କେମିତି କଟିବ ନୂତନ ବର୍ଷ -୨୦୨୩: ଜାଣନ୍ତୁ କଣ ରହିଛି ଆପଣଙ୍କ ଭାଗ୍ୟ ଚକ୍ର ଏବଂ ୩ଟି ରାଶିର ବାର୍ଷିକ ରାଶିଫଳ…

know the horoscope with 3 zodiac signs and their fate

ଓଡ଼ିଆ ଗସିପ ବ୍ୟୁରୋ: ନୂତନ ବର୍ଷ ୨୦୨୩ ବହୁତ ଆଶା ବହୁତ ଆକାଂକ୍ଷା ।  ନୂତନ ବର୍ଷ ଅୟମାରମ୍ଭରେ ଅନଳ ସମ୍ବତ୍ସରରେ ସୌରମାନ ଧନୁ ୧୭ ଦିନ, ଚାନ୍ଦ୍ରମାନ ପୌଷ ଶୁକ୍ଳ ପକ୍ଷ ଦଶମୀ ତିଥି, ଅଶ୍ବିନୀ ନକ୍ଷତ୍ର,ମେଷ ଚନ୍ଦ୍ର,  ଶିବଯୋଗ, ତୈଳିକ କରଣ ରବିବାର ଜାନୁଆରୀ ୧ ତାରିଖ ମଧ୍ୟ ରାତ୍ରି ଜନ୍ମଜାତକରେ କନ୍ୟାଲଗ୍ନ, ଦ୍ବିତୀୟରେ କେତୁ, ଚତୁର୍ଥରେ  ରବି, ବୁଧ, ପଞ୍ଚମରେ ଶୁକ୍ର ସହ ଶନି, ସପ୍ତମରେ ବୃହସ୍ପତି, ଅଷ୍ଟମରେ ଚନ୍ଦ୍ର ରାହୁ ତଥା ଭାଗ୍ୟ ସ୍ଥାନରେ ମଙ୍ଗଳ ଅବସ୍ଥାନ କରିଛନ୍ତି ।

ଏହାକୁ ବିଚାରକୁ ନେଲେ, କିଭଳି ରହିବ ରାଶି ନକ୍ଷତ୍ରଙ୍କ ପ୍ରଭାବ! କେଉଁ ରାଶିର ବ୍ୟକ୍ତିଙ୍କ ଜୀବନରେ ନୂତନ ବର୍ଷ ଆଣିଦେବ ସୁଖ, ସମୃଦ୍ଧି,ଆନନ୍ଦ, ଉଲ୍ଲାସ। କାହା ପାଇଁ ରହିଛି ଅଶୁଭ ସୂଚନା ।  ୨୦୨୩ ମସିହାରେ ରାଶି ଅନୁଯାୟୀ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, ପାରିବାରିକ ଜୀବନ, ସାମାଜିକ ପ୍ରତିଷ୍ଠା, ଅର୍ଥନୈତିକ ସ୍ଥିତି କିଭଳି ରହିବ । ଏ ସବୁକୁ ନେଇ ଜ୍ୟୋତିଷଶାସ୍ତ୍ର ଗଣନା ଆଧାରରେ ନିର୍ଣ୍ଣୟ କରାଯାଇଛି ବର୍ଷ ୨୦୨୩ର ୧୨ଟି ରାଶିର ଶୁଭ ଓ ଅଶୁଭର ସମ୍ୟକ ସ୍ଥୂଳ ଭବିଷ୍ୟବାଣୀ ।

ମେଷ ରାଶି :

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟାଧିପତି ବୁଧଙ୍କୁ ଦୁଇ ପ୍ରମୁଖ ପାପ ଗ୍ରହ ରାହୁ ଓ ମଙ୍ଗଳଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ, ପ୍ରଥମ ଛଅ ମାସ ପୁରାତନ ରୋଗ ଚର୍ମ, ମୂତ୍ର ବିକାର, ମାନସିକ ଅସନ୍ତୁଳ, ଅର୍ଶ ଆଦି ରୋଗରେ ପୀଡ଼ିତ ହେବ । ଫଳରେ ମାନସିକ ଚାପଗ୍ରସ୍ତ ରହିବେ । ଚଳିତ ବର୍ଷ ଜୁନ୍‌ ପରଠାରୁ ମାନସିକ ବିଷାଦଠାରୁ ଦୂରେଇ ରହିବା ସହ ସମସ୍ତ ପ୍ରକାର ରୋଗରୁ ମୁକ୍ତି ପାଇବେ । ମେ’ ଓ ଜୁନ ମାସ ମଧ୍ୟରେ ଆକସ୍ମିକ ଦୁର୍ଘଟଣାର ଶିକାର ହୋଇପାରନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଅଫିସ୍ ସାରି ଫେରୁଥିଲେ ୨ ସାଙ୍ଗ; ବାଟରେ ଦଳିଦେଲା ଟ୍ରକ୍, ଆଉ ତାପରେ...

ପରିବାର : ବାକ୍‌ ସଂଯମତା ତଥା ନିଜକୁ ନିୟନ୍ତ୍ରଣ ନ କଲେ ବହୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ । ଅଯଥା ବାଦବିବାଦ, ଜମିଜମା ସଂକ୍ରାନ୍ତୀୟ ପରିଚାଳନା ତଥା ପ୍ରତିହିଂସା ପରାୟଣ ଚିନ୍ତଧାରାକୁ ଦୂରେଇ ଦେଇପାରିଲେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଦ୍ବାରା ପରିବାରରେ ବର୍ଷସାରା ସୁଖଶାନ୍ତି ପାଇବା ସହ ନିଜ ଆତ୍ମମର୍ଯ୍ୟାଦା ବୃଦ୍ଧି ପାଇବ । ଆତ୍ମସନ୍ତୋଷ ମିଳିବ ।

ସାମାଜିକ ପ୍ରତିଷ୍ଠା: ଦ୍ବିତୀୟାଧିପତି, ସପ୍ତମାଧିପତି ତଥା କର୍ମାଧିପତି କର୍ମରେ ଥିବା ହେତୁ ଆପଣଙ୍କ କ୍ୟାରିୟର, ପଦମର୍ଯ୍ୟାଦା, ନୂତନ କର୍ମରେ ଆଗଭର ମନୋବୃତ୍ତି, ଉଚ୍ଚପଦସ୍ଥ କର୍ମଚାରୀଙ୍କ ନୂତନ କର୍ମପ୍ରେରଣା ଯୋଗୁଁ ବହୁଦିନର ଆଶା ପୂରଣ ହେବ ।

ଅର୍ଥନୈତିକ ଅବସ୍ଥା: ପାରିପାର୍ଶ୍ବିକ ଦୃଷ୍ଟି ତଥା ନିଜର କର୍ମମୟ ଜୀବନକୁ ଦଶମ ଓ ଏକାଦଶସ୍ଥ ଶନିଙ୍କ ଯୋଗୁଁ ଆଶା କରୁ ନଥିବା ଦିଗରୁ ଧନ ପ୍ରାପ୍ତି ହେବ । ନୂତନ ଚିନ୍ତାଧାରାକୁ ସାକାର କରିବା ପାଇଁ ଏକାଧିକ ବ୍ୟକ୍ତି ବିଶେଷଙ୍କ ସାହାଯ୍ୟ ଓ ସହଯୋଗ ହେତୁ ନୂତନ କର୍ମପ୍ରେରଣା ଜାଗ୍ରତ ହେବ । ସାମାନ୍ୟ  ସତର୍କ ନ ରହିଲେ ଧନ ପାଣି ଭଳି ଖର୍ଚ୍ଚ ହେବାର ବହୁ ସମ୍ଭାବନା ରହିଛି । କର୍ମ ପାଇଁ ବହୁବାର ଦୂରଯାତ୍ରା ସମ୍ଭାବନା ରହିଛି ।

ବିବାହ: ଶଯ୍ୟା ସୁଖର ଅଧିପତି ଶଯ୍ୟା ଘରେ ଥିବାରୁ ଓ ଶୁକ୍ରଙ୍କ ଉତ୍ତମ ଗ୍ରହ ସଂଯୋଗ ହେତୁ, ଏହି ବର୍ଷ ମେଷ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହେବ । ବିଶେଷ କରି ଅଶ୍ବିନୀ ଜାତ ବ୍ୟକ୍ତିମାନେ, ପୂର୍ବ ଫାଲଗୁନୀ, ଉତ୍ତରା ଫାଲଗୁନୀ, ହସ୍ତା, ଚିତ୍ରା, ବିଶାଖା, ଜ୍ୟେଷ୍ଠା ମୂଳା, ପୂର୍ବ ଭାଦ୍ରପଦ ଓ ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କୁ ସହିତ ବିବାହ କଲେ ବୈବାହିକ ଜୀବନ ସୁଖମୟ ହେବ ।

ଛାତ୍ରଛାତ୍ରୀ: ଭାଗ୍ୟାଧିପତି ଦ୍ବାଦଶସ୍ଥ ହେତୁ ସବୁକ୍ଷେତ୍ରରେ ମନକୁ ଶାନ୍ତ ତଥା ଆତ୍ମସଂଯମତା ରକ୍ଷା କରି ପାରିଲେ, ବହୁ  କ୍ଷେତ୍ରରେ ଉପକୃତ ହେବେ । ଅନାୟାସରେ ଉଚ୍ଚଶିକ୍ଷା ତଥା  ପ୍ରତିଯୋଗିତାମୂଳକ ପରୀକ୍ଷାରେ ବହୁ ଶୁଭଫଳ ପାଇବେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ନୃଶଂସ ସ୍ବାମୀ! ପତ୍ନୀ ଗର୍ଭଧାରଣ କରିପାରିଲେନି ବୋଲି ତାଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଲେ ସ୍ବାମୀ...

ଦୈବୀ ପ୍ରତିକାର: ପ୍ରତି ମଙ୍ଗଳବାର ଲୁଣ ମିଶ୍ରିତ ଜଳ ଓ ଅନ୍ୟଦିନଗୁଡ଼ିକରେ  ହଳଦୀ ମିଶ୍ରିତ ଜଳରେ ସ୍ନାନ କରିବେ । ସ୍ନାନାନ୍ତେ ଚନ୍ଦନ, ତିଳକ, ଅତର ବ୍ୟବହାର କରିବା ସହ ହନୁମାନ ଚାଳିଶା ପାଠ କରିବେ । ମନେମନେ ପ୍ରାୟ ସମୟ ମନ୍ତ୍ର ମାନସିକ ସ୍ତରରେ ଜପ କରିବେ । ଆଶ୍ଚର୍ଯ୍ୟଭାବେ ଉନ୍ନତିର ପଥ ଦେଖାଦେବ ।

ମନ୍ତ୍ର: ‘‘ ଓଁ ନମୋ ହନୁମତେ ଭୟଂଭଞ୍ଜନାୟ ସୁଖଂ କୁରୁ ଫଟ ସ୍ବାହ । ’’

ବୃଷ ରାଶି :

ସ୍ବାସ୍ଥ୍ୟ: ଭାଗ୍ୟାଧିପତି ଶନି ବର୍ଷସାରା ଭାଗ୍ୟ ସ୍ଥାନରେ ଥିବା ଯୋଗୁ ପୁରାତନ ରୋଗବ୍ୟାଧିରୁ ମୁକ୍ତି ପାଇବେ । କିନ୍ତୁ ଅନିୟମିତ ଖାଦ୍ୟପେୟ ହେତୁ ପେଟ ରୋଗ ଦେଖାଦେବ । ବେଳେବେଳେ ନିଜର ବାକ୍‌ ସଂଯମତା ଅଭାବ ହେତୁ ମାନସିକ ଅଶାନ୍ତିକୁ ନିଜେ ଆବାହନ କରିବେ ।

ପରିବାର: ପାରିବାରିକ କ୍ଷେତ୍ରରେ ମେ’ ମାସ ପର୍ଯ୍ୟନ୍ତ ଅସହଯୋଗ ଓ ଅଶାନ୍ତି ଲାଗି ରହିବ । ମାନସିକ ଭାରସାମ୍ୟ ହରାଇବେ । ଆତ୍ମୀୟସ୍ବଜନଙ୍କ ସହ ମତ ଓ ମତାନ୍ତର ସର୍ବଦା ଲାଗି ରହିବ । ବହୁ ପରିଶ୍ରମ ସତ୍ତ୍ବେ ଆତ୍ମୀୟସ୍ବଜନର ପ୍ରିୟଭାଜନ ହୋଇପାରିବେ ନାହିଁ । ଧାର ଦେଇଥିବା ଧନ ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେବେ ।

ସାମାଜିକ ପ୍ରତିଷ୍ଠା: ବର୍ଷର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ବିତୀୟାର୍ଦ୍ଧରେ ସମସ୍ତଙ୍କଠାରୁ ସ୍ନେହ – ସୌହାର୍ଦ୍ଦ୍ୟ ପାଇବେ । ସାମାଜିକ କାର୍ଯ୍ୟ ତଥା ରାଜନୀତି କ୍ଷେତ୍ରରେ ନିଜର ଯଶ, ମାନ ଓ ମର୍ଯ୍ୟାଦା ବୃଦ୍ଧି ପାଇବ । ପ୍ରତିଦ୍ବନ୍ଦ୍ବିତା ତଥା କୋର୍ଟକଚେରୀ ମାମଲାରେ ଆଶାତୀତ ସଫଳତା ପାଇବେ । ଧର୍ମାନୁଷ୍ଠାନ କ୍ଷେତ୍ରରେ ନିଜର ମର୍ଯ୍ୟାଦା ବୃଦ୍ଧି ପାଇବ । ଅନେକ କ୍ଷେତ୍ରରେ ଦେବୀ କୃପା ହେତୁ ମାନସିକ ଶାନ୍ତି ମିଳିବ ।

ଅର୍ଥନୈତିକ ଅବସ୍ଥା: ବ୍ୟବସାୟୀ ତଥା ଚାକିରିଆଙ୍କ ପାଇଁ ଆୟ ଉତ୍ତମ ରହିବ । କୃଷକମାନେ କୃଷିକାର୍ଯ୍ୟରେ ଲାଭବାନ ହେବେ । ଆଶା କରୁ ନଥିବା ଦିଗରୁ ଅର୍ଥାଗମ ହେବ । ପୂର୍ବରୁ କରିଥିବା ଋଣ ଶୁଝିବାର ସୁଯୋଗ ମିଳିବ । ଆୟପତି ଲାଭସ୍ଥାନରେ ଥିବା ଯୋଗୁଁ ଧନ, ଜନ, ଗୋପଲକ୍ଷ୍ମୀ ଆଦି ବୃଦ୍ଧି ପାଇବ । ବର୍ଷର ଶେଷ ଭାଗରେ ନୂତନ ଗୃହ ନିର୍ମାଣ ସହ ଭୂମି କ୍ରୟର ସୁଯୋଗ ମିଳିବ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ନିଦ ପାଇଁ ନୁହେଁ ବରଂ ଏହି କାରଣରୁ ହୋଇଥିଲା ଋଷଭଙ୍କ ମର୍ସିଡିଜ୍‌ କାର ଦୁର୍ଘଟଣା ! ହସ୍ପିଟାଲ ବେଡରେ ଦୁର୍ଘଟଣାର କାରଣ କହିଲେ ପନ୍ତ

ଛାତ୍ରଛାତ୍ରୀ: ବର୍ଷସାରା ଛାତ୍ରଛାତୀମାନେ ଉତ୍ତମ ଫଳ ପାଇବେ । ପରିଶ୍ରମ ତଥା ଅଧ୍ୟୟନ ପ୍ରତି ସର୍ବଦା ଜାଗ୍ରତ ହେବେ । ନିଜର ଅଧ୍ୟବସାୟ ବଳରେ ପ୍ରତିଯୋଗିତା କ୍ଷେତ୍ରରେ ଆଶାତୀତ ଶୁଭ ଫଳ ପାଇବେ ।

ଦୈବୀ ପ୍ରତିକାର: ପ୍ରାୟତଃ ଧଳାବସ୍ତ୍ର ପରିଧାନ କରିବେ । ଆଳସ୍ୟ ତ୍ୟାଗ ସହ ସ୍ନାନାନ୍ତେ ମହାଲକ୍ଷ୍ମୀ ସ୍ତୋତ୍ର ପାଠ କରିବେ । କପାଳରେ ତୁଳସୀ ଗଛର ମାଟିକୁ ତିଳକ କରି ମଥାରେ ଲଗାଇବେ । ମନେମନେ ସର୍ବଦା ନୃସିଂହଲକ୍ଷ୍ମୀଙ୍କୁ ସ୍ମରଣ କରିବେ ।

ମିଥୁନ ରାଶି:

ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ତଥା ରୋଗର ମାଲିକ ଚନ୍ଦ୍ର କ୍ଷେତ୍ରରେ ଥିବା ହେତୁ ବିନା କାରଣରେ ମାନସିକ ଅବସାଦ ଲାଗି ରହିବ । ଜୁନଠାରୁ ଅଗଷ୍ଟ ମାସ ମଧ୍ୟରେ ଅସ୍ତ୍ରୋପଚାରର ଆଶଙ୍କା ଲାଗି ରହିବ । ଶାରୀରିକ କଷ୍ଟ ଭୟ, ଶୋକ ଓ ମାନସିକ ଅସ୍ଥିରତା ଦେଖାଦେବ । ଦୂରଯାତ୍ରାରେ ଶାରୀରିକ କ୍ଳାନ୍ତି ବୃଦ୍ଧି ପାଇବ । ନିଜର କ୍ରୋଧକୁ ଅକ୍ତିଆରରେ ନ ରଖି ପାରିଲେ ଚିନ୍ତାଗ୍ରସ୍ତ ସହ ଅସ୍ବାସ୍ଥ୍ୟକର ପରିସ୍ଥିତିକୁ ଆମନ୍ତ୍ରଣ କରିବେ ।

ପରିବାର: ବର୍ଷର ପ୍ରଥମାର୍ଦ୍ଧରେ ବହୁ ଶୁଭଫଳ ପାଇବେ । ବନ୍ଧୁବର୍ଗ ତଥା ଆତ୍ମୀୟସ୍ବଜନମାନଙ୍କଠାରୁ ସଦାସର୍ବଦା ସାହାଯ୍ୟ ସହଯୋଗ ମିଳିବ । ପାରିବାରିକ ସୁଖଶାନ୍ତି ମିଳିବ । ଦ୍ବିତୀୟାର୍ଦ୍ଧରେ ଭ୍ରାତୃବିବାଦ ଲାଗି ରହିବ । ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣାର ଅଭାବ ରହିବ । ପାଖ ପଡ଼ୋଶୀଙ୍କ ଅସହିଷ୍ଣୁ ଭାବ ଲାଗି ରହିବ । ତଥାପି ଭାଗ୍ୟପତି ଭାଗ୍ୟ ଜାଗାରେ ଥିବା ହେତୁ ସବୁ ସମସ୍ୟାର ସମାଧାନ ହେବ ।

ସାମାଜିକ ପ୍ରତିଷ୍ଠା: ବର୍ଷସାରା ସମସ୍ତ କ୍ଷେତ୍ରରେ ନିଜର ଆତ୍ମମର୍ଯ୍ୟାଦା ବୃଦ୍ଧି ପାଇବ । ରାଜନୀତି କ୍ଷେତ୍ରରେ ନିଜର ସ୍ବାଭିମାନ ବଜାୟ ରହିବ । ବିଭିନ୍ନ ଧର୍ମାନୁଷ୍ଠାନ ଓ ସାମାଜିକ କାର୍ଯ୍ୟକଳାପ ଉପରେ ନିଜର ନେତୃତ୍ବ ଯୋଗୁଁ ଖ୍ୟାତି ଓ ଯଶ ବୃଦ୍ଧି ପାଇବ । ଦୂର ଭ୍ରମଣ ସୁଖପ୍ରଦ ହେବ । ନିଜର ଅପ୍ରତ୍ୟାଶିତ ଜ୍ଞାନକୌଶଳ ଯୋଗୁଁ ସମସ୍ତ କର୍ମକ୍ଷେତ୍ରରେ ସହଯୋଗପୂର୍ଣ୍ଣ ଓ ସୌଭାଗ୍ୟ ବୃଦ୍ଧିପାଇବ । ସଦାସର୍ବଦା ସମାଜରେ ପ୍ରତିଷ୍ଠିତ ଖ୍ୟାତିସଂପନ୍ନ ଲୋକମାନଙ୍କଠାରୁ ସାହାଯ୍ୟ ଓ ସହାନୁଭୂତି ମିଳିବ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଏତିକି ଚାମଚ ମେଥି ପ୍ରତେକ ଦିନ ସେବନ କରନ୍ତୁ ଏହା ପୁରୁଷଙ୍କ ଯୌନ ଇଚ୍ଛା ଦୁଇ ଗୁଣିତ କରିଥାଏ ଏବଂ ମହିଳାଙ୍କ ଏହି ଅଙ୍ଗକୁ ଉନ୍ନତ କରିଥାଏ, ଜାଣନ୍ତୁ କିପରି...

ଅର୍ଥନୈତିକ ଅବସ୍ଥା: ବର୍ଷର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ବିତୀୟାର୍ଦ୍ଧରେ ନିଜର ଶୁଭଫଳ ପାଇବେ। ଅଚାନକ ଆଶା କରୁ ନଥିବା ଦିଗରୁ ଧନ ପ୍ରାପ୍ତି ହେବ । ବ୍ୟବସାୟ ବାଣିଜ୍ୟରେ ଭାଗ୍ୟୋଦୟ ହେବ । ଭାଗୀଦାରି ବ୍ୟବସାୟ ଦିଗଟି ଉତ୍ତମ ରହିବ । ଜୀବନବୀମା ଓ ସେୟାର୍‌ ମାର୍କେଟ ଦିଗରୁ ବହୁ ଶୁଭଫଳ ପାଇବେ । ଭୂସମ୍ପତ୍ତି ଓ ଗୃହ ନିର୍ମାଣ କ୍ଷେତ୍ରରେ ଆଶାତୀତ ସଫଳତା ପାଇବେ । ଚାଷ ଜମିରୁ, ସରକାରୀ କଳରୁ, ବହୁ ଦିଗରୁ ତଥା ଅଭୁତ ଧରଣର ବ୍ୟବସାୟ ଦିଗରୁ ବହୁଧନ ଅର୍ଜନ କରିବେ । ଏକାଦଶସ୍ଥ ରାହୁ ସ୍ବଦେଶରେ ଭାଗ୍ୟୋଦୟ ସହ ଅନେକ ଐଶ୍ବର୍ଯ୍ୟ ପ୍ରଦାନ କରିବେ । ରାଜକୃପାର ଅଧିକାରୀ ହେବେ ।

ଛାତ୍ରଛାତ୍ରୀ: ବର୍ଷସାରା ଛାତ୍ରଛାତ୍ରୀମାନଙ୍କ ପାଇଁ ଭାଗ୍ୟୋଦୟ ହେବ । ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ । ଉଚ୍ଚଶିକ୍ଷା ପାଇଁ ଦୂରଯାତ୍ରାରେ ଶୁଭଫଳ ପାଇବେ । ଧନ୍ଦାମୂଳକ ବୈଷୟିକ ଶିକ୍ଷାର ନିଜର ଅଭୀଷ୍ଟ ପୂରଣ ହେବ ।

ଦୈବୀ ପ୍ରତିକାର: ସ୍ନାନାନ୍ତେ ଶ୍ରୀଜଗନ୍ନାଥଷ୍ଟକ ସହ ହନୁମାନ ଚାଳିଶା ପାଠ କରନ୍ତୁ । ଦୂରଯାତ୍ରାରେ ନିଜ ପାଖରେ ତୁଳସୀ ପତ୍ର ରଖନ୍ତୁ । ହଳଦୀ ଓ ହରିଡ଼ାକୁ ଘୋରି ମସ୍ତକରେ ତିଳକ କରି ଲଗାନ୍ତୁ ।

Share this story

World Odia Language Conferene