ନିଦ ପାଇଁ ନୁହେଁ ବରଂ ଏହି କାରଣରୁ ହୋଇଥିଲା ଋଷଭଙ୍କ ମର୍ସିଡିଜ୍‌ କାର ଦୁର୍ଘଟଣା ! ହସ୍ପିଟାଲ ବେଡରେ ଦୁର୍ଘଟଣାର କାରଣ କହିଲେ ପନ୍ତ

Cricketer Rishabh Pant reveals about car accident to DDCA head

ଓଡ଼ିଆ ଗସିପ ବ୍ୟୁରୋ: ଭାରତୀୟ ବ୍ୟାଟର ଋଷଭ ପନ୍ତଙ୍କ ମର୍ସିଡିଜ୍‌ କାର୍‌ ଦୁର୍ଘଟଣା ହେବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରିକି ପାହାନ୍ତିଆ ପ୍ରହରରୁ ଟିକିଏ ଆଖି ଲାଖି ଯିବାରୁ ଋଷଭଙ୍କ ଗାଡି ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଥିଲା । କିନ୍ତୁ ଏବେ ଋଷଭଙ୍କ କାର ଦୁର୍ଘଟଣାକୁ ନେଇ ବଡ ତଥ୍ୟ ସାମ୍ନାକୁ ଆସିଛି ।

ଋଷଭଙ୍କୁ ହସ୍ପିଟାଲରେ ଭେଟିବାକୁ ଅନେକ ବ୍ୟକ୍ତି ଆସୁଥିବା ବେଳେ ଡିଡିସିଏର ଏକ ଟିମ୍ ମଧ୍ୟ ଡେରାଡୁନରେ ପହଞ୍ଚିଛି । ଡିଡିସିଏର ନିର୍ଦ୍ଦେଶକ ଶ୍ୟାମ ଶର୍ମା ଋଷଭଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝିଥିଲେ । ଆଉ ଏହାପରେ ଗଣମାଧ୍ୟମରେ ଏନେଇ ମୁହଁ ଖୋଲିଛନ୍ତି ଶ୍ୟାମ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଚଳନ୍ତା ବସ୍‌ ଡ୍ରାଇଭରଙ୍କ ହୃଦଘାତ ପରେ ଘଟିଲା ଭୟଙ୍କର ସଡ଼କ ଦୁର୍ଘଟଣା, ବସ୍‌ ଓ ଏସ୍‌ୟୁଭି ମୁହିଁମୁହିଁ : ୯ ମୃତ, ୩୦ରୁ ଅଧିକ ଆହତ

ଗାଡି କେମିତି ଦୁର୍ଘଟଣା ହେଲା ସେନେଇ ଋଷଭଙ୍କୁ ପଚାରିବାରୁ ଋଷଭ କହିଥିଲେ ରାସ୍ତାରେ କିଛି ଗାତ ଥିବା ଭଳି ଦୃଶ୍ୟମାନ ହେଲା । ଆଉ ଏହି ଗାତରେ କାର ନ ପଡୁ ସେଥିପାଇଁ ଅଧିକ ବାମ ପଟକୁ ସାଇଡ କରିବାରୁ ଗାଡି ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଶ୍ୟାମ ଶର୍ମା କହିଛନ୍ତି, ଋଷଭ ପନ୍ତଙ୍କୁ ଏବେ ଏୟାରଲିଫ୍ଟ କରିବାର ଆବଶ୍ୟକତା ନାହିଁ । ଏପରିକି ତାଙ୍କୁ ଦିଲ୍ଲୀ ମଧ୍ୟ ସିଫ୍ଟ କରାଯିବ ନାହିଁ । ଲିଗାମେଣ୍ଟ ଚିକିତ୍ସା ପାଇଁ ଯଦି ଋଷଭଙ୍କୁ ଲଣ୍ଡନ ନେବାକୁ ସ୍ଥିର ହୁଏ ତେବେ ଏହାର ଶେଷ ନିଷ୍ପତ୍ତି ବିସିସିଆଇ ନେବ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ କରିବାକୁ ଯାଉଥିଲେ ଜାଣନ୍ତୁ ପୁଲିସର କଣ ରହିଛି ନିୟମ, ଆପଣ ବି ଫଶି ପାରନ୍ତି…

ଋଷଭ ପନ୍ତଙ୍କୁ କୌଣସି ସ୍ଥାନକୁ ସିଫ୍ଟ କରିବାର ଫୈସଲା ବିସିସିଆଇ ନେବ । ବିସିସିଆଇର ସମସ୍ତ ଡାକ୍ତର ଏବେ ଋଷଭଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ।

କେବଳ ଏତିକି ନୁହେଁ ଡିଡିସିଏର ଅନ୍ୟ ଜଣେ ଅଧିକାରୀ ରାଜନ ମାନଚନ୍ଦା କହିଛନ୍ତି, ଋଷଭ ପନ୍ତଙ୍କର ଯେଉଁ ରିପୋର୍ଟ ଆସିଛି ତାହା ଏତେ ଗୁରୁତର ନୁହେଁ । ତେଣୁ ଆଶା କରୁଛୁ ଋଷଭ ପନ୍ତ ଖୁବଶୀଘ୍ର ସୁସ୍ଥ ହେବେ ଓ ୨ ମାସ ମଧ୍ୟରେ ପୁଣିଥରେ ପଡିଆକୁ ଫେରିବେ । ଦୁର୍ଘଟଣା ପରେ ଋଷଭ କହିଥିଲେ, ମା’ଙ୍କୁ ସରପ୍ରାଇଜ ଦେବାକୁ ସେ ହଠାତ୍ ଘରକୁ ଫେରୁଥିଲେ ।

Share this story

World Odia Language Conferene