World Odia Language Conferene

ଚଳନ୍ତା ବସ୍‌ ଡ୍ରାଇଭରଙ୍କ ହୃଦଘାତ ପରେ ଘଟିଲା ଭୟଙ୍କର ସଡ଼କ ଦୁର୍ଘଟଣା, ବସ୍‌ ଓ ଏସ୍‌ୟୁଭି ମୁହିଁମୁହିଁ : ୯ ମୃତ, ୩୦ରୁ ଅଧିକ ଆହତ

major accident as bus collided with XUV causing nine deaths

ଓଡ଼ିଆ ଗସିପ ବ୍ୟୁରୋ: ଆଜି ଭୋରୁ ଗୁଜରାଟର ନବସାରୀ ଜିଲ୍ଲାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ବସ୍‌ ଓ ଏସ୍‌ୟୁଭି ମଧ୍ୟରେ ମୁହିଁମୁହିଁ ଧକ୍କା ହେବା ଫଳରେ ୯ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏସ୍‌ୟୁଭିଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି । ଆହତ ଲୋକମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଥା କୁହାଯାଉଛି । ଘଟଣାସ୍ଥଳରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ନୃଶଂସ ସ୍ବାମୀ! ପତ୍ନୀ ଗର୍ଭଧାରଣ କରିପାରିଲେନି ବୋଲି ତାଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଲେ ସ୍ବାମୀ...

ମିଳିଥିବା ସୂଚାନା ଅନୁସାରେ ସୁରତରେ ଅନୁଷ୍ଠିତ ‘ପ୍ରମୁଖ ସ୍ବାମୀ ମହାରାଜ ଶତାବ୍ଦୀ ମହୋତ୍ସବ’ କାର୍ଯ୍ୟକ୍ରମରୁ ଲୋକ ନେଇ ଗୋଟାଏ ବସ୍ ଫେରୁଥିଲା । ନବସାରୀ ଜିଲ୍ଲା ଦେଇ ପଡ଼ିଥିବା ୪୮ ନମ୍ବର ଜାତୀୟ ରାଜପଥରେ ଡ୍ରାଇଭର୍‌ଙ୍କର ହୃଦ୍‌ଘାତ ହେବାରୁ ସେ ବସ୍‌ ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ବସ୍‌ଟି ସେ ରାସ୍ତାରେ ଆସୁଥିବା ଏକ ‘ଏସ୍‌ୟୁଭି’ କାର୍‌ ସହିତ ଧକ୍କା ଖାଇଥିଲା । ଚିକିତ୍ସା ନିମନ୍ତେ ବସ୍‌ ଡ୍ରାଇଭର୍‌ଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଲା ।

ଧକ୍କା ଯୋଗୁଁ କାର୍‌ରେ ଥିବା ୯ଜଣଙ୍କ ମଧ୍ୟରୁ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବସ୍‌ଯାତ୍ରୀଙ୍କ ମଧ୍ୟରୁ ୩୦ରୁ ଅଧିକ ଆହତ ହୋଇଛନ୍ତି । ନବସାରୀ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଋଷିକେଶ ଉପାଧ୍ୟାୟ କହିଛନ୍ତି, ‘ଏସ୍‌ୟୁଭି’ଟି ବିପରୀତ ଦିଗରୁ ଆସୁଥିବା ବେଳେ ବେସ୍‌ମା ଗାଁ ନିକଟରେ ଦୁର୍ଘଟଣା ଘଟିଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ କରିବାକୁ ଯାଉଥିଲେ ଜାଣନ୍ତୁ ପୁଲିସର କଣ ରହିଛି ନିୟମ, ଆପଣ ବି ଫଶି ପାରନ୍ତି…

‘ଏସ୍‌ୟୁଭି’ର ଯାତ୍ରୀମାନେ ହେଉଛନ୍ତି ଗୁଜରାଟ ଅଳଙ୍କେଶ୍ବରର ବାସିନ୍ଦା ଓ ସେମାନେ ସେମାନଙ୍କର ନିଜ ବାସସ୍ଥାନ ବାଲ୍‌ସାଡ଼କୁ ଫେରୁଥିଲେ । ବସ୍‌ର ଯାତ୍ରୀମାନେ ବାଲ୍‌ସାଡ଼ରୁ ଫେରୁଥିଲେ ।

ଦୁର୍ଘଟଣା ଯୋଗୁଁ ରାଜପଥରେ ଯାନବାହନ ଚଳାଚଳରେ ବ୍ୟାଘାତ ଘଟିଥିଲା । ପୁଲିସ କ୍ରେନ୍‌ଦ୍ବାରା ଦୁର୍ଘଟଣାଗ୍ରସ୍ତ ବସ୍‌କୁ ରାସ୍ତାରୁ ହଟାଇବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଛି ।

Share this story