ନୃଶଂସ ସ୍ବାମୀ! ପତ୍ନୀ ଗର୍ଭଧାରଣ କରିପାରିଲେନି ବୋଲି ତାଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଲେ ସ୍ବାମୀ...

Husband cuts wife genital for not giving birth to baby

ଓଡ଼ିଆ ଗସିପ୍ ବ୍ୟୁରୋ: ମଣିଷ ନା ପଶୁ । କଣ ସତରେ ଏତେ ନିଷ୍ଠୁର ହୋଇପାରେ ମଣିଷ ? ପତ୍ନୀଙ୍କ ଗର୍ଭାଶୟରେ ଛୁଆ ରହିଲାନି ବୋଲି ପତ୍ନୀଙ୍କ ପ୍ରାଇଭେଟ୍ ପାର୍ଟ୍ କାଟିଦେଲା ସ୍ବାମୀ ।

ଏଭଳି ଏକ ନୃଶଂସ ଘଟଣା ଘଟିଛି ଉତ୍ତର ପ୍ରଦେଶ ଲକ୍ଷ୍ନୌରେ । ଅଧିକାଂଶ ଦିନରେ ଏବେ ସେହି ଉତ୍ତର ପ୍ରଦେଶରୁ ହିଁ ଆସୁଛି ଏଭଳି ଅମାନୁଷିକ ଖବର ।

ଲକ୍ଷ୍ନୌର ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।ସବୁଠି ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିବାହକୁ ୬ବର୍ଷ ବିତି ଯାଇଥିବା ବେଳେ ସ୍ବାମୀ (ରବୀନ୍ଦ୍ର) ଙ୍କ ବାରମ୍ବାର ଚେଷ୍ଟା ସତ୍ତ୍ୱେ ପତ୍ନୀଙ୍କ ଗର୍ଭାଶୟରେ ରହୁନଥିଲା ଛୁଆ । ତେଣୁ ଅତି ନିଷ୍ଠୁର ଭାବେ ନିର୍ଯାତନା ଦେଉଥିଲା ସ୍ବାମୀ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ପ୍ରେମିକ ସହ ମିଶି ମା’ଙ୍କୁ ନିର୍ମମ ଭାବେ ହତ୍ୟା କଲା ୧୭ ବର୍ଷୀୟ ଝିଅ

ପତ୍ନୀଙ୍କ ପଶୁ ଭଳି କରୁଥିଲା ଅତ୍ୟାଚାର । ପଶୁଙ୍କୁ ମାଡ଼ ମାରିବା ଭଳି ପତ୍ନୀଙ୍କୁ ମାଡ଼ ମାରୁଥିଲା ସ୍ବାମୀ । ପରିବାରରେ ସବୁବେଳେ ଏଭଳି କଳହ ଲାଗି ରହିଥିବା ରୁ ଏବଂ ସ୍ଵାମୀଙ୍କ ଅତ୍ୟାଚାର ଅଧିକ ହେବାରୁ, ପତ୍ନୀ ଘର ଛାଡ଼ି କେଉଁ ଆଡ଼େ ଚାଲିଯାଇଥିଲେ ।

ଗତ ୮ ମାସେ ହେବ ସେ ତାଙ୍କ ବାପ ଘରେ ରହିଆସୁଛନ୍ତି । ହେଲେ ଗତ ଡିସେମ୍ବର ୨୫ରେ ସ୍ବାମୀ ପୁଣି ଥରେ ପତ୍ନୀଙ୍କ ନିକଟକୁ ଯାଇ ବୁଝାସୁଝା କରି ନିଜ ଘରକୁ ଆଣିଥିଲେ । ହେଲେ କଥାରେ ଅଛି ନା ପ୍ରକୃତି ନୈବ ମୁଚ୍ୟତେ । ଠିକ୍ ସେମିତି ରବୀନ୍ଦ୍ରଙ୍କ ପ୍ରକୃତି ପୁଣି ଥରେ ବାହାରିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ସାଂସଦଙ୍କ ‘ସେକ୍ସ ଟୁରିଜିମ୍’ ନିଶା : ହୋଟେଲରେ ମଦ୍ୟପାନ କରିବା ସହ ଯୌନକର୍ମୀମାନଙ୍କ ସହ କଲେ ଏପରି ଭୟଙ୍କର କାଣ୍ଡ...

ସେ ଦେଇଆସୁଥିବା ଅତ୍ୟାଚାର ପୁଣି ବଢ଼ିବାକୁ ଲାଗିଲା । ଆଉ ପତ୍ନୀଙ୍କୁ ଦେଇଥିଲା ନିର୍ଯାତନା । ପତ୍ନୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହ ବ୍ଲେଡ୍ ରେ କାଟି ଦେଇଥିଲା ତାଙ୍କ ପ୍ରାଇଭେଟ୍ ପାର୍ଟ ।

ଏବେ ପୀଡ଼ିତା ଜଣଙ୍କ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଏନେଇ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Share this story

World Odia Language Conferene