ମାସଟି ଏହି ରାଶି ପାଇଁ ସବୁଠୁ ଭାଗ୍ୟଶାଳୀ ରହିବା ସହ ଅଟକି ଥିବା କାର୍ଯ୍ୟ ପୂରା ହେବ! ପଢନ୍ତୁ ଆଜିର ରାଶିଫଳ 
 

Horoscope for monday 4th March 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା....

ମେଷ: କାର୍ଯ୍ୟକ୍ଷେତ୍ରରେ ଇଚ୍ଛାନୁସାରେ ସଫଳତା ମିଳିବ। ଦୀର୍ଘ ସମୟ ଧରି ଅଟକି ଥିବା କାର୍ଯ୍ୟ ପୂରା ହେବ। ନୂତନ ଚାକିରି ପାଇଁ ପ୍ରସ୍ତାବ ପାଇପାରନ୍ତି। ବୈବାହିକ ଜୀବନରେ ଖୁସି ମିଳିବ।

ବୃଷ: ସନ୍ତାନଙ୍କ ଉନ୍ନତିରେ ଅଭିଭାବକ ଖୁସି ହେବେ। ଅଫିସ୍‌ରେ ବସ୍‌ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିେବ। ବିଦ୍ୟାର୍ଥୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ସଫଳତା ପାଇଁ କଠିନ ପରିଶ୍ରମ କରିେବ।

ମିଥୁନ: ଉଚ୍ଚ ଶିକ୍ଷା ଲାଭ ପାଇଁ ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିପାରନ୍ତି। ଅଟକି ଥିବା କାର୍ଯ୍ୟ ପୂରା ହେବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଆର୍ଥିକ ଦୃଷ୍ଟିରୁ ଶୁଭ । ନୂତନ ବସ୍ତ୍ର କ୍ରୟ କରିପାରନ୍ତି।

ଆଧିକ ପଢନ୍ତୁ : ଭବିଷ୍ୟତ ପାଇଁ ଚିନ୍ତାରେ ରହିବା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ

କର୍କଟ: ଏହି ମାସଟି ସବୁଠୁ ଭାଗ୍ୟଶାଳୀ ରହିବ। କୌଣସି ଶୁଭ ସମାଚାର ପାଇପାରନ୍ତି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଜମିଜମା କ୍ରୟ କରିପାରନ୍ତି। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।

ସିଂହ: କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ। ମାର୍କେଟିଂ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଅନୁକୂଳ ସମୟ। ଅଚାନକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇପାରେ।

କନ୍ୟା: ଅଫିସ୍‌ କାର୍ଯ୍ୟ ପାଇଁ ଦୂର ସ୍ଥାନ ଯାତ୍ରା କରିପାରନ୍ତି। ନୂତନ ବ୍ୟବସାୟରୁ ଲାଭ ମିଳିବ। ସାମାନ୍ୟ କଥାରୁ ପରିବାରରେ ପାଟିତୁଣ୍ଡ ହେବ। ଧାର୍ମିକ ଯାତ୍ରା କରିପାରନ୍ତି। ଶ୍ରୀ ବିଷ୍ଣୁସହସ୍ରନାମ ପାଠ କରନ୍ତୁ।

ତୁଳା: ଶୁକ୍ର ଏବଂ ମଙ୍ଗଳ ଶୁଭ ପ୍ରଭାବରୁ ବ୍ୟବସାୟରେ ବିଶେଷ ଲାଭ ମିଳିବ। କର୍ମକ୍ଷେତରେ ପଦୋନ୍ନତି ଯୋଗ ରହିଛି। ଧନ ଲାଭ ଯୋଗ ରହିଛି। ପ୍ରତିଦିନ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରନ୍ତୁ।

ଆଧିକ ପଢନ୍ତୁ :ରାଶି ପରିବର୍ତ୍ତନ କରିବେ ଶୁକ୍ର, ଖୁବ୍ ଶୀଘ୍ର ମେଷ ସହ ଧନୀ ହେବାକୁ ଯାଉଛନ୍ତି ଏହି ୪ ରାଶିର ବ୍ୟକ୍ତି!

ବିଛା: ଆଇଟି ଏବଂ ବ୍ୟାକିଂ ଚାକିରିରେ ପଦୋନ୍ନତି ହେବ। ବ୍ୟବସାୟରେ ସଫଳତା ମିଳିବ। ଆର୍ଥିକ ପ୍ରଗତିରେ ପ୍ରସନ୍ନ ହେବେ। ଦାନ ଧର୍ମ କରିେବ। ପିତାଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ନିଅନ୍ତୁ।

ଧନୁ: ଆର୍ଥିକ ପ୍ରଗତିରେ ଖୁସି ମିଳିବ। ଅନ୍ନ ଦାନ କରିେବ। ଦୀର୍ଘ ଦିନ ଧରି ଲାଗି ରହୁଥିବା ସମସ୍ୟାର ସମାଧାନ ପାଇଁ ନିୟମିତ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରନ୍ତୁ। ଜମି କିଣାରେ ଧନ ନିବେଶ କରିବେ।

ମକର: ବ୍ୟବସାୟରୁ ଆଶାତୀତ ଫଳ ମିଳିବ। ଗୃହ ନିର୍ମାଣ କାର୍ଯ୍ୟ ଅାରମ୍ଭ ହେବ। ପିଲାମାନେ ଖେଳକୁଦରେ ସମୟ ବିତାଇବେ। ସ୍ବାସ୍ଥ୍ୟ ସୁଖ ମିଳିବ। ଶନିବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ।

କୁମ୍ଭ: ଗୁରୁଜନଙ୍କ ସ୍ବାସ୍ଥ୍ୟସମସ୍ୟାକୁ ନେଇ ଚିନ୍ତିତ ରହିେବ। ଯେକୌଣସି କ୍ଷେତ୍ରରେ ଟଙ୍କା ନିବେଶ କରିବା ପୂର୍ବରୁ ଭଲ ଭାବେ ଯାଞ୍ଚ କରିବା ଜରୁରି।ଗୃହ ନିର୍ମାଣ ପୂର୍ବରୁ ମାଟି ପରୀକ୍ଷା କରିନେବା ଭଲ।

ମୀନ: ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରନ୍ତୁନି। ରାଜନୀତିରେ ସକ୍ରିୟ ରହିେବ। ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସକାଳୁ କୂଆଙ୍କୁ ଖାଇବାକୁ ଦିଅନ୍ତୁ।

ଆଧିକ ପଢନ୍ତୁ : ବୁଧ ଚଳନ! ଚଳିତ ମାସ ମାର୍ଚ୍ଚ ୭ ତାରିଖରୁ ଏସ ୪ରାଶି ଉପରେ ପଡିବ ପ୍ରଭାବ
 

Share this story