ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

know your yearly prediction on these zodiac signs fate

ଓଡ଼ିଆ ଗସିପ ବ୍ୟୁରୋ: ନୂତନ ବର୍ଷ ୨୦୨୩ ବହୁତ ଆଶା ବହୁତ ଆକାଂକ୍ଷା । ନୂତନ ବର୍ଷ ଅୟମାରମ୍ଭରେ ଅନଳ ସମ୍ବତ୍ସରରେ ସୌରମାନ ଧନୁ ୧୭ ଦିନ, ଚାନ୍ଦ୍ରମାନ ପୌଷ ଶୁକ୍ଳ ପକ୍ଷ ଦଶମୀ ତିଥି, ଅଶ୍ବିନୀ ନକ୍ଷତ୍ର, ମେଷ ଚନ୍ଦ୍ର, ଶିବଯୋଗ, ତୈଳିକ କରଣ ରବିବାର ଜାନୁଆରୀ ୧ ତାରିଖ ମଧ୍ୟ ରାତ୍ରି ଜନ୍ମଜାତକରେ କନ୍ୟାଲଗ୍ନ, ଦ୍ବିତୀୟରେ କେତୁ, ଚତୁର୍ଥରେ  ରବି, ବୁଧ, ପଞ୍ଚମରେ ଶୁକ୍ର ସହ ଶନି, ସପ୍ତମରେ ବୃହସ୍ପତି, ଅଷ୍ଟମରେ ଚନ୍ଦ୍ର ରାହୁ ତଥା ଭାଗ୍ୟ ସ୍ଥାନରେ ମଙ୍ଗଳ ଅବସ୍ଥାନ କରିଛନ୍ତି ।

ଏହାକୁ ବିଚାରକୁ ନେଲେ, କିଭଳି ରହିବ ରାଶି ନକ୍ଷତ୍ରଙ୍କ ପ୍ରଭାବ ! କେଉଁ ରାଶିର ବ୍ୟକ୍ତିଙ୍କ ଜୀବନରେ ନୂତନ ବର୍ଷ ଆଣିଦେବ ସୁଖ, ସମୃଦ୍ଧି,ଆନନ୍ଦ, ଉଲ୍ଲାସ । କାହା ପାଇଁ ରହିଛି ଅଶୁଭ ସୂଚନା । ୨୦୨୩ ମସିହାରେ ରାଶି ଅନୁଯାୟୀ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, ପାରିବାରିକ ଜୀବନ, ସାମାଜିକ ପ୍ରତିଷ୍ଠା, ଅର୍ଥନୈତିକ ସ୍ଥିତି କିଭଳି ରହିବ । ଏ ସବୁକୁ ନେଇ ଜ୍ୟୋତିଷଶାସ୍ତ୍ର ଗଣନା ଆଧାରରେ ନିର୍ଣ୍ଣୟ କରାଯାଇଛି ବର୍ଷ ୨୦୨୩ର ୧୨ଟି ରାଶି ଭିତରୁ ଏହି ୩ରାଶିର ଶୁଭ ଓ ଅଶୁଭର ସମ୍ୟକ ସ୍ଥୂଳ ଭବିଷ୍ୟବାଣୀ ।

ତୁଳା ରାଶି:

ସ୍ୱାସ୍ଥ୍ୟ: ଆପଣଙ୍କ ରାଶିକୁ ସ୍ୱାସ୍ଥ୍ୟ ଗୃହର ମାଲିକ ବୃହସ୍ପତି ଷଷ୍ଠ ଓ ସପ୍ତମ ଗୃହରେ ଥିବା ହେତୁ ବର୍ଷର ପ୍ରଥମ ଭାଗରେ ବହୁ ରୋଗରେ ଆକ୍ରାନ୍ତ ହେବେ । ଦ୍ୱିତୀୟାର୍ଦ୍ଧରେ ସ୍ୱାସ୍ଥ୍ୟ ଠିକ୍‍ ରହିବ । ବିଶେଷ କରି ଉଦର, ଯକୃତ, ମୂତ୍ରାଶୟ, ଦନ୍ତ ରୋଗରେ ଶିକାର ହେବେ । ବିଭିନ୍ନ ପ୍ରକାର ମାନସିକ ଅଶାନ୍ତି ଯୋଗୁଁ ମାନସିକ ରୋଗ ତଥା ପୁରାତନ ରୋଗ ଦେଖାଦେବ । ଖାଦ୍ୟପେୟରେ ଅନିୟମିତତା ଦେଖାଦେବ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଯୋଡା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲାର ଆସିଲା ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟ, କୁଆଡ଼େ ଗଲେ ଡାକ୍ତରାଣୀ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ...

ପରିବାର: ବର୍ଷସାରା ପାରିବାରିକ ଜୀବନ ସୁଖମୟ ହେବ । ବନ୍ଧୁବର୍ଗ, ଆତ୍ମୀୟସ୍ୱଜନ ତଥା ସନ୍ତାନମାନଙ୍କ ସହଯୋଗ ଓ ସହାନୁଭୂତି ଲାଭ କରିବେ । ଗୃହରେ ମାଙ୍ଗଳିକ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ ହେବ । ପରିବେଶ ଓ ପାରିପାର୍ଶ୍ବିକ ସ୍ଥିତି ଅନୁକୂଳ ରହିବ । ସବୁ କ୍ଷେତ୍ରରେ ସମ୍ମାନିତ ହେବେ । ଅତିଥି ଅଭ୍ୟାଗତଙ୍କ ଆଗମନ ବର୍ଷସାରା ଲାଗି ରହିବ ।

ସାମାଜିକ ପ୍ରତିଷ୍ଠା: ସାମାଜିକ ପ୍ରତିଷ୍ଠା ଦିଗରେ ନିଜର ପ୍ରଭାବଶାଳୀ ବ୍ୟକ୍ତିତ୍ବ ଯୋଗୁଁ ଲୋକପ୍ରିୟତା ବୃଦ୍ଧି ପାଇବ । ମାନସିକ ଶାନ୍ତି ମିଳିବା ସହ ଶତ୍ରୁପକ୍ଷରୁ ମୁକ୍ତି ପାଇବେ । ପ୍ରଚୁର ଅର୍ଥ ଆଗମନର ସୂଚନା ମିଳେ । ସତ୍‍କର୍ମରେ ସମୟର ସଦୁପଯୋଗ କରିବେ । ବହୁ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବା ସହ ସମସ୍ତଙ୍କଠାରୁ ସ୍ନେହ, ସହଯୋଗ, ସୌହାର୍ଦ୍ଦ୍ୟ ତଥା ଉତ୍ସାହ ଦ୍ୱାରା ପତିଆରା ବୃଦ୍ଧି ପାଇବ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ପାଇବ । ଯେଉଁ କାର୍ଯ୍ୟ ହାତକୁ ନେବେ, ତାହା ପୂର୍ଣ୍ଣାଙ୍ଗ କରିବାର ସୁଯୋଗ ମିଳିବ । ମାଲି-ମକଦ୍ଦମାରେ ସୁଫଳ ପାଇବେ । ସାମାଜିକ ଭାବମୂର୍ତ୍ତି ବୃଦ୍ଧି ପାଇବ ।

ଅର୍ଥନୈତିକ ଅବସ୍ଥା: ବର୍ଷର ପ୍ରଥମାର୍ଦ୍ଧରେ ଆୟ ବୃଦ୍ଧି ପାଇବାବେଳେ ଦ୍ୱିତୀୟାର୍ଦ୍ଧରେ ବହୁ ଖର୍ଚ୍ଚାନ୍ତ ହେବେ । ଭୂମି, ଯାନବାହନ କ୍ରୟ କରିବାର ସୁଯୋଗ ମିଳିବ । ସରକାରୀ କଳରୁ ଉପକୃତ ହେବେ । କର୍ମଜୀବୀମାନେ ପଦୋନ୍ନତି ପାଇବେ । ଅଳ୍ପ ପରିଶ୍ରମରେ ବହୁ ପାରିଶ୍ରମିକ ମିଳିବା ହେତୁ ଆତ୍ମସନ୍ତୋଷ ଲାଭ କରିବେ । ଆଶା କରୁ ନ ଥିବା ଦିଗରୁ ଅର୍ଥାଗମର ସୁଅ ଛୁଟିବ ।

ଛାତ୍ରଛାତ୍ରୀ: ଛାତ୍ରଛାତ୍ରୀମାନେ ବର୍ଷସାରା ଶୁଭଫଳ ପାଇବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ବହୁ ମାତ୍ରାରେ କୃତକାର୍ଯ୍ୟ ହେବେ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାର ସୁଯୋଗ ମିଳିବ । ଗବେଷଣାମୂଳକ ଶିକ୍ଷାରେ ଆଶାତୀତ ଶୁଭଫଳ ପାଇବେ ।

ଦୈବୀ ପ୍ରତିକାର: ସଦାସର୍ବଦା ଶ୍ରୀଗଣେଶଙ୍କୁ ସ୍ମରଣ କରନ୍ତୁ । ଗଣେଶ ଓ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ବିଛା ରାଶି:

ସ୍ୱାସ୍ଥ୍ୟ: ଜନ୍ମ ରାଶିଠାରୁ ବୃହସ୍ପତି ପଞ୍ଚମ ଓ ଷଷ୍ଠ ଭାବରେ ଥିବା ହେତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଶୁଭାଶୁଭ ଫଳ ମିଳିବ । ସର୍ଦ୍ଦି- ଶ୍ଳେଷ୍ମା ତଥା ପାଦପୀଡ଼ା ଯୋଗୁଁ ଅସୁସ୍ଥତା ଅନୁଭବ କରିବେ । ସାମୟିକ ଭାବରେ ମାନସିକ ଅସ୍ଥିରତା ତଥା ରକ୍ତଚାପ ଦେଖାଦେବ । ଆଳସ୍ୟ ତଥା ଆଚାର ବ୍ୟବହାରରେ ଅସଂଯମତା ଯୋଗୁଁ ଅଜଣା ରୋଗର ଶିକାର ହେବେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: କେମିତି କଟିବ ନୂତନ ବର୍ଷ -୨୦୨୩: ଜାଣନ୍ତୁ କଣ ରହିଛି ଆପଣଙ୍କ ଭାଗ୍ୟ ଚକ୍ର ଏବଂ ୩ଟି ରାଶିର ବାର୍ଷିକ ରାଶିଫଳ…

ପରିବାର: ଚତୁର୍ଥପତି ଚତୁର୍ଥରେ ଥିବା ଯୋଗୁଁ ବିଳାସ–ବ୍ୟସନରେ ସମୟ ଅତିବାହିତ କରିବେ । ପଡ଼ୋଶୀମାନଙ୍କ ସହ ସମ୍ପର୍କ ମଧୁର ହେବ । ପରିବାର କ୍ଷେତ୍ରରେ ବନ୍ଧୁବର୍ଗ, ଆତ୍ମୀୟସ୍ୱଜନ, ସନ୍ତାନମାନଙ୍କ କ୍ଷେତ୍ରରେ ଯଥେଷ୍ଟ ମାନସିକ ଶାନ୍ତି ମିଳିବ । ପରିବାର ସହ ଦୂରଯାତ୍ରାରେ ସୁଫଳ ମିଳିବ । ସମସ୍ତ କ୍ଷେତ୍ରରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଯୋଗୁଁ ମାନସିକ ଶାନ୍ତି ବଜାୟ ରହିବ ।

ସାମାଜିକ ପ୍ରତିଷ୍ଠା: ବର୍ଷସାରା ସାମାଜିକ ମର୍ଯ୍ୟାଦା ବୃଦ୍ଧି ପାଇବା ସହ ସାଂଗଠନିକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ରତା ଯୋଗୁଁ ଯଶ, ମାନର ଅଧିକାରୀ ହେବେ । ରାଜନୀତି କ୍ଷେତ୍ରରେ ସାମାଜିକ ସ୍ତରରେ ବହୁ ସୁନାମର ଅଧିକାରୀ ହେବେ । ସାଂଗଠନିକ ଓ ସାଂସ୍କୃତିକ କ୍ଷେତ୍ରରେ ବିଭିନ୍ନ ଧର୍ମାନୁଷ୍ଠାନରେ ବହୁ ସମୟ ଅତିବାହିତ ହେବ । ହିତୈଷୀମାନଙ୍କର ସଠିକ୍‍ ପରାମର୍ଶ ଯୋଗୁଁ ଶତ୍ରୁବାଧା ଦୂର ହେବା ସହ ସମସ୍ତ ସମସ୍ୟାର ବାଟ ଦେଖାଦେବ । ବିଭିନ୍ନ ବାଧାବିଘ୍ନ ଦୂର ହେବା ସହ ନିଜର ପୂର୍ବ ପରିକଳ୍ପିତ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସଫଳ ହେବେ ।

ଅର୍ଥନୈତିକ ଅବସ୍ଥା: ଅର୍ଥନୈତିକ ଦିଗଟି ଉତ୍ତମ ରହିବ । ଆୟବୃଦ୍ଧିର ବିଭିନ୍ନ ଉପାୟ ଦ୍ୱାରା ଧନାଗମର ସୂଚନା ମିଳିବ। ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବୃଦ୍ଧି ପାଇବ । କର୍ମଜୀବୀମାନେ ପଦୋନ୍ନତି ଯୋଗୁଁ ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ । ଅପ୍ରତ୍ୟାଶିତ ଧନାଗମର ସୂଚନା ମିଳେ । ପିତୃଧନ ମିଳିବା ସହ ଋଣ ଶୁଝିବାର ସୁଯୋଗ ମିଳିବ । ସରକାରୀ ଦିଗରୁ ଅର୍ଥାଗମର ଅନୁକୂଳ ପରିସ୍ଥିତି ଦେଖାଦେବ । ଧନ ସଞ୍ଚୟ ଦିଗରେ ଲାଭବାନ ହେବେ । ବୃହସ୍ପତି ସ୍ୱଗୃହ ଧନ ସ୍ଥାନକୁ ଦୃଷ୍ଟି ଦେବା ହେତୁ ଆଶା କରୁ ନ ଥିବା ଦିଗରୁ ଧନାଗମ କ୍ରମଶଃ ଲାଗି ରହିବ ।

ଛାତ୍ରଛାତ୍ରୀ: ବର୍ଷସାରା ଛାତ୍ରଛାତ୍ରୀମାନେ ଶୁଭଫଳ ପାଇବେ । ଉଚ୍ଚଶିକ୍ଷା ପାଇଁ ଦୂର ଭ୍ରମଣର ସୁଯୋଗ ମିଳିବ । ସାକ୍ଷାତକାର ପରୀକ୍ଷାରେ କୃତକାର୍ଯ୍ୟ ହେବେ । ଧନ୍ଦାମୂଳକ ବୈଷୟିକ ଶିକ୍ଷାରେ ସଫଳତାର ଶୀର୍ଷରେ ପହଞ୍ଚିବେ ।

ଦୈବୀ ପ୍ରତିକାର: ସର୍ବଦା ମନକୁ ସ୍ଥିର ରଖନ୍ତୁ । ନକାରାତ୍ମକ ଚିନ୍ତାଧାରା ପରିହାର କରି ନିଜ ଇଷ୍ଟ ଦେବଦେବୀଙ୍କୁ ସ୍ମରଣ କରନ୍ତୁ । ଚନ୍ଦନ ଓ ହଳଦୀ ମିଶ୍ରିତ ଜଳରେ ସ୍ନାନ କରନ୍ତୁ ।

ଧନୁ ରାଶି:

ସ୍ୱାସ୍ଥ୍ୟ: ରାଶ୍ୟାଧିପତି ରାଶିଙ୍କୁ ପୂର୍ଣ୍ଣ ଦୃଷ୍ଟି ହେତୁ ବର୍ଷସାରା ସ୍ୱାସ୍ଥ୍ୟ ଠିକ ରହିବ । ସାମାନ୍ୟ ଧରଣର ସ୍ୱାସ୍ଥ୍ୟହାନି ଦେଖାଦେବ । ମାନସିକ ସ୍ଥିତି ଠିକ୍‍ ରହିବ । ପୁରାତନ ରୋଗର ଯନ୍ତ୍ରଣା ଧୀରେ ଧୀରେ କମିଯିବ । ମାନସିକ ସ୍ତରରେ ଦୃଢ଼ତା ଯୋଗୁଁ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପ୍ରାୟତଃ ନୀରୋଗ ଓ ଶାନ୍ତିମୟ ଜୀବନଯାପନ କ୍ରମଶଃ ଲାଗି ରହିବ । ଆତ୍ମବିଶ୍ୱାସ ଯୋଗୁଁ ମନସ୍ଥିରତା ଲାଗି ରହିବ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

ପରିବାର: ପରିବାରରେ ଶାନ୍ତିର ବାତାବରଣ ଦେଖାଦେଲେ ମଧ୍ୟ ଭ୍ରାତୃ ବିବାଦ ଲାଗି ରହିବ । ସନ୍ତାନ ସୁଖ ସହ ଦାମ୍ପତ୍ୟ ଜୀବନ ମଧୁମୟ ହେବ । ଗୃହରେ ମାଙ୍ଗଳିକ କାର୍ଯ୍ୟକ୍ରମରେ ମାନସିକ ଶାନ୍ତି ପାଇବେ । ପୈତୃକ ସମ୍ପତ୍ତିକୁ ନେଇ ଲାଗିରହିଥିବା ବାଦବିବାଦର ସମାଧାନ ହେବ । ସନ୍ତାନମାନେ ସୁନାମ ଅର୍ଜନ କରିବା ଯୋଗୁଁ ମାନସିକ ଶାନ୍ତି ମିଳିବ । ସାଧୁସଙ୍ଗ ଲାଭ, ତୀର୍ଥଯାତ୍ରା, ଆଧ୍ୟାତ୍ମିକ ଉନ୍ନତି ଯୋଗୁଁ ବହୁ କ୍ଷେତ୍ରରେ ସୁଫଳ ପାଇବେ । ନୂତନ ବନ୍ଧୁଲାଭ ହେବ ।

ସାମାଜିକ ପ୍ରତିଷ୍ଠା: ବର୍ଷସାରା ସହନଶୀଳତା, ସୃଜନ ଶକ୍ତି ବୃଦ୍ଧି ଓ ଅଧ୍ୟବସାୟ ହେତୁ ରାଜପୂଜିତ ହେବେ । ବାଦବିବାଦରେ ଜୟଯୁକ୍ତ ହେବେ । ଶୃଙ୍ଖଳା ଓ କର୍ତ୍ତବ୍ୟରେ ନିଷ୍ଠା ହେତୁ ପୂର୍ବ ପରିକଳ୍ପିତ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବେ । କର୍ମୋନ୍ନତି, ଲୋକାଦୃତି, ଯଶ ଓ କ୍ଷମତା ବୃଦ୍ଧି ସାଙ୍ଗକୁ କଠିନ ପରିଶ୍ରମ ହେତୁ ଭାଗ୍ୟ ଆପଣଙ୍କୁ ସହାୟତା କରିବ । ଜନମାନସରେ ନ୍ୟାୟବନ୍ତ ହେବା ସହ ଲୋକମାନଙ୍କ ସମସ୍ୟାର ସମାଧାନ କରିବେ । ବିତର୍କ ଓ ସମାଲୋଚନା କ୍ଷେତ୍ରରେ ବଳିଷ୍ଠ ପଦକ୍ଷେପ ଆତ୍ମସନ୍ତୋଷ ଦେବ । ରାଜନୀତିଜ୍ଞମାନେ ତୃଣମୂଳ ସ୍ତରରେ ଖ୍ୟାତି ଅର୍ଜନ କରିବେ ।

ଅର୍ଥନୈତିକ ଅବସ୍ଥା: ଅର୍ଥନୈତିକ ଅବସ୍ଥା ପ୍ରାୟତଃ ସ୍ବଚ୍ଛଳ ରହିବ । ଆର୍ଥିକ ଅଭିବୃଦ୍ଧି ଘଟିବ । ସ୍ଥାବର ଅସ୍ଥାବର ସମ୍ପତ୍ତିରୁ ଧନାଗମର ବାଟ ଦେଖାଦେବ । ଋଣ ପରିଶୋଧ କରିବେ । ବନ୍ଧୁ ତଥା ସମ୍ପର୍କୀୟଙ୍କ ସହାୟତାରେ ନୂତନ ଧନ ଉପାର୍ଜନ ତଥା ଧନ ସଞ୍ଚୟ ଯୋଜନାକୁ ପୂର୍ଣ୍ଣାଙ୍ଗ କରିବେ । ବ୍ୟବସାୟ, ବାଣିଜ୍ୟରେ କ୍ରୟବିକ୍ରୟ କ୍ଷେତ୍ରରେ ଆଶାତୀତ ଭାବରେ ଲାଭବାନ ହେବେ । ଆତ୍ମୀୟସ୍ବଜନଙ୍କର ସମ୍ପତ୍ତି ପାଇବାର ବିଶେଷ ଯୋଗ ରହିଛି ।

ଛାତ୍ରଛାତ୍ରୀ: ମନ ସ୍ଥିର ରହିବ । ପ୍ରତିଯୋଗିତାମୂଳକ ପରୀକ୍ଷା ତଥା ସାକ୍ଷାତକାରରେ ସଫଳ ହେବେ । ଗବେଷଣାରେ ପ୍ରାୟତଃ ମନୋନିବେଶ ରହିବ । ଉଚ୍ଚଶିକ୍ଷା ନିମନ୍ତେ ବିଦେଶ ଭ୍ରମଣର ସୁଯୋଗ ପାଇବେ ।

ଦୈବୀ ପ୍ରତିକାର: ଗୋମାତା ଓ ବ୍ରାହ୍ମଣମାନଙ୍କୁ ସମ୍ମାନ ଦିଅନ୍ତୁ । ଗାୟତ୍ରୀ ମନ୍ତ୍ର ମନେ ମନେ ଜପ କରନ୍ତୁ । ପଶୁପକ୍ଷୀଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ ।

Share this story

World Odia Language Conferene