ବାହାଘର ପରେ ଝିଅମାନେ କାହିଁକି ମୋଟା ହୋଇଯାଆନ୍ତି ? ଜାଣନ୍ତୁ ଏହାର ଅସଲ କାରଣ
 

Why Women Gain Weight After Marriage
ବିବାହ ପରେ କାହିଁକି ମହିଳା ମାନେ ଏତେ ମୋଟା ହୁଅନ୍ତି? 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଉଭୟ ପୁଅ ଓ ଝିଅଙ୍କର ଜୀବନଶୈଳୀରେ ବହୁ ପରିବର୍ତ୍ତନ ଆସିଥାଏ। ବିଶେଷ କରି ଝିଅମାନଙ୍କର ମାନସିକ ଓ ଶାରୀରିକ କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ନିଜ ଘରେ ଆରାମ ଓ ବିନା ଚିନ୍ତା ରହୁଥିବା ଝିଅ ଯେତେବେଳେ ଶାଶୁ ଘରେ ପାଦ ରଖେ ସେସମୟରୁ ହିଁ ଏକ ନୂଆ ଜୀବନ ଆରମ୍ଭ ହୋଇଯାଇଥାଏ। 

ଆମେ ସାଧାରଣତଃ ଦେଖିବାକୁ ପାଉ ଯେ, କିଛି ଝିଅମାନେ ବାହାଘର ପରେ ଅଧିକ ସୁନ୍ଦର ଓ ମୋଟା ହୋଇଯାଇଥାନ୍ତି । ଜାଣିଛନ୍ତି କି ଏହାର କାରଣ। ତେବେ ଆସନ୍ତୁ ଜାଣିବା ଏହାର କାରଣ ସମ୍ପର୍କରେ।

୧. ଆଜିର ଆଧୁନିକ ଯୁଗରେ ବହୁ ଲୋକେ ବିଳମ୍ବରେ ବିବାହ କରୁଥିବାର ଦେଖାଯାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ପାଖାପାଖି ୩୦ ବର୍ଷ ବୟସରେ ବିବାହ କରୁଥିବା ଝିଅମାନଙ୍କର ମେଟାବୋଲିକ ହାର ହ୍ରାସ ପାଇଥାଏ । ଫଳରେ ଏହା ଓଜନ ବୃଦ୍ଧିରେ ସହାୟକ ହୋଇଥାଏ ।

ଆଧିକ ପଢନ୍ତୁ: ସିଜରିଆନ୍ ଜନ୍ମର କେତେ ଦିନ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ? ଜାଣି ନାହାନ୍ତି ଯଦି ନିହାତି ଜାଣନ୍ତୁ 

୨. ବାହାଘର ପରେ ଝିଅମାନେ ନୂଆ ଜୀବନସାଥୀ ସହିତ ଖୁସିରେ ଜୀବନ ଅତିବାହିତ କରିବାରେ ବ୍ୟସ୍ତ ରହି ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରନ୍ତି ନାହିଁ । ଫଳରେ ସେମାନେ ମୋଟା ହୋଇଯାଇଥାନ୍ତି ।

୩. ବିବାହ ପରେ ଶାରୀରିକ ସମ୍ପର୍କ ରକ୍ଷା କରିବା ଦ୍ୱାରା ଝିଅମାନଙ୍କର ଶରୀରରେ ହରମୋନରେ ପରିବର୍ତ୍ତନ ଘଟିଥାଏ । ଏହି ହରମୋନ ଯୋଗୁଁ ସେମାନଙ୍କର ଓଜନ ବୃଦ୍ଧି ଘଟିଥାଏ ।

୪. ବିବାହ ପୂର୍ବରୁ ଝିଅମାନେ ନିଜର ଶାରୀରିକ ଫିଟନେସ ପାଇଁ ବିଶେଷ ଧ୍ୟାନ ଦେଇଥାନ୍ତି । ମାତ୍ର ବିବାହ ପରେ ପରିବାରର ଅନେକ କାର୍ଯ୍ୟ ସେମାନେ ତୁଲାଇଥାନ୍ତି । ଫଳରେ ନିଜର ଖାଦ୍ୟପେୟ, ଶାରୀରିକ ଯତ୍ନ ଆଦି ପ୍ରତି ଅବହେଳା ସେମାନଙ୍କର ସ୍ୱାସ୍ଥ୍ୟ ପରିବର୍ତ୍ତନର ଅନ୍ୟତମ କାରଣ ସାଜିଥାଏ ।

ଆଧିକ ପଢନ୍ତୁ: ଦ୍ବିତୀୟ ସନ୍ତାନ ପାଇଁ କରୁଛନ୍ତି କି ପ୍ଲାନ? ଜାଣନ୍ତୁ ସଠିକ୍ ସମୟ ବ୍ୟବଧାନ କେତେ ରହିବା ଉଚିତ୍

୫. ବଡ଼ ପରିବାରରେ ସମସ୍ତ ସଦସ୍ୟଙ୍କ ପାଇଁ ରୋଷେଇ କରିବା ଗୃହଣୀଙ୍କ ଉପରେ ନ୍ୟସ୍ତ ଥାଏ । କିଛି ଗୃହିଣୀ ବଳକା ଖାଦ୍ୟକୁ ନ ଫୋପାଡ଼ି ନିଜେ ଖାଇ ନିଅନ୍ତି । ଏପରି ଖାଇବା ଅଭ୍ୟାସ ଦୀର୍ଘଦିନ ଜାରି ରହିବା ଗୃହିଣୀମାନଙ୍କର ମୋଟାପାର ଅନ୍ୟତମ କାରଣ ।

ତେବେ ବାହାଘର ପରେ ଆପଣ ନିଜକୁ ନିଜେ ଫିଟ୍ ରଖିବା ପାଇଁ ଆପଣଙ୍କୁ ଖାଇବା ପିଇବାରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଖାଇବା ପରେ ତୁରନ୍ତ ନ ଶୋଇ କିଛି ସମୟ ଚାଲା ଚାଲି କରିବା ଉଚିତ୍। ଏହା ସହ ସକାଳୁ ଉଠିବା ପରେ ଯୋଗ କିମ୍ବା ବ୍ୟାୟାମ କରିବା ଉଚିତ୍। ଏହାସହ ବିଶେଷକରି ଜଙ୍କ୍ ଫୁଡ଼୍ ନ ଖାଇ ଫଳ, ସବୁଜ ପନିପରିବା, ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ୍। ଏସବୁ ଆପଣଙ୍କ ଓଜନ କମାଇବାରେ କିଛି ମାତ୍ରାରେ ସାହାଯ୍ୟ କରିବ।

ଆଧିକ ପଢନ୍ତୁ : କାହିଁକି ଝିଅମାନେ ଅଧାବାଟରୁ ପାର୍ଟନରର ହାତଛାଡ଼ି ଚାଲି ଯାଆନ୍ତି? ଜାଣନ୍ତୁ ଏହାର ଅସଲ କାରଣ
 

Share this story