ହାର୍ଦ୍ଦିକ-ନତାଶାଙ୍କ ଡିଭୋର୍ସ! ଛାଡପତ୍ରକୁ ନେଇ ମୁହଁ ଖୋଲିଲେ ନତାଶା, ଦେଖନ୍ତୁ ଭାଇରାଲ୍ ଭିଡିଓ

Natasa Stankovic responds to divorce rumours with Hardik Pandya Watch video
ଅଲଗା ହେଲେ ହାର୍ଦ୍ଦିକ ପାଣ୍ତ୍ୟା ଏବଂ ପତ୍ନୀ ନତାଶା!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଇ ଦଳକୁ ପ୍ଲେ-ଅଫ୍‌ରେ ପ୍ରବେଶ କରାଇବାରେ ବିଫଳ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲାଗି ସମୟ ଠିକ୍‌ଠାକ୍‌ ଚାଲି ନଥିବା ଜଣାପଡ଼ିଛି। ଆଇପିଏଲ୍‌ ବିଫଳତାକୁ ଭୁଲି ନ ଥିବା ପାଣ୍ଡ୍ୟାଙ୍କୁ ନେଇ ଇତିମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। 

ଅଧିକ ପଢନ୍ତୁ : ବ୍ରେନ୍ ହାମରେଜ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏସବୁ ସଙ୍କେତ, ଜାଣନ୍ତୁ ସେହି ଲକ୍ଷଣ ବିଷୟରେ 

ପତ୍ନୀ ନତାଶା ଷ୍ଟାଙ୍କୋଭି ଓ ପାଣ୍ଡ୍ୟା ପରସ୍ପର ଅଲଗା ହେବାକୁ ଯାଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ଖବର ସେତେବେଳେ ଚର୍ଚ୍ଚାର ଶିରୋନାମାକୁ ଆସିଥିଲା ଯେତେବେଳେ କିଛି ଦିନ ତଳେ ରୁଷୀୟ ଅଭିନେତ୍ରୀ ନାତାଶା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ନାମରୁ ‘ପାଣ୍ଡ୍ୟା’ ସାଙ୍ଗିଆକୁ ହଟାଇଦେଇଥିଲେ। ଏଥିସହ ବିବାହ ସମୟରେ ହାର୍ଦ୍ଦିକଙ୍କ ସହ ଉଠାଇଥିବା ଫଟୋ ଓ ଭିଡିଓକୁ ମଧ୍ୟ ସେ ଇନ୍‌ଷ୍ଟାଗ୍ରାମରୁ କାଟି ଦେଇଥିଲେ। 

ଅଧିକ ପଢନ୍ତୁ : ମାରାତ୍ମକ ରୋଗ ଲୋ’ ବ୍ଲଡପ୍ରେସର ରୁ ରକ୍ଷା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ...

ଉଭୟଙ୍କୁ ମଧ୍ୟ ଗତ ଫେବୃଆରୀରୁ ଆଉ ଏକାଠି ଦେଖିବାକୁ ମିଳୁନାହିଁ। ଏହାରି ମଧ୍ୟରେ ଶନିବାର ୩୨ ବର୍ଷୀୟା ନତାଶାଙ୍କୁ ମୁମ୍ବଇରେ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ଦେଖିବାକୁ ମିଳିଥିଲା। ଏହି ସମୟରେ ନତାଶାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ହାର୍ଦ୍ଦିକଙ୍କ ସହ ବିଚ୍ଛେଦ ଖବରକୁ ନେଇ ପ୍ରଶ୍ନ ପଚାରିବାରୁ ସେ ଏହାକୁ ଏଡ଼ାଇଯାଇ ‘ଧନ୍ୟବାଦ’ ବୋଲି କହି ଚାଲିଯାଇଥିଲେ। 


୩୦ ବର୍ଷୀୟ ହାର୍ଦ୍ଦିକ ଏନେଇ କିଛି ବିଧିବଦ୍ଧ ଉତ୍ତର ଗଣମାଧ୍ୟମରେ ମଧ୍ୟ ରଖିନାହାନ୍ତି। ରିପୋର୍ଟ ମୁତାବକ ବିବାହ ବିଚ୍ଛେଦ ହେଲେ ପାଣ୍ଡ୍ୟାଙ୍କ ସମ୍ପତ୍ତିର ୭୦ ଭାଗ ନତାଶା ନେବେ। କହି ରଖୁଛୁ ଯେ ହାର୍ଦ୍ଦିକ ଓ ରୁଷୀୟ ଡ୍ୟାନ୍ସର ତଥା ବଲିଉଡ୍‌ ଅଭିନେତ୍ରୀ ନତାଶାଙ୍କ ମଧ୍ୟରେ ୨୦୨୦ ଜାନୁଆରୀ ୧ରେ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ଏହାପରେ ସେହିବର୍ଷ ଜୁଲାଇ ୩୦ରେ ନତାଶା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଯାହାଙ୍କ ନାମ ଅଗସ୍ତ୍ୟା ଥିଲା। ୨୦୨୩ ଫେବୃଆରୀ ୧୪ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ଅଧିକ ପଢନ୍ତୁ : ଅତ୍ୟଧିକ ଖର୍ଚ୍ଚ କରି ଆର୍ଥିକ ସମସ୍ୟାରେ ପଡ଼ିବା ସହ ଏହି ରାଶି ଲୋକ ପାରିବାରିକ ସମସ୍ୟାର ଛନ୍ଦି ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ 

Share this story