ଲାଗେ । ନଖର ରଙ୍ଗ ଅତ୍ୟଧିକ ଧଳା ଦେଖାଯାଉଥାଏ,ତେବେ ଏହା ଲିଭର୍ ଜନିତ ସମସ୍ୟାର ସଙ୍କେତ ଦେଇଥାଏ।

ଗାଢ ରେଖା ଦେଖାଯାଏ

ସୁସ୍ଥ ନଖ ଉପରେ କୌଣସି ଗାଢ ରେଖା ନଥାଏ।  କିନ୍ତୁ ଯେତେବେଳେ ଯକୃତର ତ୍ରୁଟି ଦେଖାଯାଏ,ନାଲି-ବାଦାମୀ କିମ୍ବା ହଳଦିଆ ତୀକ୍ଷ୍ଣ ମୋଟା ରେଖା ନଖରେ ଦେଖାଯିବା ଆରମ୍ଭ କରେ।

ନଖରୁ ଅନ୍ୟ ରୋଗ ସମ୍ପର୍କରେ ମଧ୍ୟ ଜାଣି ହୁଏ

ଯଦି ଆପଣଙ୍କ ନଖ ହଳଦିଆ ଦେଖାଯାଉଥାଏ, ତେବେଏହା ଫଙ୍ଗଲ୍ ଇନଫେକ୍ସନର କାରଣ ହୋଇଥାଇପାରେ । ବିଶେଷକରି କିଛି କ୍ଷେତ୍ରରେ ଏହା ଥାଇରୟଡ, ହାର୍ଟ ଜନିତ ରୋଗ ଏବଂ ଡ଼ାଇବେଟିସ୍ ଭଳି ଗମ୍ଭୀର ସମସ୍ୟାର କାରଣ ହୋଇପାରେ । ଯଦି ନଖର ରଙ୍ଗ ନୀଳ ପଡ଼ିଯାଉଥାଏ, ତେବେ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମିଳୁନଥିବା ସୂଚନା ଦେଇଥାଏ । ଶୁଷ୍କ ଏବଂ ଭଙ୍ଗା ନଖ ଖରାପ ପୋଷଣକୁ ବୁଝାଇଥାଏ । ଏହାସହ ସେଥିରୁ ଥାଇରୟଡ଼୍ ରୋଗର ମଧ୍ୟ ସୂଚନା ଦେଇଥାଏ । ଯଦି ନଖର ରଙ୍ଗ କଳା ପଡ଼ିଯାଉଥାଏ, ତେବେ ଏହା କ୍ୟାନ୍ସର ଭଳି ଘାତକ ରୋଗର ସଙ୍କେତ ଦେଇଥାଏ ।

ଅଧିକ ପଢନ୍ତୁ : ବ୍ରେନ୍ ହାମରେଜ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏସବୁ ସଙ୍କେତ, ଜାଣନ୍ତୁ ସେହି ଲକ୍ଷଣ ବିଷୟରେ 
 

Share this story