World Odia Language Conferene

ଏହି ୫ଟି ସଂକେତ ଦେଖାଦେଲେ ଭୁଲରେ କରନ୍ତୁ ନାହିଁ ଅଣଦେଖା! ହୋଇପାରେ କିଡନୀ ସମସ୍ୟା 
 

Signs and Symptoms of kidney problem how to recognize kidney failure
କିଡନୀ ରୋଗର ସଙ୍କେତ 
 

ଓଡ଼ିଆ ଗସିପ୍ ବ୍ୟୁରୋ: କିଡ଼ନୀ ଆମ ଶରୀରର ଏକ ଅତ୍ୟାବଶ୍ୟକ ଅଙ୍ଗ । ଏହା ଆମ ଶରୀରରୁ ଅତିରିକ୍ତ ତରଳ, ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଏହା ଶରୀରରେ ଜଳ, ଲୁଣ, ମିନେରାଲଲ୍ସକୁ ସନ୍ତୁଳିତ ପରିମାଣରେ ରଖିବାରେ ସାହାଯ୍ୟ କରେ । ଏହା ବିନା ଶରୀରର ସ୍ନାୟୁ, କୋଷ ଓ ମାଂସପେଶୀ ସଠିକ୍ ଭାବରେ କାର୍ଯ୍ୟ କରିପାରିବ ନାହିଁ । 

କିଡ଼ନୀକୁ ପ୍ରଭାବିତ କରିବା ଦ୍ୱାରା ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା ବଢ଼ିଯାଏ । ଶରୀରକୁ ସୁସ୍ଥ ରଖିବା ପାଇଁ କିଡ଼ନୀକୁ ସୁସ୍ଥ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହା ମୂତ୍ର ଆକାରରେ ଆମ ଶରୀରରେ ଥିବା ବର୍ଜ୍ୟବସ୍ତୁକୁ ବାହର କରିବା ସହ ଆମକୁ ସୁସ୍ଥ ରଖିଥାଏ । ହେଲେ ସଚେତନତା ଅଭାବରୁ କିଡନୀ ରୋଗ ସମୟରେ ଆମେ କେଉଁ ଖାଦ୍ୟରୁ ଦୂରେଇ ରହିବା ଉଚିତ୍ ଜାଣି ପାରନ୍ତି ନାହିଁ।  

ଆଧିକ ପଢନ୍ତୁ :ଏହି ରାଶି ଲୋକଙ୍କ ଆୟଠୁ ବ୍ୟୟ ଅଧିକ ହେବା ସହ ଶତ୍ରୁ ସାଜିବେ ନିଜ ଲୋକ! ପଢନ୍ତୁ ଆଜିର ରାଶିଫଳ 

କିନ୍ତୁ ଲାଇଫ୍‌ଷ୍ଟାଇଲ୍‌ରେ ପରିବର୍ତ୍ତନ କରି କିଡନୀ ସମସ୍ୟାକୁ ମୁକାବିଲା କରିହେବ ।ତେଣୁ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଯେତେବେଳେ କିଡନୀରେ କୌଣସି ସମସ୍ୟା ସୃଷ୍ଟି ହୋଇଥାଏ ଏହା ପୂର୍ବରୁ ଶରୀର କିଛି ସଂକେତ ଦେଇଥାଏ । ଯାହାକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ…

ଅଣନିଶ୍ୱାସୀ: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କିଛି ବାଟ ଚାଲିବା ପରେ ଯଦି ଆପଣଙ୍କୁ ଅଣନିଶ୍ୱାସୀ ଲାଗୁଛି ତେବେ ଏହା କିଡନୀ ସମସ୍ୟାର ସଂକେତ ଦେଇଥାଏ । କାରଣ କିଡନୀ ଖରାପ ହେବା ଦ୍ୱାରା ଏରିଥ୍ରୋପୋଇଏଟିନ୍ ନାମକ ଏକ ହରମୋନ୍ ଉତ୍ପାଦନ ପ୍ରଭାବିତ ହୁଏ । ଏହି ହରମୋନଗୁଡିକ ଲାଲ ରକ୍ତ କଣିକା ଅର୍ଥାତ୍ (RBC) ଉତ୍ପାଦନ କରନ୍ତି । ଏହାର ଅଭାବ ହେତୁ ନିଶ୍ୱାସ ପ୍ରଶ୍ୱାସର ସମସ୍ୟା ଅତି ଶୀଘ୍ର ଆରମ୍ଭ ହୋଇଥାଏ । ତେଣୁ ଏହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ ।

ଶରୀର କୁଣ୍ଡାଇ ହେବା: ଯଦି କୌଣସି କାରଣରୁ କିଡନୀରେ ସମସ୍ୟା ସୃଷ୍ଟି ହୁଏ, ଶରୀରରେ ଥିବା ବର୍ଜ୍ୟ ବସ୍ତୁ ବାହାରକୁ ନ ବାହାରି ରକ୍ତରେ ଜମାଟ ବାନ୍ଧିଥାଏ । ଯେଉଁ କାରଣରୁ ଶରୀରରେ ବିଭିନ୍ନ ସମସ୍ୟା ଦେଖା ଦେବା ଶରୀର କୁଣ୍ଡାଇ ହୋଇଥାଏ । ତେବେ ଆପଣଙ୍କ ଯଦି ଏପରି ସମସ୍ୟା ଦେଖାଦେଉଛି ,ତେବେ ଏହାକୁ ଭୁଲରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ ।

ଆଧିକ ପଢନ୍ତୁ : ୩୦ ବର୍ଷ ପରେ ହେବାକୁ ଯାଉଛି ଶନି-ଶୁକ୍ରଙ୍କ ମହାମିଳନ, ୩ ରାଶିଙ୍କ ଲାଗି ଆରମ୍ଭ ହେଲା ଶୁଭଦିନ!

ଗୋଡ ଏବଂ ମୁହଁ ଫୁଲିବା: ଯଦି କୌଣସି ବ୍ୟକ୍ତିଙ୍କର ମୁହଁ କିମ୍ବା ଗୋଡ ହଠାତ ଫୁଲିଯାଏ ତେବେ ସତର୍କ ହୋଇଯିବା ନିତ୍ୟାନ୍ତ ଆବଶ୍ୟକ । କାରଣ ଏହା କିଡନୀ ରୋଗର ସଂକେତ ଦେଇଥାଏ । କିଡନୀ ଖରାପ ହେବା ଦ୍ୱାରା ଶରୀରରେ ଥିବା ସୋଡିୟମ ବାହାରକୁ ନ ବାହାରି ଶରୀରରେ ଜମା ହୋଇ ରହିଥାଏ । ଯାହାଫଳରେ ମୁହଁ ଏବଂ ଗୋଡ ହଠାତ୍ ଫୁଲିଯାଏ ।

ନିଦର ଅଭାବ: ଧୀରେ ଧୀରେ ଆବଶ୍ୟକତା ଠାରୁ କମ୍ ନିଦ ହେବା ବା ସଠିକ୍ ଭାବରେ ନିଦ ନ ହେବା କିଡନୀ ସମସ୍ୟାର ଏକ କାରଣ ହୋଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ କିଡନୀରେ ସମସ୍ୟା ହେବା ଦ୍ୱାରା ଶରୀରରେ ବର୍ଜ୍ୟବସ୍ତୁର ପରିମାଣ ବଢିବାର ଲାଗିଥାଏ । ଯେଉଁ କାରଣରୁ ଶରୀର ଦରଜ ହେବା ସହ ବ୍ୟସ୍ତ ବିବ୍ରତ ଲାଗିଥାଏ ଏବଂ ସଠିକ୍ ଭାବରେ ନିଦ ହୋଇ ନଥାଏ । ତେଣୁ ଏହି ସମସ୍ୟାକୁ ଅଣଦେଖା ନକରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ ।

ୟୁରିନ୍ ରଙ୍ଗ ପରିବର୍ତ୍ତନ ହେବା: ଯେତେବେଳେ କିଡନୀ ସଠିକ୍ ଭାବରେ କାର୍ଯ୍ୟ କରି ନଥାଏ ସେତେବେଳେ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ । କାରଣ କିଡନୀ ଖରାପ ହେବା ଦ୍ୱାରା ରକ୍ତ ସଠିକ୍ ଭାବରେ ସ୍ୱଚ୍ଛ ହୋଇପାରିନଥାଏ । ଯାହାଫଳରେ ୟୁରିନ୍ ସାହାଯ୍ୟରେ ପ୍ରୋଟିନ୍ ଅଧିକ ମାତ୍ରାରେ ଶରୀରରୁ ବାହାରି ଯାଏ । ଏହି କାରଣରୁ ୟୁରିନ ରଙ୍ଗରେ ପରିବର୍ତ୍ତନ ଆସିଥାଏ । ତେବେ ଶରୀରରେ ଏହି ଲକ୍ଷଣ ଦେଖାଦେଲେ ଏହାକୁ କେବେ ବି ଅଣଦେଖା କରନ୍ତୁ ନାହିଁ ।

ଆଧିକ ପଢନ୍ତୁ : ଭବିଷ୍ୟତ ପାଇଁ ଚିନ୍ତାରେ ରହିବା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story