World Odia Language Conferene

ଶେଷ ଥର ପାଇଁ ସ୍ତ୍ରୀଙ୍କ ସହ କଥା ହେବାକୁ ଚାହୁଁଥିଲେ ସ୍ୱାମୀ, ଡ୍ୟୁଟିରେ ଥିବାରୁ ଉଠାଇ ପାରିଲେନି ଫୋନ୍, କଲବ୍ୟାକ୍ କଲାବେଳକୁ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା…

Before death husband tried a lot to call wife but in vain

ଓଡ଼ିଆ ଗସିପ ବ୍ୟୁରୋ: ସ୍ୱାମୀଙ୍କ ଶେଷ କଲ୍ । ଉଠାଇ ପାରିଲେନି ସ୍ତ୍ରୀ । ରେଣୁକାଙ୍କ ଜୀବନର ଅଭିଶପ୍ତ ରାତି । କଲବ୍ୟାକ୍ କଲାବେଳକୁ ଆଉ ନଥିଲେ ସ୍ୱାମୀ । ଯେବେ ଯମ ସ୍ୱାମୀଙ୍କ ଜୀବନର ନିକଟତର ହେଉଥିଲା । ରାତି ସହ ତାଳ ଦେଇ ଆୟୁଷ ଯେବେ ସରି ସରି ଆସୁଥିଲା ସେବେ ଶେଷ ଥର ପାଇଁ ସ୍ତ୍ରୀଙ୍କ ସହ କଥା ହେବାକୁ ଚାହିଁଥିଲେ ସ୍ୱାମୀ ।

ଫୋନ୍ କରିଥିଲେ, ରିଂ ହେଉଥିଲ ହେଲେ ରିସିଭ କରୁନଥିଲେ ସ୍ତ୍ରୀ । ଥରେ ନୁହେଁ ବାରମ୍ବାର କଲ୍ କରିଥିଲେ । ସଞ୍ଜ ପହରୁ ରାତି ଯାଏଁ ଜୀବନକୁ ଛଡେଇ ନ ନେବାକୁ ଯମକୁ ଅନୁରୋଧ କରିଥିଲେ । ମୃତ୍ୟୁର ଶେଯରେ ଶୋଇ ଶେଷ ଇଚ୍ଛା ପୂର୍ଣ୍ଣ କରିବାକୁ ସମୟକୁ ପ୍ରାର୍ଥନା କରିଥିଲେ । ହେଲେ ସମୟର ଚକ ତଳେ ତାଙ୍କର ସବୁ ଇଚ୍ଛା ଚାପି ହୋଇ ଯାଇଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ନୂଆବର୍ଷରେ ଭୟଙ୍କର ଦୁର୍ଘଟଣା: କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ଚାଲିଗଲା ୫ ନିରୀହ ଜୀବନ

ସ୍ତ୍ରୀଙ୍କ ସହ କଥା ହେବାର ଆଶା ଆଶାରେ ରହିଗଲା । ଆଉ ଅପେକ୍ଷା କରି କରି ଆଖି ବୁଜିଦେଲେ ସ୍ୱାମୀ । ଏପଟେ ଭିଡରେ ଫସି ପୋଲିସ ଡ୍ୟୁଟି କରୁଥିବା ସ୍ତ୍ରୀ କାମ ସାରି ରାତି ୨ଟାରେ କଲ ବ୍ୟାକ୍ କଲା ବେଳକୁ ଆଉ କିଛି ନଥିଲା । ଶେଷ କଲ ଯୋଗାଯୋଗ ହେବା ଆଗରୁ ଜୀବନର ସମ୍ପର୍କ ବିଚ୍ଛିନ୍ନ ହୋଇସାରିଥିଲା । ମଥାର ସିନ୍ଦୂର ଲିଭି ସାରିଥିଲା ।

କୋରାପୁଟରେ ‘ପରବ’ ମହୋତ୍ସବ ପାଇଁ ଲୋକଙ୍କ ନାହିଁ ନଥିବା ଭିଡ ଲାଗିଥିଲା । ଯାହାକୁ ନିୟନ୍ତ୍ରଣ କରିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା କାମରେ ନିୟୋଜିତ ଥିଲେ ଡିଏସପି ରେଣୁକା ସୁନା । କାର୍ଯ୍ୟ ବ୍ୟସ୍ତତା ଓ ଭିଡ ନିୟନ୍ତ୍ରଣ ଭିତରେ ନିଜ ଫୋନ ଆଡେ ନଜର ଦେଇପାରିନଥିଲେ ରେଣୁକା । ସ୍ୱାମୀ ହେମନ୍ତ ଗୁରୁତର ହେବାରୁ ଶ୍ୱଶୁର ଘରୁ ଫୋନ ଆସିଥିଲା ।

ହେଲେ ଭିଡରେ ଥିବାରୁ ଫୋନ୍ ରିଙ୍ଗ ବି ଶୁଣିପାରିନଥିଲେ । ଆଉ ଡ୍ୟୁଟି ସାରି ଘରୁ କଲ କଲା ପରେ ଯାହା ଶୁଣିଥିଲେ ତାହା ତାଙ୍କ ପାଦ ତଳୁ ମାଟି ଖସେଇ ଦେଇଥିଲା । ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସେଇଠି ସେ ସ୍ଥାଣୁ ପାଲଟିଯାଇଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: କେମିତି କଟିବ ନୂତନ ବର୍ଷ -୨୦୨୩: ଜାଣନ୍ତୁ କଣ ରହିଛି ଆପଣଙ୍କ ଭାଗ୍ୟ ଚକ୍ର ଏବଂ ୩ଟି ରାଶିର ବାର୍ଷିକ ରାଶିଫଳ…

ନିଜକୁ ସମ୍ଭାଳି ସେ ଯେତେବେଳେ ଘରେ ପହଞ୍ଚିଥିଲେ ସେତେବେଳେ ଜାଣିବାକୁ ପାଇଥିଲେ ସ୍ୱାମୀ ହେମନ୍ତ ତାଙ୍କ ସହ ଶେଷ ଥର କଥା ହେବାକୁ ଚାହୁଁଥିଲେ । ଆଉ ତାହା ଶୁଣି ପୂରା ଭାଙ୍ଗି ପଡିଥିଲେ ରେଣୁକା ।

ଆଜି ସ୍ୱାମୀ ନାହାନ୍ତି, ତାଙ୍କର ଏ ଫଟୋ ଆଜି ସ୍ମୃତି ପାଲଟିଯାଇଛି । ହେଲେ ଯେବେଯେବେ ସ୍ୱାମୀଙ୍କ ସେ ଶେଷ କଲ୍ କଥା ମନେପଡିଯାଉଛି ସେବେ ଅବଶୋଷର ଅନ୍ଧାର ଭିତରକୁ ଠେଲି ହୋଇଯାଆନ୍ତି ରେଣୁକା । ଆଉ ନିଜକୁ ଧିକ୍କାର କରନ୍ତି, କାହିଁକି… ? କାହିଁକି… ? ସେଦିନ ସେ ଶେଷ ଫୋନ୍ ଉଠେଇ ପାରିଲେନି…।

Share this story