ଦେଖନ୍ତୁ ଭିଡିଓମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅଭିନେତାଙ୍କ ଭିଣୋଇଙ୍କ ଗଲା ଜୀବନ, ଭଉଣୀ ଗୁରୁତର,
 

Pankaj Tripathis Brother in law Killed in Road Accident
ସଡ଼କ ଦୁର୍ଘଟଣାରେ ଅଭିନେତାଙ୍କ ଭିଣୋଇଙ୍କ ଗଲା ଜୀବନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଶନିବାର ଦିନ ଏଠାରେ ଏକ ସଡ଼କ ଦୁର୍ଘଟଣାରେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ରାକେଶ ତିୱାରୀଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ଏହି ଘଟଣାରେ ତ୍ରିପାଠୀଙ୍କ ଭଉଣୀ ସାବିତା ତିୱାରୀ ଗୁରୁତର ଆହତ ହୋଇଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଦିଲ୍ଲୀ-କୋଲକାତା ଜାତୀୟ ରାଜପଥ-୨ର ନିର୍ସା ବଜାରରେ ରାତି ପ୍ରାୟ ୪.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହି ଦମ୍ପତି ଯେଉଁ କାରରେ ଯାଉଥିଲେ ଏକ ରୋଡ ଡିଭାଇଡରକୁ ଧକ୍କା ଦେଇଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ବର୍ତ୍ତମାନ ସେହି ଭିଡିଓ ବି ସାମ୍ନାକୁ ଆସିଛି, ସେମାନେ ବିହାରର ଗୋପାଳଗଞ୍ଜ ଜିଲ୍ଲାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲେ।

ଦେଖନ୍ତୁ ଭିଡିଓ 


ଦୁର୍ଘଟଣା ପରେ ରାକେଶ ତିୱାରୀ ଓ ପଙ୍କଜଙ୍କ ଭଉଣୀ ସବିତା ତିୱାରୀଙ୍କୁ ଧନବାଦର ଏସଏନଏମଏମସିଏଚ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ରାକେଶଙ୍କୁ ମୃତଘୋଷଣା କରିଥିବା ବେଳେ ପଙ୍କଜଙ୍କ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଥିଲେ।  ଦୁର୍ଘଟଣାରେ ସବିତା ତିୱାରୀଙ୍କ ଗୋଡ଼‌ ଭାଙ୍ଗି ଯାଇଥିବା ବେଳେ ସେ ଏବେ ବିପଦମୁକ୍ତ ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇ କହିଛନ୍ତି।

Share this story