କଳିଙ୍ଗ ଷ୍ଟାଡିୟମ୍‌ରେ ବସି କାହିଁକି କାନ୍ଦିଥିଲେ ମୁଖ୍ୟମନ୍ତ୍ରୀ? ଭାବବିହ୍ବଳ ହୋଇ କାରଣ କହିଲେ ପାଣ୍ଡିଆନ
 

Why did the CM cry at kalinga stadium Pandian became emotional as he spoke
କଳିଙ୍ଗ ଷ୍ଟାଡିୟମ୍‌ରେ ବସି କାହିଁକି କାନ୍ଦିଥିଲେ ମୁଖ୍ୟମନ୍ତ୍ରୀ? କାରଣ କହିଲେ ପାଣ୍ଡିଆନ
 

ଓଡ଼ିଆ ଗସିପ୍ ବ୍ୟୁରୋ:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଶାସନ ଭାର ଗ୍ରହଣ କରିବା ପୂର୍ବରୁ ଓଡ଼ିଶା ଅବସ୍ଥା ଯାହା ଥିଲା ତାହା ନକହିବା ଭଲ । ଦାରିଦ୍ୟ ମରୁଡି ପରି ବହୁ ସମସ୍ୟା ମଧ୍ୟରେ ଓଡ଼ିଶାବାସୀ ପେସୀ ହେଉଥିଲେ। ଆଉ ଏହି ସମୟରେ ଓଡ଼ିଆଙ୍କୁ ଅନ୍ୟରାଜ୍ୟର ଲୋକମାନେ ଏକ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ। 

୧୯୯୯ ମସିହା ମହାବାତ୍ୟା ପରେ ଓଡ଼ିଶାକୁ ରିଲିଫ ଆକାରରେ ପୁରୁଣା କପଡା ଆସିଥିଲା। ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଷ୍ଟ ଦେଇଥିଲା। ଏହି ଘଟଣା ମୁଖ୍ୟମନ୍ତ୍ରୀଙ୍କୁ ବହୁ ସମୟରେ ଭାବବିହ୍ବଳ ମଧ୍ୟ କରି ଦେଉଥିଲା। ଯାହାକୁ ଆଜି ସାମ୍ବାଦିକ ସମ୍ମିଳନୀରେ କହିବା ସହ ନିଜେ ଭାବବିହ୍ବଳ ହୋଇପଡିଥିଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ଅଧିକ ପଢନ୍ତୁ : ଆପଣଙ୍କ ହୋଇଛି କି କିଡନୀ ଷ୍ଟୋନ୍ ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା 

ବୁଧବାର ଭୋରୁ ଗୋପାଳପୁରରେ ବିଭିନ୍ନ ଓଡ଼ିଆ ଗଣମାଧ୍ୟମର ସମ୍ପାଦକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସମୟରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ କଳିଙ୍ଗ ଷ୍ଟାଡିୟମ୍‌ରେ ଏସିଆନ୍‌ ଆଥ୍‌ଲେଟିକ୍‌ ଚାମ୍ପିୟନ୍‌ସିପ୍‌ ସମୟରେ ମୁଖ୍ୟମନ୍ତ୍ରୀ ଭାବବିହ୍ବଳ ହୋଇ କାନ୍ଦିପକାଇଥିଲେ। ସେତେବେଳେ ଓଡ଼ିଶା ମାତ୍ର ୯୦ ଦିନରେ ଏସିଆନ୍‌ ଆଥ୍‌ଲେଟିକ୍‌ ଚାମ୍ପିୟନ୍‌ସିପ୍‌ ପରି ଏକ ବିଶ୍ବସ୍ତରୀୟ ପ୍ରତିଯୋଗୀତା କରୁଥିଲା। 

ଆଉ ଯେତେବେଳେ  ୪୦ ଦେଶର ଖେଳାଳି ପଡିଆରେ ନିଜ ନିଜ ଦେଶର ପତାକା ଧରି ପ୍ଲାଗ୍‌ମାର୍ଚ କରୁଥିଲେ ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଆଖିରୁ ଲୁହ ଆସିଥିଲା। ଆଉ ସେତେବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଏହି କଳିଙ୍ଗ ଷ୍ଟାଡିୟମରେ ମହାବାତ୍ୟା ସମୟରେ ପୁରୁଣା କପଡା ଗଦା ହୋଇଥିଲା, ଯାହା ମୋ ରାଜ୍ୟବାସୀଙ୍କୁ ବଣ୍ଟା ଯାଇଥାନ୍ତା। କିନ୍ତୁ ଆଜି ସେହି କଳିଙ୍ଗ ଷ୍ଟାଡିୟମ୍‌ରେ ୪୦ ଦେଶର ଖେଳାଳି ଆସି ଏକ ବିଶ୍ବସ୍ତରୀୟ ପ୍ରତିଯୋଗୀତାରେ ଖେଳୁଛନ୍ତି।

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ

ଏଥି ସହିତ କୋଭିଡ ସମୟରେ ଯେତେବେଳେ ଓଡ଼ିଶା ଅନ୍ୟ ରାଜ୍ୟକୁ ଜୀବନ(ଅକ୍ସିଜେନ୍‌) ଯୋଗାଉଥିଲା, ସେତେବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବବିହ୍ବଳ ହୋଇଥିଲେ। ନବୀନ ନିବାସ ଭୁବନେଶ୍ବର ଏୟାରପୋର୍ଟ ପାଖରେ ହୋଇଥିବାରୁ ଉଡାଜାହାଜର ଶବ୍ଦ ଶୁଣାଯାଏ। କିନ୍ତୁ କୋଭିଡ ସମୟରେ ବହୁ କମ୍‌ ଯାତାୟତ ଦେଉଥିବା କାରଣରୁ କମ ଶବ୍ଦ ଶୁଣାଯାଉଥିଲା। ହେଲେ ଦିନରେ ଏୟାରପୋର୍ଟରୁ ବହୁତ ଶବ୍ଦ ଆସୁଥିବାରୁ ମୁଖ୍ୟମନ୍ତ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ କୋଭିଡ ସମୟରେ ଏତେ ଶବ୍ଦ କଣ ପାଇଁ ଆସୁଛି ବୋଲି ପଚାରିଲେ। 

ଅଧିକ ପଢନ୍ତୁ : ବ୍ରେନ୍ ହାମରେଜ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏସବୁ ସଙ୍କେତ, ଜାଣନ୍ତୁ ସେହି ଲକ୍ଷଣ ବିଷୟରେ 

କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ‘ସାର୍‌ ଓଡ଼ିଶା ଅନ୍ୟ ରାଜ୍ୟକୁ ଅକ୍ସିଜେନ୍‌ ପଠାଉଛି। ଅକ୍ସିଜେନ୍‌ କେମିତି ଶୀଘ୍ର ପହଞ୍ଚିବ ସେଥିପାଇଁ ଏୟାରଫୋର୍ସର ବିମାନ ଆସି ନେଇକି ଯାଉଛି। ଆଉ ଏହି ସମୟରେ ମୁଖ୍ୟମନ୍ତ୍ରୀ ପୁଣି ଭାବବିହ୍ବଳ ହୋଇଥିଲେ, ଆଉ କହିଥିଲେ ଏହି ଏୟାରପୋର୍ଟରୁ ଓଡ଼ିଶାକୁ ରିଲିଫ ଆସୁଥିଲା। ଆଜି ଓଡ଼ିଶା ଅନ୍ୟରାଜ୍ୟକୁ ଜୀବନ(ଅକ୍ସିଜେନ୍‌) ପଠାଉଛି, ଯାହା ସେମାନଙ୍କ ଜୀବନ ବଞ୍ଚାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅଧିକ ପଢନ୍ତୁ : କେମିତି ଜାଣିବେ ହୋଇଛି କି ପେଟ କ୍ୟାନସର ? ହେବା ପୂର୍ବରୁ ଦେଖାଦିଏ ଏସବୁ ଲକ୍ଷଣ 
 

Share this story