ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

know these three zodiac signs that will predict yearly fate

ଓଡ଼ିଆ ଗସିପ ବ୍ୟୁରୋ: ନୂତନ ବର୍ଷ ୨୦୨୩ ବହୁତ ଆଶା ବହୁତ ଆକାଂକ୍ଷା । ନୂତନ ବର୍ଷ ଅୟମାରମ୍ଭରେ ଅନଳ ସମ୍ବତ୍ସରରେ ସୌରମାନ ଧନୁ ୧୭ ଦିନ, ଚାନ୍ଦ୍ରମାନ ପୌଷ ଶୁକ୍ଳ ପକ୍ଷ ଦଶମୀ ତିଥି, ଅଶ୍ବିନୀ ନକ୍ଷତ୍ର, ମେଷ ଚନ୍ଦ୍ର, ଶିବଯୋଗ, ତୈଳିକ କରଣ ରବିବାର ଜାନୁଆରୀ ୧ ତାରିଖ ମଧ୍ୟ ରାତ୍ରି ଜନ୍ମଜାତକରେ କନ୍ୟାଲଗ୍ନ, ଦ୍ବିତୀୟରେ କେତୁ, ଚତୁର୍ଥରେ  ରବି, ବୁଧ, ପଞ୍ଚମରେ ଶୁକ୍ର ସହ ଶନି, ସପ୍ତମରେ ବୃହସ୍ପତି, ଅଷ୍ଟମରେ ଚନ୍ଦ୍ର ରାହୁ ତଥା ଭାଗ୍ୟ ସ୍ଥାନରେ ମଙ୍ଗଳ ଅବସ୍ଥାନ କରିଛନ୍ତି ।

ଏହାକୁ ବିଚାରକୁ ନେଲେ, କିଭଳି ରହିବ ରାଶି ନକ୍ଷତ୍ରଙ୍କ ପ୍ରଭାବ ! କେଉଁ ରାଶିର ବ୍ୟକ୍ତିଙ୍କ ଜୀବନରେ ନୂତନ ବର୍ଷ ଆଣିଦେବ ସୁଖ, ସମୃଦ୍ଧି,ଆନନ୍ଦ, ଉଲ୍ଲାସ । କାହା ପାଇଁ ରହିଛି ଅଶୁଭ ସୂଚନା । ୨୦୨୩ ମସିହାରେ ରାଶି ଅନୁଯାୟୀ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, ପାରିବାରିକ ଜୀବନ, ସାମାଜିକ ପ୍ରତିଷ୍ଠା, ଅର୍ଥନୈତିକ ସ୍ଥିତି କିଭଳି ରହିବ । ଏ ସବୁକୁ ନେଇ ଜ୍ୟୋତିଷଶାସ୍ତ୍ର ଗଣନା ଆଧାରରେ ନିର୍ଣ୍ଣୟ କରାଯାଇଛି ବର୍ଷ ୨୦୨୩ର ୧୨ଟି ରାଶିର ଶୁଭ ଓ ଅଶୁଭର ସମ୍ୟକ ସ୍ଥୂଳ ଭବିଷ୍ୟବାଣୀ ।

କର୍କଟ ରାଶି:

ସ୍ବାସ୍ଥ୍ୟ : ଅଷ୍ଟମସ୍ଥ ଶନି, ନବମ ଦଶମସ୍ଥ ବୃହସ୍ପତି ତଥା ଦଶମସ୍ଥ ରାହୁ ଯୋଗୁ ପୁରାତନ ରୋଗର ସମସ୍ୟା ଦେଖାଦେବ । ହୃଦ୍‌ରୋଗ, କଫ ତଥା ଶିରାପୀଡ଼ାର ଶିକାର ହେବେ । ଆଚରଣ, ବ୍ୟବହାର ତଥା ଅସ୍ବାଭାବିକ ସଂଯମର ଅଭାବ ହେତୁ ମାନସିକ ବ୍ୟାଧିର ଶିକାର ହେବେ । ସାମୟିକ ମୂତ୍ରାଶୟ ଜନିତ ରୋଗ ଯୋଗୁ ବହୁ ଖର୍ଚ୍ଚାନ୍ତ ହେବେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ସ୍ତ୍ରୀଙ୍କୁ ହତ୍ୟା ପରେ ଜିରୋ ନାଇଟ୍‌ ପାଳିଲେ ସ୍ବାମୀ, ଆଉ ତା'ପରେ...

ପରିବାର : ବାକ୍‌ ସଂଯମତାର ଅଭାବ ଯୋଗୁ ପାରିବାରିକ ଜୀବନରେ ବିଶୃଙ୍ଖଳା ଦେଖାଦେବ । ତଥାପି ଦେବଗୁରୁ ବୃହସ୍ପତିଙ୍କ ଯୋଗୁଁ ମାଙ୍ଗଳିକ କାର୍ଯ୍ୟ ସିଦ୍ଧିପ୍ରାପ୍ତି ହେବ । ନୂତନ ବନ୍ଧୁମାନଙ୍କ  ଆଗମନ ହେତୁ ନିଜର ଅଭୀଷ୍ଟପୂର୍ଣ୍ଣ ହେବ । ସହକର୍ମୀମାନଙ୍କ ସାହାଯ୍ୟ ସହାନୁଭୂତି ଲାଭପ୍ରଦ ହେବ । ଶତ୍ରୁ ପୀଡ଼ା ଦୂର ହେବ ଏବଂ ଶତ୍ରୁମାନେ ପରାଜିତ ହେବେ । ସନ୍ତାନସୁଖ ମିଳିବ । କର୍ମକ୍ଷେତ୍ରରେ ଶୁଭାଶ୍ରିତ ଫଳ ପ୍ରାପ୍ତି ହେବ ।

ସାମାଜିକ ପ୍ରତିଷ୍ଠା : ବିଭିନ୍ନ ଧର୍ମାନୁଷ୍ଠାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାଜନୀତି କ୍ଷେତ୍ରରେ ନିଜର ମାନମର୍ଯ୍ୟାଦା ବୃଦ୍ଧି ପାଇବ । ସରକାରୀ କଳ, ଆତ୍ମୀୟସ୍ବଜନଙ୍କ କ୍ଷେତ୍ରରେ ସମ୍ମାନ ଓ ଯଶର ଅଧିକାରୀ ହେବେ । ବହୁ ତୀର୍ଥସ୍ଥଳ ଭ୍ରମଣର ସୁଯୋଗ ମିଳିବ । ଉଚ୍ଚ ସରକାରୀ ପଦପଦବିରେ ନିଜର ଅଭିଳାଷ ପୂରଣ ହେବ । ଦୈବୀକୃପାରୁ ଖ୍ୟାତିସଂପନ୍ନ ହେବେ । କର୍ମକ୍ଷେତ୍ରରେ ମତାନ୍ତର ଦୂର ହେବ ।

ଅର୍ଥନୈତିକ ଅବସ୍ଥା : ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ବିତୀୟାର୍ଦ୍ଧରେ ବହୁ ଅର୍ଥ ଆଗମନର ସୂଚନା ମିଳିବ । ଦେଶବିଦେଶରୁ ଆର୍ଥିକ ଉନ୍ନତି ସହ ରାଜପୂଜିତ ହେବେ । ବହୁ ଲୋକଙ୍କୁ ଖାଦ୍ୟ ଓ ଆତିଥ୍ୟ ପ୍ରଦାନ ଦ୍ବାରା ନୂତନ ଆର୍ଥିକ ଉନ୍ନତି ଦେଖାଦେବ । ବାଣିଜ୍ୟ ବ୍ୟବସାୟ ଦିଗରେ ଅନୁକୂଳ ପରିସ୍ଥିତି ଦେଖାଦେବ । ଅଂଶୀଦାର ବ୍ୟବସାୟ ଦିଗରେ ସର୍ତକତା ଅବଲମ୍ବନ ନକଲେ ଆର୍ଥିକହାନିର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ । କର୍ମଜୀବୀ ତଥା ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ ।

ଛାତ୍ରଛାତ୍ରୀ : ଛାତ୍ରଛାତ୍ରୀମାନଙ୍କ ଅଧ୍ୟବସାୟ ବୃଦ୍ଧି ପାଇବ । ଉଚ୍ଚଶିକ୍ଷାରେ ନିଜର ଅଭୀଷ୍ଟ ଓ ଅଭିଳାଷ ପୂରଣ ହେବ । ପରିଶ୍ରମ ବ୍ୟର୍ଥ ହେବ ନାହିଁ । ବିଦେଶରେ ଉଚ୍ଚଶିକ୍ଷାର ସମ୍ପୂର୍ଣ୍ଣ ସୁଯୋଗ ମିଳିବ । ପ୍ରତିଦ୍ବନ୍ଦ୍ବିତାମୂଳକ ପରୀକ୍ଷାରେ ସହଜରେ କୃତକାର୍ଯ୍ୟ ହେବେ ।

ଦୈବୀ ପ୍ରତିକାର : ସବୁଦିନେ ହଳଦୀ ଜଳରେ ସ୍ନାନ କରନ୍ତୁ । ପ୍ରତି ଗୁରୁବାର ଦିନ ମା’ ତାରିଣୀଙ୍କ ପାଖକୁ ନଡ଼ିଆ ପଠାନ୍ତୁ । ନିଜର ଇଷ୍ଟ ଦେବଦେବୀଙ୍କୁ ସ୍ମରଣ କରନ୍ତୁ । ଗୁରୁଜନମାନଙ୍କୁ ଓ ଦିବ୍ୟାଙ୍ଗମାନଙ୍କୁ ଉତ୍ତମ ବ୍ୟବହାର କରନ୍ତୁ ।

ସିଂହ ରାଶି :

ସ୍ବାସ୍ଥ୍ୟ: ଖାଦ୍ୟପେୟରେ ଅସଂଯମତା ତଥା ନିଜ ପ୍ରତି ଅବହେଳା ଯୋଗୁ ବର୍ଷର ପ୍ରଥମାର୍ଦ୍ଧରେ ପ୍ରାୟତଃ ସ୍ବାସ୍ଥ୍ୟ ଭଲ ରହିବ ନାହିଁ । ସ୍ବାସ୍ଥ୍ୟଗତ ସମସ୍ୟା ସହ ମାନସିକ ଅବସାଦ ଯୋଗୁଁ ବିଭିନ୍ନ ରୋଗର ଶିକାର ହେବେ । ମଧୁମେହ, ଉଦର, କର୍ଣ୍ଣରୋଗ ଓ ରକ୍ତଚାପ ଅଚାନକ ଦେଖାଦେବ । ମାନସିକ ଚାପ ବୃଦ୍ଧି ପାଇବ । ପୁରୁଣା ରୋଗର ପ୍ରକୋପ ଯୋଗୁ ମାନସିକ ଅସ୍ଥିରତା ତଥା ନୈରାଶ୍ୟ ମନୋଭାବ ଦେଖାଦେବ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବନ୍ଦ ଘରୁ ଉଦ୍ଧାର ହେଲା ମହିଳା ଡାକ୍ତରଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ନେଇ ବଢ଼ୁଛି ସନ୍ଦେହ…

ପରିବାର: ବର୍ଷର ପ୍ରଥମାର୍ଦ୍ଧ ଶୁଭାଶୁଭ ମିଶ୍ରିତ ଫଳ ପାଇବେ । ଦ୍ବିତୀୟାର୍ଦ୍ଧର ଭ୍ରାତୃ ବିବାଦ, ଦାମ୍ପତ୍ୟ ଜୀବନରେ ଅଶାନ୍ତି ତଥା ପାରିବାରିକ ସମସ୍ୟା ବୃଦ୍ଧି ପାଇବ । ନୀଚ କର୍ମରେ ଆସକ୍ତ, ବିବେଚନା ଶୂନ୍ୟ ମନୋଭାବ ତଥା ପୈତୃକ ସମ୍ପତ୍ତିକୁ ନେଇ ସଦାସର୍ବଦା ଦ୍ବନ୍ଦ୍ବ ଦେଖାଦେବ । ପଡ଼ୋଶୀ ତଥା ପରିବେଶ ଓ ପାରସ୍ପରିକ ବୁଝାମଣାର  ଅଭାବ ପରିଲକ୍ଷିତ ହେବ । ନିଜର ଗର୍ବ ମନୋଭାବ ଯୋଗୁଁ ଆତ୍ମୀୟସ୍ବଜନଙ୍କ ସହ ମତାନ୍ତର ଲାଗି ରହିବ । ସତର୍କ ନ ରହିଲେ ବୈବାହିକ ଜୀବନ ବିଘ୍ନକାରକ ଓ ବିଡ଼ମ୍ବନାଯୁକ୍ତ ହେବ ।

ସାମାଜିକ ପ୍ରତିଷ୍ଠା: ବର୍ଷର ମଧ୍ୟଭାଗରୁ ବର୍ଷସାରା ଦେବଗୁରୁ ବୃହସ୍ପତି ନବମସ୍ଥ ରାହୁ ଯୋଗୁଁ ବହୁ ଦେଶ ବିଦେଶ ଭ୍ରମଣର ସୁଯୋଗ ମିଳିବ । ମ୍ଳେଚ୍ଛ, ନିମ୍ନବର୍ଗର ଲୋକମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇବେ । ବହୁ ପ୍ରତିଷ୍ଠାନ ସହ ଜଡ଼ିତ ରହି ରାଜପୂଜିତ ହେବେ । ବହୁ ତୀର୍ଥସ୍ଥାନ ଭ୍ରମଣ କରିବେ, କୂଟନୈତିକ ତଥା ରାଜନୈତିକ କ୍ଷେତ୍ରରେ ଆଶାତୀତ ଉନ୍ନତି କରିବେ । ଗୁରୁଜନମାନଙ୍କଠାରୁ ଯଥେଷ୍ଟ ସାହାଯ୍ୟ ସହାନୁଭୂତି ପାଇବେ ।

ଅର୍ଥନୈତିକ ଅବସ୍ଥା : ବର୍ଷସାରା ଅର୍ଥନୈତିକ ଅବସ୍ଥା ଉତ୍‌ଥାନ ପତନ ଦେଇ ଗତି କରିବ । ନବମସ୍ଥ ରାହୁଙ୍କୁ ଶନିଙ୍କ ପୂର୍ଣ୍ଣଦୃଷ୍ଟି ହେତୁ କୋର୍ଟକଚେରୀ ମାମଲାରେ ଅଯଥା ଛନ୍ଦି ହେବେ । ମାନସିକ ଧୈର୍ଯ୍ୟ ତଥା ସହନଶୀଳତା ରକ୍ଷା କରି ନ ପାରିଲେ ଅର୍ଥାଗମ ପାଇଁ ପ୍ରତିକୂଳ ପରିବେଶ ନିଜେ ହିଁ ସୃଷ୍ଟି କରିବେ । ରାଜନୈତିକ ଶତ୍ରୁତା ବୃଦ୍ଧି ଯୋଗୁଁ ଅଯଥା ଖର୍ଚ୍ଚାନ୍ତ ହେବେ । ବ୍ୟବସାୟ କ୍ଷେତ୍ରରେ ବାରମ୍ବାର ସଂଘର୍ଷ କରିବାକୁ ପଡ଼ିବ ।

ଛାତ୍ରଛାତ୍ରୀ : ବର୍ଷର ପ୍ରଥମାର୍ଦ୍ଧ ମିଶ୍ରିତ ଫଳ ପ୍ରଦାନ କରିବ । ମାନସିକ ସନ୍ତୁଳନ ବ୍ୟାହତ ହେବ । ସାମାନ୍ୟ ଭୁଲ ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବହୁ ସମସ୍ୟା ଦେଖାଦେବ । ନିଜର ଉଦ୍ୟମ ଓ ଆନ୍ତରିକ ଚେଷ୍ଟାର ଅଭାବ ପରିଲକ୍ଷିତ ହେବ ।

ଦୈବୀ ପ୍ରତିକାର : ପ୍ରତ୍ୟେକ ଦିନ ସ୍ନାନ ଜଳରେ ରାଶି ମିଶାଇ ସ୍ନାନ କରନ୍ତୁ । ଉଦିତ ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ । ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।

କନ୍ୟା ରାଶି :

ସ୍ବାସ୍ଥ୍ୟ : ଭାଗ୍ୟାଧିପତି ବୁଧଙ୍କ ପ୍ରତି, ଦୁଇ ପାପ ଗ୍ରହ ମଙ୍ଗଳ ଓ ରାହୁଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ଅଧିକାଂଶ ସମୟ ମାନସିକ ଅବସାଦ ଓ ଅସୁସ୍ଥତା ସଦାସର୍ବଦା ଲାଗି ରହିବ । ମନର ସ୍ଥିରତା, ଧୈର୍ଯ୍ୟ ଓ ସାହସିକତାର ଅଭାବ ପରିଲକ୍ଷିତ ହେବ । ସ୍ନାୟୁଗତ ଦୁର୍ବଳତା ସହ ଯକୃତ୍‌, ମୂତ୍ରାଶୟ, ଲିଭର୍‌ ଓ ହାଡ଼ଜନିତ ପୀଡ଼ା ତଥା ଅମ୍ଳଜନିତ ଜଟିଳ ରୋଗର ଶିକାର ହୋଇପାରନ୍ତି । ବର୍ଷର ଶେଷ ଭାଗରେ ଜଳଜନିତ ରୋଗ ତଥା ଅସୁସ୍ଥତାକୁ ଅଣଦେଖା କରିବା ଉଚିତ ନୁହେଁ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ତୁନିଶା ଶର୍ମାଙ୍କ ପରେ ଆଉଜଣେ ଅଭିନେତ୍ରୀଙ୍କ ମୃତ୍ୟୁ, ଗାଡିରେ ଆସିଲେ ଗୁଳି କଲେ ଚାଲିଲେ

ପରିବାର: ଦାମ୍ପତ୍ୟ କଳହ ବାରମ୍ବାର ଲାଗି ରହିବ । ଭ୍ରାତୃବିବାଦ ତଥା ପୈତୃକ ସମ୍ପତ୍ତିକୁ ନେଇ କୋର୍ଟ କଚେରୀ ମାମଲାରେ ଅଯଥା ଲିପ୍ତ ରହିବେ । ପାରିବାରିକ ଜୀବନ ବିଶୃଙ୍ଖଳିତ ହେବ । ନିଜର କଥାବର୍ତ୍ତା ଓ ଆଚରଣ ବିଧିରେ ଅସ୍ବାଭାବିକତା ଯୋଗୁ ପ୍ରାୟ ଅନେକ କ୍ଷେତ୍ରରେ ସମାଲୋଚନାର ଶିକାର ହେବେ । ଶତ୍ରୁ ସଂଖ୍ୟା ବୃଦ୍ଧି ପାଇବ। ବହୁ ସତର୍କତା ଅବଲମ୍ବନ କଲେ ମଧ୍ୟ ମାନସିକ ଶାନ୍ତି ବ୍ୟାହତ ହେବ ।

ସାମାଜିକ ପ୍ରତିଷ୍ଠା: ସାମାଜିକ ପ୍ରତିଷ୍ଠା ଦିଗରେ ଉଭୟ ଶୁଭ ଓ ଅଶୁଭ ଫଳ ମିଳିବ । ନିଜର ଆତ୍ମୀୟସ୍ବଜନଙ୍କ ସହିତ ବିରୋଧାଭାସ ଲାଗି ରହିଲେ ମଧ୍ୟ ନିଜର ସ୍ବତନ୍ତ୍ର୍ୟତା ଉପରେ ଆଞ୍ଚ ଆସିବ ନାହିଁ । ରାଜନୀତି କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ନିଜର ସ୍ଥିତିକୁ ସୁଦୃଢ଼ କରିପାରିବେ । ଗୁରୁ ଦାୟିତ୍ବକୁ ସୂଚାରରୂପେ ତୁଲାଇ ପାରିଲେ ଲୋକସଂପର୍କ ଆଶାତୀତ ଭାବେ ବୃଦ୍ଧି ପାଇବ । କର୍ମଜୀବୀ ତଥା କୃଷିଜୀବୀମାନେ ଅବହେଳା ଯୋଗୁଁ ବହୁ ସୁଯୋଗ ହରାଇବେ ।

ଅର୍ଥନୈତିକ ଅବସ୍ଥା: ଧନ ସ୍ଥାନରେ ରାହୁ ଓ ବୃହସ୍ପତିଙ୍କ ଦୃଷ୍ଟି ହେତୁ ଅର୍ଥନୈତିକ ଅବସ୍ଥାେର ସେତେଟା ଅଶୁଭ ଫଳ ମିଳିବ ନାହିଁ । ନୂତନ ଜମି, ବାହନ କ୍ରୟ ବିକ୍ରୟରେ ଶୁଭଫଳ ମିଳିବ । ଆଶା କରୁ ନଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ସ୍ବଳ୍ପ ପରିଶ୍ରମରେ ମଧ୍ୟ ନିଜର ଆର୍ଥିକ ସ୍ଥିତିକୁ ସୃଦୁଢ଼ କରି ପାରିବେ । କର୍ମଜୀବୀମାନଙ୍କ ପଦୋନ୍ନତି ସହ ଉପରିସ୍ଥ କର୍ମଚାରୀମାନଙ୍କର ପ୍ରିୟପାତ୍ର ହେବେ । ଆୟ ଉତ୍ତମ ହେଲେ ମଧ୍ୟ ଅନିୟମିତତା ଖର୍ଚ୍ଚ ବୃଦ୍ଧି ପାଇବ ।

ଛାତ୍ରଛାତ୍ରୀ: ପରିବେଶ ପରିସ୍ଥିତି ଓ ପ୍ରତିକୂଳ ହେଲେ ମଧ୍ୟ ନିଜର କଠିନ ପରିଶ୍ରମର ମୂଲ୍ୟ ହାସଲ କରିବେ । ଅଧ୍ୟୟନ ଓ ଅଧ୍ୟବସାୟ ବଳରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ ।

ଦୈବୀପ୍ରତିକାର : ପ୍ରତ୍ୟହ  ଚନ୍ଦନ ଜଳରେ ସ୍ନାନ କରନ୍ତୁ । ଗୋମାତାଙ୍କୁ ପ୍ରଣାମ କରନ୍ତୁ । ମନେ ମନେ ଲକ୍ଷ୍ମୀନାରାୟଣଙ୍କୁ ସ୍ମରଣ କରନ୍ତୁ ।

Share this story

World Odia Language Conferene