ଭୁବନେଶ୍ୱରରେ ପୁଣି ଆତଙ୍କରାଜ, ୟୁନିଫର୍ମରେ ଥିବା ମହିଳା ସବ୍-ଇନ୍ସପେକ୍ଟରଙ୍କୁ ମାରଣାସ୍ତ୍ର ଧରି ଗୋଡ଼ାଇଲେ ଦୁର୍ବୃତ୍ତ...

miscreants chased before on duty lady SI creating fear in her

ଓଡ଼ିଆ ଗସିପ ବ୍ୟୁରୋ: ରାଜଧାନୀର ରାଜରାସ୍ତାରେ କେବଳ ସାଧାରଣ ଲୋକେ ନୁହନ୍ତି, ପୁଲିସ୍ ବି ଅସୁରକ୍ଷିତ । ବିଚ୍‌ ରାସ୍ତାରେ ପୁଲିସ୍‌ ୟୁନିଫର୍ମରେ ଥିବା ଜଣେ ମହିଳା ସବ୍‌ ଇନ୍ସପେକ୍ଟର ବି ଅସାମାଜିକ ଯୁବକଙ୍କ କବଳରୁ ବର୍ତ୍ତି ପାରି ନାହାନ୍ତି ।

ମହିଳା ଅଫିସରଙ୍କୁ ଦୁର୍ବୃତ୍ତମାନେ ଗାଡ଼ିରେ ପିଛା କରିବାରୁ କଳେବଳେ କୌଶଳେ ପୁଲିସ୍‌ ରିଜର୍ଭ ଗ୍ରାଉଣ୍ଡରେ ପଶି ସେ ନିଜକୁ ବଞ୍ଚାଇ ପାରିଛନ୍ତି । ଏହାଦେଖି ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି । ୨ ଦିନ ତଳେ ଏହି ଘଟଣା ଘଟିଥିବା ବେଳେ ଆଜି ଏହି ଘଟଣା ସାମ୍ନାକୁ ଆସିଛି ଆଉ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ସହିଦନଗର ପୁଲିସ୍‌ ।

ନୂଆବର୍ଷ ରାତିରେ ପୁଲିସ୍ ସବ୍‌ ଇନ୍ସପେକ୍ଟର ଶୁଭଶ୍ରୀ ନାୟକ ମହିଳା ଥାନାରୁ ଡ୍ୟୁଟି ସାରି ନିଜ କାର୍‌ରେ ଘରକୁ ଫେରୁଥିଲେ । ଆଚାର୍ଯ୍ୟ ବିହାର ନିକଟ ସାଇନ୍ସ ପାର୍କ ପାଖରେ ତାଙ୍କ କାର୍‌କୁ ଧକ୍କା ଦେବାକୁ ଚେଷ୍ଟା କରିଥିଲା ଏକ ଇନୋଭା କାର ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

ଏହାପରେ ଶୁଭଶ୍ରୀ ନିଜ ବାଟରେ ଯାଇଥିବା ବେଳେ ଅଭିଯୁକ୍ତମାନେ କିନ୍ତୁ ତାଙ୍କ ପିଛା କରିଥିଲେ । ଏପରିକି ସେମାନଙ୍କ ନିକଟରେ ମାରଣାସ୍ତ୍ର ଥିବା ବେଳେ ସେମାନେ ଶୁଭଶ୍ରୀଙ୍କୁ ଗାଳିଗୁଲଜ କରି ଧମକ ଦେଉଥିଲେ ।

ଏହାଦେଖି ପ୍ରାଣ ବିକଳରେ ପୁଲିସ୍ ରିଜର୍ଭ ଗ୍ରାଉଣ୍ଡ ଭିତରକୁ ପଶି ଯାଇଥିଲେ ମହିଳା SI ଜଣକ । ହେଲେ ଏତିକିରେ ଥମିନଥିଲା ଆତଙ୍କ । ପୁଲିସ୍ ରିଜର୍ଭ ଗ୍ରାଉଣ୍ଡ ଭିତର ଯାଏଁ ମଧ୍ୟ ସେମାନେ ଶୁଭଶ୍ରୀଙ୍କ ପିଛା କରିଥିଲେ । ଏହାଦେଖି ଶୁଭଶ୍ରୀ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ବାରାକରେ ଡ୍ୟୁଟି କରୁଥିବା ପୁଲିସ୍ ଅଧିକାରୀ ମହିଳା ଅଧିକାରୀଙ୍କୁ ରକ୍ଷା କରିଥିଲେ । ଏହାପରେ ଅଭିଯୁକ୍ତମାନେ ଗାଡ଼ି ସହ ଫେରାର ହୋଇ ଯାଇଥିଲେ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ ଆରମ୍ଭ କରିଛି ପୁଲିସ୍‌ । ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ ଚାଲିଥିବା ବେଳେ ଗାଡ଼ିର କିମ୍ବା ଅଭିଯୁକ୍ତମାନଙ୍କର ଟେର ମିଳିପାରି ନାହିଁ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ହାଇଓ୍ୱା ସହ ଧକ୍କା ହୋଇ ରାସ୍ତାତଳକୁ ଓଲଟିଲା ଭୁବନେଶ୍ବର ଆସୁଥିବା ଯାତ୍ରୀବାହୀ ବସ୍, ୪୦ରୁ ଅଧିକ ଯାତ୍ରୀ ଆହତ

କମିଶନରେଟ ପୁଲିସ୍‌ର କଡ଼ା ସୁରକ୍ଷା ବଳୟରେ ତଥା ସବୁବେଳେ ସିସିଟିଭି ନଜରରେ ରହୁଥିବା ରାଜଧାନୀ ରାଜରାସ୍ତାରେ ଜଣେ ପୁଲିସ୍‌ ଅଧିକାରୀ ସୁରକ୍ଷିତ ରହୁ ନ ଥିବା ବେଳେ ସାଧାରଣ ଲୋକ କେତେ ସୁରକ୍ଷିତ ତାହା ସହଜେ ଅନୁମେୟ ।

ଏହାବାଦା ଏବେ ବିଶ୍ୱକପ ହକି ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଥିବା ବେଳେ ରାସ୍ତାରେ ମାଳ ମାଳ ପୁଲିସ୍‌ ପଇଁତରା ମାରୁଛନ୍ତି । ଏହାପରେ ବି କିପରି କିଛି ଅଭିଯୁକ୍ତ ଜଣେ ମହିଳା ପୁଲିସ୍‌ ଅଧିକାରୀଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ପିଛା କଲେ ତାହା ଆଶ୍ଚର୍ଯ୍ୟର କଥା ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମାଲକାନଗିରିରେ କାର୍ଜ୍ଯରତ ଥିଲେ ଶୁଭଶ୍ରୀ । କୋରୋନା କାଳରେ ଭୋକିଲାଙ୍କୁ ଖାଇବାକୁ ଦେବା ସହ ଅସହାୟଙ୍କୁ ସହାୟତା ପ୍ରଦାନ କରି ଚର୍ଚ୍ଚା ସାଉଁଟି ଥିଲେ ସେ । ତାଙ୍କ ଭିଡିଓ ଭାଇରାଲ ହେବା ପରେ ସୁପରଷ୍ଟାର ଚିରଂଜୀବି ଭିଡିଓ କଲ କରି ତାଙ୍କୁ ପ୍ରଶଂସା କରିଥିଲେ ।

Share this story

World Odia Language Conferene