୬୦ ବର୍ଷ ପରେ ଜାଗରରେ ଦେଖିବାକୁ ମିଳିବ ଦୁର୍ଲଭ ସଂଯୋଗ; ଏହି ତିନି ରାଶି ପାଇଁ ଆସୁଛି ଅତ୍ୟନ୍ତ ଶୁଭ ଖବର...

Lord shiva with zodiac signs

ଓଡ଼ିଆ ଗସିପ ବ୍ୟୁରୋ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଥର ଶିବରାତ୍ରୀରେ ଦେଖିବାକୁ ମିଳିବ ଦୁର୍ଲଭ ସଂଯୋଗ । ପ୍ରାୟ ୬୦ ବର୍ଷ ପରେ ସୂର୍ଯ୍ୟ, ବୁଧ ଏବଂ ଶନି କୁମ୍ଭ ରାଶିରେ ପ୍ରବେଶ କରିବେ । ଶେଷଥର ପାଇଁ ଏହି ଦୁର୍ଲଭ ତ୍ରିଗ୍ରହୀ ଯୋଗ ୧୯୬୫ ମସିହାରେ ଘଟିଥିଲା ।

କୁହାଯାଏ, ଏହି ଦୁର୍ଲଭ ସଂଯୋଗରେ ଶିବ ପୂଜା କରିବା ଦ୍ବାରା ମନସ୍କାମନା ଶୀଘ୍ର ପୂରଣ ହୁଏ । ତେବେ ଏହି ଦୁର୍ଲଭ ସଂଯୋଗ କେବଳ ତିନି ରାଶି ପାଇଁ ଅତ୍ୟନ୍ତ ଶୁଭ ଏବଂ ଲାଭକାରୀ ।

ମେଷ: ମେଷ ରାଶି ପାଇଁ ଏହା ଅତ୍ୟନ୍ତ ଶୁଭ । ଏହିଦିନରୁ ଭଲ ସମୟ ଆରମ୍ଭ ହେବ । ସମସ୍ତ ଇଚ୍ଛା ପୂରଣ ହେବ । ଧନଲାଭ ସାଙ୍ଗକୁ ଖର୍ଚ୍ଚରେ ନିୟନ୍ତ୍ରଣ ରକ୍ଷା କରିବେ । ନୂଆ ଚାକିରି ଓ ପଦୋନ୍ନତି ହେବ । କାର୍ଯ୍ୟାଳୟରେ ଖୁବ୍ ପ୍ରଶଂସା ମିଳିବ ।

ମିଥୁନ: ଏହି ଦିନରୁ ମିଥୁନ ରାଶି ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ । ଧନ ସମ୍ବନ୍ଧିତ କାର୍ଯ୍ୟରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସମାଜରେ ମାନ, ସମ୍ମାନ ବୃଦ୍ଧି ହେବ । ମାନସିକ ସ୍ତରରେ ପ୍ରସନ୍ନ ରହିବେ ।

ସିଂହ: ନିବେଶ କରିବା ପାଇଁ ଉତ୍ତମ ସମୟ । ବ୍ୟବସାୟରେ ଲାଭ ହେବ । ସ୍ବାସ୍ଥ୍ୟରେ ଉନ୍ନତି ଆସିବ । ଦୀର୍ଘଦିନରୁ ଚାଲିଥିବା ବିବାଦର ସମାଧାନ ହେବ । ଅଟକି ରହିଥିବା କାର୍ଯ୍ୟ ପୂରା ହେବ । ଜମିବାଡ଼ି କାମରେ ସଫଳତା ମିଳିବ ।

Share this story