ମେଷ ରାଶିରେ ମଙ୍ଗଳ ଚଳନ ଯୋଗୁଁ ସୃଷ୍ଟି ହେବ ରୁଚକ ରାଜଯୋଗ, ବଦଳିବ ଏହି ୪ ରାଶିର ଆର୍ଥିକ ସ୍ଥିତି!
 

Mangal Gochar 2024 Ruchak Rajyoga in Mars will get benfits these 4 zodiac signs
ରୁଚକ ରାଜଯୋଗ ବଦଳାଇଦେବ ଏହି ୪ ରାଶିଙ୍କ ଭାଗ୍ୟ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ସବୁ ଗ୍ରହର ସେନାପତି ଭାବେ ବିବେଚନା କରାଯାଉଥିବା ମଙ୍ଗଳ ଗ୍ରହ ଶନିବାର, ଜୁନ୍ ୧, ୨୦୨୪ ରେ ମେଷ ରାଶିରେ ଚଳନ କରିବେ । ମଙ୍ଗଳଙ୍କ ଏହି ଚଳନ ଦିନ ୩ଟା ୩୯ରେ ହେବାକୁ ଯାଉଛି । ମଙ୍ଗଳ ଜୁନ୍ ୧ ରୁ ଜୁଲାଇ ୧୨ ପର୍ଯ୍ୟନ୍ତ ମେଷ ରାଶିରେ ଅବସ୍ଥାନ କରିବେ । ମଙ୍ଗଳ ମେଷ ରାଶିରେ ୪୨ ଦିନ ରହିବା କାରଣରୁ ରୁଚକ୍ ରାଜଯୋଗ ଗଠନ ହେବାକୁ ଯାଉଛି । ଯେଉଁ କାରଣରୁ କିଛି ରାଶିର ବ୍ୟକ୍ତିମାନେ ଆର୍ଥିକ ଲାଭ ପାଇବେ । 

ଅଧିକ ପଢନ୍ତୁ : ଏହି ସବୁ କାରଣ ପାଇଁ ହୋଇଥାଏ ହାର୍ଟ ଆଟାକ୍! ବେଳ ଥାଉ ଥାଉ ସତର୍କ ରହନ୍ତୁ ଓ ହାର୍ଟ ଆଟାକକୁ ଚିହ୍ନନ୍ତୁ 

ପ୍ରଥମେ ଜାଣନ୍ତୁ ରୁଚକ୍ ରାଜଯୋଗ କଣ?

ଏହି ରାଜଯୋଗ ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ମଙ୍ଗଳ ମକର ରାଶି କିମ୍ୱା ନିଜସ୍ୱ ରାଶି ମେଷ କିମ୍ୱା ବୃଷର କେନ୍ଦ୍ରରେ ଅବସ୍ଥାନ କରିଥାଏ । ଏହି ଆଶ୍ଚର୍ଯ୍ୟଜନକ ମିଶ୍ରଣ ପ୍ରଭାବରେ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ମିଳିଥାଏ । 

ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍‌ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...

ମେଷ ରାଶି :- ମଙ୍ଗଳ ଗ୍ରହଙ୍କ ଚଳନ ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ହେବ । କ୍ୟାରିୟରରେ ଆପଣ ବହୁତ ଅଗ୍ରଗତି କରିବେ । ବିଚାରାଧୀନ ଥିବା ସମସ୍ତ କାର୍ଯ୍ୟ ସମାପ୍ତ ହେବ । ନୂଆ କାରବାର କାରଣରୁ ବ୍ୟବସାୟରେ ଅଗ୍ରଗତି ହେବ । ଆପଣ ଅନେକ ନୂଆ ଲୋକଙ୍କୁ ଭେଟିବେ ଯାହା ଦ୍ୱାରା ଆପଣ ଲାଭ ପାଇବେ ।

କର୍କଟ ରାଶି :- ଆପଣଙ୍କ ପାଇଁ ମଧ୍ୟ ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଅତ୍ୟନ୍ତ ଶୁଭ ହେବ । ବେରୋଜଗାର ଥିବା ବ୍ୟକ୍ତିଙ୍କୁ ରୋଜଗାର ମିଳିବ । ମନ ପସନ୍ଦର ଚାକିରି ଆପଣଙ୍କୁ ମିଳିବ । ପୂର୍ବରୁ ହେଉଥିବା ଆୟଠାରୁ ଅଧିକ ରୋଜଗାର କରିପାରନ୍ତି । ମଙ୍ଗଳଙ୍କ ପ୍ରଭାବ କାରଣରୁ ନୂଆ କାର୍ଯ୍ୟ ହାତକୁ ଆସିବ ।

ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 

ସିଂହ ରାଶି :- ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ ଆପଣଙ୍କୁ ଶୁଭଫଳ ଦେବ । ଏହି ସମୟ ମଧ୍ୟରେ ଆପଣଙ୍କ ଭାଗ୍ୟର ଦ୍ୱାର ଫିଟିବ । କର୍ମସ୍ଥଳୀରେ ଆପଣ ପ୍ରଶଂସିତ ହେବେ । ବ୍ୟବସାୟରେ ଭଲ ରୋଜଗାର କରିବାର ସୁଯୋଗ ପାଇବେ । ଚାକିରି କ୍ଷେତ୍ରରେ ଦରମା ବଢିବା ସହ ପଦୋନ୍ନତିର ସୁଯୋଗ ରହିଛି ।

ଧନୁ ରାଶି :- ଆପଣଙ୍କ ପାଇଁ ଏହି ସମୟ ଅନୁକୂଳ ସାବ୍ୟସ୍ତ ହେବ । ବିଦେଶ ଭ୍ରମଣ କରିବାକୁ ଯୋଜନା କରୁଥିଲେ ତାହା ସମ୍ଭବ ହେବାର ଅଧିକ ସମ୍ଭାବନା ରହିଛି । ଅଧ୍ୟୟନ ପାଇଁ ମଧ୍ୟ ବିଦେଶ ଯିବାର ସୁଯୋଗ ରହିଛି । କ୍ୟାରିୟରରେ ଆପଣ ଖୁବ ଅଗ୍ରଗତି କରିବେ । ବ୍ୟବସାୟରେ ମଧ୍ୟ ଭଲ ଲାଭ ଉପାର୍ଜନ କରିବେ । ମଙ୍ଗଳଙ୍କ ଶୁଭ ପ୍ରଭାବ କାରଣରୁ ଆପଣ ଟଙ୍କା ସଞ୍ଚୟ କରିବାରେ ସଫଳ ହେବେ ।

ଅଧିକ ପଢନ୍ତୁ : ରାହୁଙ୍କ ନକ୍ଷେତ୍ର ପରିବର୍ତ୍ତନ ଯୋଗୁଁ ସତର୍କ ରୁହନ୍ତୁ ଏହି ୬ ରାଶି, ନଚେତ୍ ହେବ ବଡ କ୍ଷତି!

( Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ, ଏହାକୁ ଓଡ଼ିଆ ଗସିପ୍ ନିଶ୍ଚିତ କରେ ନାହିଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

Share this story