ବୁଧ ଚଳନ! ଚଳିତ ମାସ ମାର୍ଚ୍ଚ ୭ ତାରିଖରୁ ଏସ ୪ରାଶି ଉପରେ ପଡିବ ପ୍ରଭାବ
 

Budh gochar 2024 these zodiac signs of people will become rich
ବୁଧ ଚଳନ!
 

ଓଡ଼ିଆ ଗସିପ୍ ବ୍ୟୁରୋ: ମାର୍ଚ୍ଚ ମାସରେ ବୁଧ ରାଶି ପରିବର୍ତ୍ତନ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧ ଗ୍ରହଙ୍କୁ ବୁଦ୍ଧି ଏବଂ ବ୍ୟବସାୟ ସହ ଜଡିତ ଥିବା ଗ୍ରହ ବୋଲି ବିବେଚନା କରାଯାଏ । ବୁଧଙ୍କ ରାଶି ପରିବର୍ତ୍ତନ ନିଶ୍ଚିତ ଭାବରେ କିଛି ନିର୍ଦ୍ଦିଷ୍ଟ ରାଶି ଉପରେ ପ୍ରଭାବ ପକାଇବ । 

ଏହି କର୍ମରେ ମାର୍ଚ୍ଚ ୦୭ ବୁଧବାର ସକାଳ ୦୯: ୨୧ ସମୟରେ ବୁଧ ମୀନ ରାଶିରେ ପ୍ରବେଶ କରିବେ । ତେବେ କେଉଁ କେଉଁ ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା।

ଆଧିକ ପଢନ୍ତୁ :ଆର୍ଥିକ ମାମଲାରେ ସମସ୍ୟା ଦେଖାଦେବା ସହ ଏମାନଙ୍କ ପାଇଁ ଦିନଟି ଆଦୌ ଭଲ ନୁହେଁ! ପଢନ୍ତୁ ଆଜିର ରାଶିଫଳ 

କର୍କଟ ରାଶି :- ବୁଧଙ୍କ ଚଳନ ପ୍ରଭାବରୁ ଆପଣଙ୍କ ରାଶିରେ ସବୁଠାରୁ ଅଧିକ ପ୍ରଭାବ ପଡିବ । ଆପଣଙ୍କ ରାଶିରେ ବୁଧ ଗ୍ରହ ନବମ ଘରେ ଅର୍ଥାତ୍ ଭାଗ୍ୟର ଘରେ ଅବସ୍ଥାନ କରିବେ । ଫଳରେ ଆପଣଙ୍କୁ ସଫଳତା ମିଳିବ । ଅଧିକାଂଶ କ୍ଷେତ୍ରରେ ଆପଣ ଶୁଭଫଳ ପାଇବେ । କର୍ମକ୍ଷେତ୍ରରେ ନୂଆ ସଫଳତା ହାସଲ କରିବେ । କ୍ୟାରିଅରରେ ମଧ୍ୟ ପରିବର୍ତ୍ତନ ଦେଖିବେ । ନୂଆ ଚାକିରିର ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା ମିଳିବ ।

ଆଧିକ ପଢନ୍ତୁ :ରାଶି ପରିବର୍ତ୍ତନ କରିବେ ଶୁକ୍ର, ଖୁବ୍ ଶୀଘ୍ର ମେଷ ସହ ଧନୀ ହେବାକୁ ଯାଉଛନ୍ତି ଏହି ୪ ରାଶିର ବ୍ୟକ୍ତି!

ସିଂହ ରାଶି :- ମୀନ ରାଶିରେ ବୁଧଙ୍କ ଚଳନ ସିଂହ ରାଶିକୁ ଶୁଭଫଳ ଦେବ । ଆର୍ଥିକ ସ୍ଥିତି ଦୃଢ ହେବ । ବନ୍ଧୁଙ୍କଠାରୁ ଟଙ୍କା ଫେରସ୍ତ ପାଇବେ । ଆପଣଙ୍କ ଶତୃଙ୍କର ମନ ପରିବର୍ତ୍ତନ ହୋଇଯିବ । କଠିନ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବନ୍ଧୁମାନେ ସାହାଯ୍ୟ କରିବେ ।

ବିଛା ରାଶି :- ଝଗଡା ଏବଂ ବିବାଦରୁ ଆପଣ ଦୂରେଇ ରହିବା ଉଚିତ୍ । ଆପୋଷ ବୁଝାମଣା ମଧ୍ୟରେ ବିବାଦର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ବିଦେଶ ଭ୍ରମଣର ଯୋଗ ରହିଛି । ଋଣ କାରବାରରୁ ନିଜକୁ ଦୂରେଇ ରଖନ୍ତୁ ।

ଧନୁ ରାଶି :- ଆପଣଙ୍କ ରାଶିର ଦଶମ ଘରେ ବୁଧ ଅବସ୍ଥାନ କରିବେ । ଏହାର ପ୍ରଭାବରେ ଆପଣଙ୍କ ଜୀବନରେ ସମସ୍ତ ପ୍ରକାର ସୁଖ ଏବଂ ସମୃଦ୍ଧତା ଆସିବାକୁ ଯାଉଛି । ଆର୍ଥିକ କ୍ଷେତ୍ରରେ ଲାଭର ସୁଯୋଗ ବୃଦ୍ଧି ପାଇବ । କାର୍ଯ୍ୟ ଦକ୍ଷତା ଆଧାରରେ ଆପଣ ଉଚ୍ଚ ପଦାଧିକାରୀଙ୍କଠାରୁ ପ୍ରଶଂସା ପାଇବେ । ବିନିଯୋଗରୁ ଭଲ ଲାଭ ପାଇବେ । ପାରିବାରିକ ବିବାଦର ଅନ୍ତ ଘଟିବ ।

ଆଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ସହ ଏହି ରାଶିର ବ୍ୟକ୍ତିଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ଦେଖାଦେବ! ପଢନ୍ତୁ ଏ ସପ୍ତାହର ରାଶିଫଳ

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ, ଏହାକୁ ଓଡ଼ିଆ ଗସିପ୍ ନିଶ୍ଚିତ କରେ ନାହିଁ ।)

Share this story