ଦ୍ବିତୀୟ ସନ୍ତାନ ପାଇଁ କରୁଛନ୍ତି କି ପ୍ଲାନ? ଜାଣନ୍ତୁ ସଠିକ୍ ସମୟ ବ୍ୟବଧାନ କେତେ ରହିବା ଉଚିତ୍
 

How long should you wait to have a second child
କେତେ ବର୍ଷ ପରେ କରିବେ ଦ୍ବିତୀୟ ସନ୍ତାନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଯେଭଲିକି ଆପଣ ଜାଣିଥିବେ ଯେ ସନ୍ତାନକୁ ଜନ୍ମ ଦେବା ସମସ୍ତ ବାପା ମା ଙ୍କ ସ୍ବପ୍ନ ଥାଏ, କିନ୍ତୁ ଯେତେବେଳେ ପ୍ରଥମ ସନ୍ତାନ ପରେ ଦ୍ୱିତୀୟ ସନ୍ତାନ କରିବା କଥା ଆସେ ସେତେବେଳେ ଅନେକ ଲୋକ ଦମ୍ପତିଙ୍କୁ ଶୀଘ୍ର ଦ୍ୱିତୀୟ ସନ୍ତାନ ପ୍ଲାନ କରିବା ପାଇଁ ପରାମର୍ଶ ମଧ୍ୟ ଦିଅନ୍ତି ।

କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦ୍ୱିତୀୟ ସନ୍ତାନ ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଜନ୍ମ ହେବା ଉଚିତ୍, ନଚେତ୍ ଏହାର ଅନେକ ଅସୁବିଧା ଭୋଗିବାକୁ ପଡ଼ିଥିଏ, ତେବେ ଆସନ୍ତୁ ଜାଣିବା ଦ୍ୱିତୀୟ ସନ୍ତାନ ପାଇଁ ସଠିକ୍ ସମୟର ବ୍ୟବଧାନ କ’ଣ ରହିବା ଦରକାର?

ଆଧିକ ପଢନ୍ତୁ: ସିଜରିଆନ୍ ଜନ୍ମର କେତେ ଦିନ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ? ଜାଣି ନାହାନ୍ତି ଯଦି ନିହାତି ଜାଣନ୍ତୁ 

ଯେମିତିକି ଆଜିକାଲିର ଦୁନିଆରେ ଦ୍ୱିତୀୟ ସନ୍ତାନ ଯୋଜନା କରିବାବେଳେ କିଛି କଥା ମନେ ରଖିବା ଜରୁରୀ। ସେଥିମଧ୍ୟରୁ ପ୍ରଥମଟି ହେଉଛି ମାତାର ଶାରୀରିକ କ୍ଷମତା, ଯଦି ପ୍ରଥମ ସନ୍ତାନରେ କୌଣସି ବଡ଼ ଅସ୍ତ୍ରୋପଚାର ହୋଇଛି ତେବେ ଅଳ୍ପ ଦିନ ବ୍ୟବଧାନରେ ଦ୍ୱିତୀୟ ସନ୍ତାନ ଜନ୍ମ କରିବାରେ ଶାରୀରିକ ଭାବରେ ସକ୍ଷମ ହେବା କଷ୍ଟ ସାଧ୍ୟ ହୋଇଥାଏ। ତେଣୁ ଦୁଇ ସନ୍ତାନ ମଧ୍ୟରେ ସମୟ ଦେବା ଜରୁରୀ।

ଆଧିକ ପଢନ୍ତୁ: ଏହି ୫ଟି ସଂକେତ ଦେଖାଦେଲେ ଭୁଲରେ କରନ୍ତୁ ନାହିଁ ଅଣଦେଖା! ହୋଇପାରେ କିଡନୀ ସମସ୍ୟା 

ଅନ୍ୟପକ୍ଷରେ ଯଦି ମାଆ ପୂର୍ବରୁ ଏକ ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି, ତେବେ ଶିଶୁର ଶାରୀରିକ ଦୁର୍ବଳ ହେବାର ଅଧିକ ସମ୍ଭାବନା ଅଛି, ତେଣୁ ଶାରୀରିକ ଭାବରେ ଶକ୍ତିଶାଳୀ ହେବାକୁ ମାଆଙ୍କୁ ପୂର୍ଣ୍ଣ ସମୟ ଦେବା ନିହାତି ଜରୁରୀ । ଏହା ସହ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଦୁଇ ପିଲା ପାଇଁ ଦୁଇଗୁଣ ଖର୍ଚ୍ଚ ହୁଏ ତେଣୁ ଯଦି ଆପଣ ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ଭାବେ ସକ୍ଷମ ନୁହଁ ତେବେ ଦ୍ୱିତୀୟ ସନ୍ତାନକୁ ଯୋଜନା ଉଚିତ୍ ନୁହଁ। ଦେଖିବାକୁ ଗଲେ ମାତାର ଶାରୀରିକ କ୍ଷମତା ଦକ୍ଷତାକୁ ଉନ୍ନତ କରିବାରେ ଦୁଇ ପିଲାଙ୍କ ମଧ୍ୟରେ ୪ ରୁ ୫ ବର୍ଷର ବ୍ୟବଧାନ ସର୍ବୋତ୍ତମ ହୋଇଥାଏ।

ଆଧିକ ପଢନ୍ତୁ : ୧୨ ବର୍ଷ ପରେ ଏଭଳି ସଂଯୋଗ, ବୃଷ ରାଶିରେ ବୃହସ୍ପତି ଚଳନ! ଏହି ୪ ରାଶିକୁ ମିଳିବ ଶୁଭଫଳ 

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)
 

Share this story