ଏହି ରାଶି ଲୋକଙ୍କ ଆୟଠୁ ବ୍ୟୟ ଅଧିକ ହେବା ସହ ଶତ୍ରୁ ସାଜିବେ ନିଜ ଲୋକ! ପଢନ୍ତୁ ଆଜିର ରାଶିଫଳ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା...
ମେଷ: ଅଫିସ୍ରେ ବଡ଼ ଦାୟିତ୍ବ ମିଳିପାରେ। ଭଲ କାମ କରି ପ୍ରଶଂସିତ ହୋଇପାରନ୍ତି। ବ୍ୟବସାୟୀଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଭଲ। ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ।
ବୃଷ: ଆତ୍ମବିଶ୍ବାସ ବୃଦ୍ଧି ପାଇବ। ପାରିବାରିକ ଜୀବନ ସୁଖମୟ ହେବ। ପରିବାର ସହିତ ସୁଖଦ ସମୟ ଅତିବାହିତ କରିବେ। ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମିଥୁନ: ଦିନଟି ଶୁଭଫଳ ପ୍ରଦାନ କରିବ। ଆର୍ଥିକ ମାମଲାରେ ସୁଧାର ଆସିବ। ସହକର୍ମୀଙ୍କ ସହଯୋଗରୁ ଅଫିସ୍ କାର୍ଯ୍ୟରେ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ।
ଆଧିକ ପଢନ୍ତୁ : ୩ ରାଶି ପାଇଁ ଆରମ୍ଭ ହେଲା ଶୁଭ ସମୟ, ଜୀବନରେ ଅନେକ ପରିବର୍ତ୍ତନ ଦେଖାଯିବା ସହ ଦୂର ହେବ ଆର୍ଥିକ ସଙ୍କଟ!
କର୍କଟ: ପରିବାର ଲୋକଙ୍କୁ ସମୟ ଦେବେ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ସିଂହ: କର୍ମ ଚଞ୍ଚଳ ରହିବେ। ମନ ପ୍ରଫୁଲ୍ଲିତ ରହିବ। ଆୟଠୁ ବ୍ୟୟ ଅଧିକ ହେବେ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ଘର ପାଇଁ ନୂଆ ଜିନିଷ କିଣିବେ। ଅଚାନକ ହଇରାଣରେ ପଡ଼ିପାରନ୍ତି।
କନ୍ୟା: ରାଜନୀତିରେ ସାମିଲ ହେବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବନ୍ଧୁ ମିଳନ ଯୋଗ ରହିଛି। ନିଜ ଲୋକ ଶତ୍ରୁ ସାଜିବେ। ଅଫିସ୍ କାର୍ଯ୍ୟପାଇଁ ଅଚାନକ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ତୁଳା: ଅଫିସ୍ରେ ଆପଣଙ୍କ କାମକୁ ସମସ୍ତେ ପ୍ରଶଂସା କରିବେ। ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଉଧାର ଦେଇଥିବା ଟଙ୍କା ଫେରିପାଇବାରେ ବିଫଳ ହେବେ।
ଆଧିକ ପଢନ୍ତୁ : ୩୦ ବର୍ଷ ପରେ ହେବାକୁ ଯାଉଛି ଶନି-ଶୁକ୍ରଙ୍କ ମହାମିଳନ, ୩ ରାଶିଙ୍କ ଲାଗି ଆରମ୍ଭ ହେଲା ଶୁଭଦିନ!
ବିଛା: ସୃଜନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମନ ପ୍ରସନ୍ନ ରହିବ। ପ୍ରେମ ସମ୍ବନ୍ଧ ମଜଭୁତ୍ ହେବ। ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ କରିବେ।
ଧନୁ: ନିବେଶରୁ ଲାଭ ମିଳିବ। କାର୍ଯ୍ୟରୁ ଆଶାଜନକ ଫଳ ମିଳିବ। ଆତ୍ମବିଶ୍ବାସର ସହ କାର୍ଯ୍ୟ ସମ୍ପାଦନ କରିବେ। ଅଫିସ୍ରେ ପଦୋନ୍ନତି ସମ୍ଭାବନା ଅଛି। ଆଇନଜୀବୀଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ।
ମକର: ଶାରୀରିକ ଯନ୍ତ୍ରଣା ଭୋଗିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବ୍ୟବସାୟରେ କ୍ଷତି ଘଟିବ। ସକାରାତ୍ମକ ଚିନ୍ତା ରଖି ପୁନଶ୍ଚ ନୂଆ କାମ ଆରମ୍ଭ କରନ୍ତୁ। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ।
କୁମ୍ଭ: ଦିନଟି ମିଶ୍ରତଫଳ ପ୍ରଦାନ କରିବ। ଧାର୍ମିକ କାର୍ଯ୍ୟ କରିବେ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ସମାଜସେବାରେ ନିଜକୁ ନିୟୋଜିତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମୀନ: ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ବିଦ୍ୟାର୍ଥୀ ପଢ଼ାରେ ମନଯୋଗ ଦେବେ। ପଡ଼ୋଶୀଙ୍କ ସହ ବିବାଦ ଦେଖା ଦେବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।
ଆଧିକ ପଢନ୍ତୁ : ଭବିଷ୍ୟତ ପାଇଁ ଚିନ୍ତାରେ ରହିବା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ