ବନ୍ଦ ଘରୁ ଉଦ୍ଧାର ହେଲା ମହିଳା ଡାକ୍ତରଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ନେଇ ବଢ଼ୁଛି ସନ୍ଦେହ…

Dead body of female doctor recovered from her room in Joda

ଓଡ଼ିଆ ଗସିପ ବ୍ୟୁରୋ: ବନ୍ଦ ଘରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ୨ ନମ୍ବର ଓ୍ବାର୍ଡର ବନେଇକଳା ବସ୍ତିରେ ଏକ ଭଡ଼ା ଘରୁ କବାଟ ଭାଙ୍ଗି ପୁଲିସ ଉଦ୍ଧାର କରିଛି ମୃତଦେହ । ମୃତକ ହେଲେ ଶୁଭଶ୍ରୀ କର । ସେ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ ।

ତେବେ ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସସପେନ୍ସ ବଢିଛି । ଘଟଣାକୁ ନେଇ ପୁଲିସର ତଦନ୍ତ ଜାରି ରହିଛି । ଯୋଡା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର ନିଜ ସହଯୋଗୀ ମାନଙ୍କ ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଲିବ୍ରେସନରେ ସାମିଲ ଥିଲେ । ତା ପୁଣି ନିଜ ଭଡା ଘରେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଶେଷ ଥର ପାଇଁ ସ୍ତ୍ରୀଙ୍କ ସହ କଥା ହେବାକୁ ଚାହୁଁଥିଲେ ସ୍ୱାମୀ, ଡ୍ୟୁଟିରେ ଥିବାରୁ ଉଠାଇ ପାରିଲେନି ଫୋନ୍, କଲବ୍ୟାକ୍ କଲାବେଳକୁ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା…

ଡାକ୍ତରଙ୍କ ରୁମ ଭିତରେ ଆସବାବପତ୍ର ଏପଟ ସେପଟ ହୋଇ ପଡି ରହିଥିବା ଦେଖିବାକୁ ମିଳିଥିଲା । ତେବେ ରାତିରେ ଚାଲିଥିବା ପାର୍ଟିରେ ଡାକ୍ତରଙ୍କ ସହଯୋଗୀଙ୍କ ସହ ତାଙ୍କର ଜଣେ ଡାକ୍ତର ପୁରୁଷ ବନ୍ଧୁ ମଧ୍ୟ ଥିଲେ ।

ଘଟଣା ଜଣାପଡିବା ପେରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବହୁଚେଷ୍ଟା ପରେ କବାଟ ନ ଖୋଲିବାରୁ ବାଧ୍ୟହୋଇ କବାଟ ଭାଙ୍ଗି ଘରେ ପଶିଥିଲା । ଖଟ ଉପରେ ନିଶ୍ଚେତ ହୋଇ ପଡିଥିଲେ ଡାକ୍ତର ଶୁଭଶ୍ରୀ କର ମୃତ ଦେହ । ତୁରନ୍ତ ତାଙ୍କୁ ଉଦ୍ଧାର କରି ଟାଟାଷ୍ଟିଲ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ମହିଳା ଡାକ୍ତରଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କେମିତି ଓ କେଉଁ ପରିସ୍ଥିତିରେ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ହେଲା ? ଏହି ରହସ୍ୟଜନକ ମୃତ୍ୟୁ ପଛର କାରଣ କ'ଣ ? ଶୁଭଶ୍ରୀ କରଙ୍କ ମୃତ୍ୟୁ ସହ ନୂଆବର୍ଷ ସେଲିବ୍ରେସନର କୌଣସି ସଂପର୍କ ଅଛି କି ? ଯଦି ତାଙ୍କୁ ହତ୍ୟା କରାଯାଇଛି ତେବେ ଏହି ମାମଲାରେ ଜଣଙ୍କର ସମ୍ପୃକ୍ତି ରହିଛି ନା ଅଧିକ ବ୍ୟକ୍ତି ଏଥିରେ ସାମିଲ ଅଛନ୍ତି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଯୋଡା ପୁଲିସ କହିଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ନୂଆବର୍ଷରେ ଭୟଙ୍କର ଦୁର୍ଘଟଣା: କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ଚାଲିଗଲା ୫ ନିରୀହ ଜୀବନ

ସେପଟେ ଡାକ୍ତର ଶୁଭଶ୍ରୀ କରଙ୍କ ଘର କଟକ ଜିଲ୍ଲା ନିଆଳିରେ ହୋଇଥିବା ବେଳେ ଖବର ପାଇ ତାଙ୍କ ପରିବାର ଲୋକେ ଯୋଡାସ୍ଥିତ ଟାଟା ଡାକ୍ତରଖାନାରେ ପହଞ୍ଚିଛନ୍ତି ।

ଝିଅର ମୃତ୍ୟୁ ଖବର ଯୋଗୁ ଶକ୍ତ ଝଟକା ଲାଗିଥିବା ବେଳେ ସେମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ହତ୍ୟା ନା ଆତ୍ମହତ୍ୟା ତାହା ଏଯାଏଁ ସ୍ପଷ୍ଟ ହୋଇନାହଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି ।

Share this story

World Odia Language Conferene