ଝିଅମାନଙ୍କ ପାଇଁ ଜାଣିବା ଜରୁରୀ: ସଚ୍ଚା ପ୍ୟାର ଖୋଜୁଥିଲେ ପୁଅଙ୍କ ଏହି ଗୁଣକୁ ଦେଖନ୍ତୁ, ଦିଲ୍ ଦିଅନ୍ତୁ
ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରେମ ! ଭିନ୍ନ ଏକ ଅନୁଭବ ନିଆରା ଏହାର ଛୁଆଁ । ଯିଏ ପ୍ରେମ କରିଛି ସେ ଜାଣିଛି କେତେ ମଧୁର ପ୍ରେମର ସ୍ପର୍ଶ । ଜୀବନର ଚଲାବାଟରେ ସମସ୍ତଙ୍କୁ ସାଥୀ ଟିଏ ଲୋଡା । ବିବାହ ପୂର୍ବରୁ ହେଉ କି ବିବାହ ପରେ , ପ୍ରେମ ବିନା ଜୀବନ ରଙ୍ଗ ହୀନ ଲାଗେ ସମୟ ଅପଚୟ ହେଲା ଭଳି ଲାଗେ କିଛି ବି ଭଲ ଲାଗେନି । 18ଟି ଫଗୁଣ ଛୁଇଁବା ପରେ ସେ ପୁଅ ହେଉ କି ଝିଅ ସମସ୍ତେ ପ୍ରେମ ଖୋଜନ୍ତି । କାହାକୁ ମିଳେ ଆଉ କାହାକୁ ମିଳେନି । କାହାକୁ ଆପେ ମିଳିଯାଏ ତ କାହାକୁ ଅପେକ୍ଷା କରିବାକୁ ପଡ଼େ । ହେଲେ ଆପଣ ପ୍ରେମରେ ପଡ଼ିଛନ୍ତି କି ? କେମିତି ଜାଣିବେ ପ୍ରେମରେ ପଡ଼ିଲେ ଆଉ କାହା ପ୍ରେମରେ ?
ସବୁଠାରୁ ବଡ଼ କଥା ହେଉଛି ପୁଅମାନେ ତ ନିଜ ପାର୍ଟନର କାହାକୁ କରିବେ ଭାବି ନିଅନ୍ତି ଏବଂ ସେହି ଯୁବତୀଙ୍କ ଆଗରେ ନିଜ ମନର କଥା କହିବାକୁ ଆଗଭର ହୁଅନ୍ତି କିନ୍ତୁ ଝିଅଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ଘଟେ । କହିବାକୁ ଗଲେ ଯୁବତୀମାନେ ନିଜ ପ୍ରେମକୁ ନେଇ ଟିକେ କନଫ୍ୟୁଜ୍ ଥାଆନ୍ତି । କିନ୍ତୁ ସେମାନଙ୍କ ପାଇଁ ଆମେ ଆଜି କିଛି ଟିପ୍ସ ନେଇ ଆସିଛୁ ଯାହା ସେମାନଙ୍କ ପାଇଁ ବେଶ୍ ଉପାଦେୟ ହେବ ପାର୍ଟନରଙ୍କୁ ଖୋଜିବାରେ ତାଙ୍କୁ ବାଛିବାରେ । କହିବାକୁ ଗଲେ ମନଲାଖି ପାର୍ଟନର ଯିଏ ଆପଣଙ୍କୁ ପସନ୍ଦ କରନ୍ତି ବା ପ୍ରେମ ନିବେଦନ କରିବାକୁ ଚାହାନ୍ତି ତାଙ୍କୁ ଚିହ୍ନିବା ଓ ଜାଣିବା ପାଇଁ ଆଜି ହିଁ ଆମର ଏହି ଟିପ୍ସ ମନେ ରଖନ୍ତୁ ।
ମଣିଷ ମାତ୍ରକେ ଭୁଲ୍ ହୁଏ, ସେ ସାଥୀ ବାଛିବାରେ ବା କେମିତି ନ ହେବ ? ତେଣୁ ଆପଣ ଯଦି ପ୍ରେମରେ ପଡ଼ିବାକୁ ଚାହାନ୍ତି ବା ପ୍ରେମିକ ଖୋଜୁଛନ୍ତି ବା ଆପଣଙ୍କୁ ଲାଗୁଛି ଯେ, କିଏ ଆପଣଙ୍କୁ ପ୍ରେମ ନିବେଦନ କରିବାକୁ ଚାହୁଁଛି ତେବେ କଣ କରିବେ ? ଏଥିରେ କିଛି ବ୍ୟସ୍ତ ହେବାର ନାହିଁ ଯଦି ଆପଣଙ୍କ ସାମ୍ନା ଲୋକ ଆପଣଙ୍କୁ ପ୍ରେମ ନିବେଦନ କରିବାକୁ ଚାହାନ୍ତି ଏବଂ ଆପଣ ମଧ୍ୟ ତାଙ୍କ ପ୍ରତି ଆକର୍ଷିତ ହେବାକୁ ଆଗ୍ରହ ଦେଖାନ୍ତି ତେବେ ଏହି ୯ଟି ଟିପ୍ସ ସବୁବେଳେ ମନେ ରଖିବେ ଏବଂ ସେହି ଯୁବକଙ୍କ ତଳେ ଦିଆଯାଇଥିବା ଲକ୍ଷଣ ସବୁ କୁ ନିଜେ ନିଜେ ଅନୁଧ୍ୟାନ କରିବେ ଏବଂ ତା ପରେ ଯାହା କିଛି ନିଷ୍ପତ୍ତି ନେବେ ।
ଯଦି ଆପଣଙ୍କୁ କିଏ ନିଜ ଆଡୁ ପସନ୍ଦ କରୁଥିବା ଯୁବକ ସମ୍ପର୍କ ବଢାଇବାକୁ ଆଗ୍ରହ ଦେଖାଏ ଏବଂ.....
ପ୍ରଥମ- ଆପଣଙ୍କ ପାଇଁ ସମୟ ଦେଉଛି
ଦ୍ୱିତୀୟ- ଆପଣଙ୍କ ଭବିଷ୍ୟତ, ସ୍ୱପ୍ନକୁ ସମର୍ଥନ କରନ୍ତି
ତୃତୀୟ- ନିଜର ବ୍ୟକ୍ତିଗତ ତଥ୍ୟ ଆପଣଙ୍କୁ ଜଣାନ୍ତି
ଚତୁର୍ଥ- ବ୍ୟକ୍ତିଗତ ଏବଂ ଜନଗହଳି ସ୍ଥାନରେ ଆପଣଙ୍କ ପ୍ରତି ଯତ୍ନ ଦେଖାନ୍ତି
ପଞ୍ଚମ- ଆପଣଙ୍କ ସହ ସବୁବେଳେ ଯୋଗାଯୋଗରେ ରହିବାକୁ ଚାହାନ୍ତି
ଷଷ୍ଠ- ଅର୍ଥପୂର୍ଣ୍ଣ ଭାବଭଙ୍ଗି ପ୍ରଦର୍ଶନ କରନ୍ତି
ସପ୍ତମ- ସେ ନିଜ ଜୀବନରେ ଆପଣଙ୍କୁ ସାମିଲ କରନ୍ତି
ଅଷ୍ଟମ- ଆପଣଙ୍କୁ ଖୁସି ରଖିବାକୁ ସଦା ଚେଷ୍ଟା କରନ୍ତି
ନବମ- ଆପଣଙ୍କୁ ନିକ୍ ନେମ୍ ରେ ସମ୍ବୋଧନ କରନ୍ତି
ତେବେ ଆପଣ ଭାବି ନିଅନ୍ତୁ ସେ ପୁଅ ହେଉଛି ଆପଣଙ୍କ ପାଇଁ ପରଫେକ୍ଟଟ ପାର୍ଟନର । ଅର୍ଥାତ ସେ ଆପଣଙ୍କ ପ୍ରତି ଆକର୍ଷିତ ଏବଂ ସେ ଆପଣଙ୍କୁ ନେଇ ସିରିୟସ ଅଛନ୍ତି ଏବଂ ସମ୍ପର୍କରେ ଆଗକୁ ବଢିବାକୁ ଚାହାନ୍ତି । ସେ କେବଳ ଆପଣଙ୍କ ହଁକୁ ଅପେକ୍ଷା କରି ଆପଣଙ୍କ ସହମତିରେ ପ୍ରେମ ନିବେଦନ କରିବାକୁ ଚାହନ୍ତି । ସେଥିପାଇଁ ତ ସେ ଆପଣଙ୍କ ପ୍ରତି ଏତେ ସହନଶୀଳତା ଓ ସମର୍ପଣ ଭାବରେ ଆପଣଙ୍କ ପ୍ରତି ଆକର୍ଷିତ ହେଉଛନ୍ତି । ତେଣୁ ଯଦି ଆପଣଙ୍କ ଏମିତି କେରିଂ ବୟଫ୍ରେଣ୍ଡ ପାଇବାକୁ ଚାହାନ୍ତି ତେବେ ନିହାତି ଭାବେ ଆପଣଙ୍କୁ ଇମ୍ପ୍ରେସ କରିବାକୁ ଚାହୁଁଥିବା ଯୁବକଙ୍କୁ ନେଇ ଆପଣ ବି ପ୍ରେମ ରାଇଜରେ ପ୍ରେମ ସାଥୀ ହୋଇ ପ୍ରେମର ଅନୁଭବ ନେଇ ପାରିବେ ।