୩ ରାଶି ପାଇଁ ଆରମ୍ଭ ହେଲା ଶୁଭ ସମୟ, ଜୀବନରେ ଅନେକ ପରିବର୍ତ୍ତନ ଦେଖାଯିବା ସହ ଦୂର ହେବ ଆର୍ଥିକ ସଙ୍କଟ!
 

Surya Gochar 2024 auspicious time begins for 3 zodiac signs people
୩ ରାଶି ପାଇଁ ଆରମ୍ଭ ହେଲା ଶୁଭ ସମୟ
 

ଓଡ଼ିଆ ଗସିପ୍ ବ୍ୟୁରୋ: ସୂର୍ଯ୍ୟ ଦେବଙ୍କୁ ଗ୍ରହମାନଙ୍କ ମଧ୍ୟରେ ରାଜା ଭାବରେ ବିବେଚନା କରାଯାଇଥାଏ । ବିଶ୍ୱାସ କରାଯାଏ ଯେ ଯେତେବେଳେ ଜଣେ ବ୍ୟକ୍ତିଙ୍କ ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ଭଲ ଅବସ୍ଥାରେ ଥାଏ ସେତେବେଳେ ସେହି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇଥାଏ । 

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଜି ଅର୍ଥାତ୍ ସୋମବାର, ମାର୍ଚ୍ଚ ୪ ରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସୂର୍ଯ୍ୟଦେବ ପୂର୍ବା ଭାଦ୍ର ନକ୍ଷତ୍ରରେ ଅବସ୍ଥାନ କରିବାର ସମୟ ରାତି ୧୨.୪୪ମିନିଟ୍ । ସୂର୍ଯ୍ୟଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖାଯିବ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଚଳନ କେଉଁ ରାଶି ଉପରେ ପ୍ରଭାବ ପକାଇବ ।

ଆଧିକ ପଢନ୍ତୁ :ମାସଟି ଏହି ରାଶି ପାଇଁ ସବୁଠୁ ଭାଗ୍ୟଶାଳୀ ରହିବା ସହ ଅଟକି ଥିବା କାର୍ଯ୍ୟ ପୂରା ହେବ! ପଢନ୍ତୁ ଆଜିର ରାଶିଫଳ 

ମିଥୁନ ରାଶି :- ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ଅତ୍ୟନ୍ତ ଶୁଭପ୍ରଦ ହେବ । ଆପଣ ଆଗାମୀ ଦିନରେ ଭଲ ଖବର ପାଇପାରନ୍ତି । କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଆୟ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଛି । ବୈବାହିକ ଜୀବନରେ ମଧୁରତା ଆସିବ । କର୍ମକ୍ଷେତ୍ରରେ ସହକର୍ମୀ କିମ୍ୱା କୌଣସି ସାଥୀଙ୍କ ସାହାଯ୍ୟ ପାଇବେ ।

କର୍କଟ ରାଶି :- ସୂର୍ଯ୍ୟଙ୍କ ନକ୍ଷତ୍ରର ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟ ଅତ୍ୟନ୍ତ ଶୁଭ । ଆବଶ୍ୟକ ପଡିଲେ ବିଶେଷଜ୍ଞଙ୍କଠାରୁ ପରାମର୍ଶ ନିଅନ୍ତୁ । କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ ।

ଆଧିକ ପଢନ୍ତୁ : ବୁଧ ଚଳନ! ଚଳିତ ମାସ ମାର୍ଚ୍ଚ ୭ ତାରିଖରୁ ଏସ ୪ରାଶି ଉପରେ ପଡିବ ପ୍ରଭାବ

ମୀନ ରାଶି :- ଆପଣଙ୍କ ପାଇଁ ସୂର୍ଯ୍ୟଙ୍କ ନକ୍ଷତ୍ରର ପରିବର୍ତ୍ତନ ଶୁଭଦାୟକ । ଅଟକି ରହିଥିବା କାମ ଶେଷ ହେବ । ଋଣରୁ ମୁକ୍ତି ପାଇବାର ସମ୍ଭାବନା ଅଛି । ହଠାତ୍ କୌଣସି ସ୍ଥାନରୁ ଧନପ୍ରାପ୍ତି କରିବେ । ଅନେକ କାର୍ଯ୍ୟରେ ପରିବାର ସଦସ୍ୟଙ୍କଠାରୁ ସମର୍ଥନ ପାଇବେ । ପୈତୃକ ସମ୍ପତ୍ତିରୁ ଆର୍ଥିକ ଲାଭ ମିଳିପାରେ ।

ଆଧିକ ପଢନ୍ତୁ : ଭବିଷ୍ୟତ ପାଇଁ ଚିନ୍ତାରେ ରହିବା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ

Share this story