୩୦ ବର୍ଷ ପରେ ହେବାକୁ ଯାଉଛି ଶନି-ଶୁକ୍ରଙ୍କ ମହାମିଳନ, ୩ ରାଶିଙ୍କ ଲାଗି ଆରମ୍ଭ ହେଲା ଶୁଭଦିନ!
 

Saturn Venus Conjunction In Aquarius Best Time For 3 Zodiacs People
ଶନି-ଶୁକ୍ରଙ୍କ ମହାମିଳନ, ୩ ରାଶିଙ୍କ ଲାଗି ଆରମ୍ଭ ହେଲା ଶୁଭଦିନ
 

ଓଡ଼ିଆ ଗସିପ୍ ବ୍ୟୁରୋ : ଯେମିତିକି ଆପଣ ଜାଣିଥିବେ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ଧନ ଓ ସମୃଦ୍ଧିର କାରକ ବୋଲି କୁହାଯାଉଥିବା ବେଳେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି ମଧ୍ୟ ବିବେଚନା କରାଯାଏ। ଜାତକରେ ଶନି ଓ ଶୁକ୍ରଙ୍କ ସ୍ଥିତି ମଜବୁତ୍ ରହିଲେ ମଣିଷ ଜୀବନରେ ସୁଖ ସମୃଦ୍ଧିରେ ଭରିଯାଏ। 

ତେବେ, ଏହି କ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଆଜି ସକାଳ ୯ଟା ୪୫ ମିନିଟ୍ ସମୟରେ ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ଶନି-ଶୁକ୍ରଙ୍କ ମିଳନ ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି ଯାହା ଦିର୍ଘ ୩୦ ବର୍ଷ ପରେ ଦେଖିବାକୁ ମିଳିଛି। ତେବେ, ଏହି ଦୁର୍ଲଭ ସଂଯୋଗ କାରଣରୁ ତିନି ରାଶିଙ୍କୁ ଶୁଭଫଳ ମିଳିବ। ତେବେ ଆସନ୍ତୁ ଜାଣିବା ଏହି ୩ ରାଶି ବିଷୟରେ...

ଆଧିକ ପଢନ୍ତୁ : ଭବିଷ୍ୟତ ପାଇଁ ଚିନ୍ତାରେ ରହିବା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ

ମକର: ଶନି-ଶୁକ୍ରଙ୍କ ଏହି ଦୁର୍ଲଭ ସଂଯୋଗ ଦିର୍ଘ ୩୦ ପରେ ପଡୁଥିବାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ମଧ୍ୟ ଚମକିବ। ଆୟ ବଢିବା ସହ ଆର୍ଥିକ ଦାରିଦ୍ରତା ଆପଣଙ୍କ ପାଖ ମାଡିବ ନାହିଁ। କ୍ୟାରିୟରରେ ସଫଳତା ପାଇବେ। ଚାକିରି ବଦଳାଇବା ପାଇଁ ଏହା ଏକ ଭଲ ସମୟ । ଆପଣ ନିଜ ପସନ୍ଦର ଚାକିରି ପାଇପାରିବେ । ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ବୈବାହିକ ଜୀବନ ସୁଖମୟ ହେବ।  ଏବଂ ବ୍ୟବସାୟରେ ବହୁତ ଅଗ୍ରଗତି ହେବ । ନିଜ ସନ୍ତାନ ମାନଙ୍କ ଠାରୁ ଖୁସି ଖବର ପାଇବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ବେଶ୍ ଅନୁକୂଳ ରହିଛି। କିନ୍ତୁ ସ୍ବାସ୍ଥ୍ୟକୁ ନେଇ ଆପଣ ଯତ୍ନବାନ୍ ରୁହନ୍ତୁ। ଚନେତ୍ ସ୍ବାସ୍ଥ୍ୟ ବିଗିଡିପାରେ। 

ଆଧିକ ପଢନ୍ତୁ : ବୁଧ ଚଳନ! ଚଳିତ ମାସ ମାର୍ଚ୍ଚ ୭ ତାରିଖରୁ ଏସ ୪ରାଶି ଉପରେ ପଡିବ ପ୍ରଭାବ

ମେଷ: ଶନି-ଶୁକ୍ରଙ୍କ ଏହି ଦୁର୍ଲଭ ସଂଯୋଗ କାରଣରୁ ଏହି ରାଶିର ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏହି ରାଶିର ଲୋକେ ରାଜସୁଖ ଭୋଗ କରିବେ। ବିଶେଷ କରି କ୍ୟାରିୟରେ ଅଭୂତ ପୂର୍ବ ସଫଳତା ପାଇବେ। ଚାକିରିରେ ପଦୋନ୍ନତି ପାଇବା ସାଙ୍ଗକୁ ନୂତନ ନିଯୁକ୍ତି ଅଫର ବି ଆପଣଙ୍କୁ ମିଳିପାରେ। ଆୟ ବଢିବ। ରୋଜଗାର ପାଇଁ ନୂଆ ବାଟ ଖୋଲିବ।  ଶନି ଏବଂ ଶୁକ୍ରର ମିଳନ ହେତୁ ଆର୍ଥିକ ସ୍ଥିତି ମଜବୁତ୍ ହେବ। ଆକସ୍ମିକ ଧନଲାଭର ଯୋଗ ରହିଛି। ବ୍ୟବସାୟୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। 

ବୃଷ:  ସେହିପରି ଏହି ରାଶିର ବ୍ୟକ୍ତି ମଧ୍ୟ ୨୦୨୪ରେ ଶନି ଓ ଶୁକ୍ରଙ୍କ କୃପାରୁ ଶୁଭଫଳ ପାଇବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ରାଶିର କର୍ମ ଘରେ ଶୁକ୍ର-ଶନି ଦୁର୍ଲଭ ସଂଯୋଗ ସୃଷ୍ଟି ହେବ। ଏପରି ପରିସ୍ଥିତିରେ, ଆପଣ ନୂଆ ବର୍ଷରେ ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତି । ସେଥିରେ ସଫଳତା ପାଇବେ। ଧାର ଦେଇଥିବା ଟଙ୍କା ଫେରସ୍ତ ପାଇପାରନ୍ତି । ଆର୍ଥିକ ସ୍ଥିତି ମଜବୁତ୍ ହେବ।  ବ୍ୟବସାୟରେ ଲାଭ ହେବ। ପରିବାର ଲୋକଙ୍କ ସମର୍ଥନ ପାଇବେ। ନୂଆ ଗାଡି଼ - ଜମି କିଣିବାର ସ୍ୱପ୍ନ ପୂରଣ ହେବ ।  ପରିବାରରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇବ।

ଆଧିକ ପଢନ୍ତୁ : ୩ ରାଶି ପାଇଁ ଆରମ୍ଭ ହେଲା ଶୁଭ ସମୟ, ଜୀବନରେ ଅନେକ ପରିବର୍ତ୍ତନ ଦେଖାଯିବା ସହ ଦୂର ହେବ ଆର୍ଥିକ ସଙ୍କଟ!

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ, ଏହାକୁ ଓଡ଼ିଆ ଗସିପ୍ ନିଶ୍ଚିତ କରେ ନାହିଁ ।) 
 

Share this story