ପ୍ରେମିକ ସହ ମିଶି ମା’ଙ୍କୁ ନିର୍ମମ ଭାବେ ହତ୍ୟା କଲା ୧୭ ବର୍ଷୀୟ ଝିଅ

daughter kills mother getting help of her boy friend

ଓଡ଼ିଆ ଗସିପ ବ୍ୟୁରୋ: ଯେଉଁ ମା’ ସବୁ କଷ୍ଟ ସହି ଜନ୍ମ ଦେଇଥିଲା ଓ ସବୁ ଅଳି ଅଝଟ ସହି ବଡ଼ କରିଥିଲା ଶେଷରେ ପ୍ରେମ ପାଇଁ ସେହି ମା’କୁ ହତ୍ୟା କରିଛି ଝିଅ ।

୧୭ ବର୍ଷୀୟ ଝିଅର ପ୍ରେମ ସମ୍ପର୍କକୁ ମା’ ବିରୋଧ କରୁଥିଲେ । ଏଥିପାଇଁ ଝିଅ ନିଜ ପ୍ରେମିକ ସହ ମିଶି ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ।

ମହାରାଷ୍ଟ୍ରର ମୁମ୍ବ୍ରାରେ ବୁଧବାର ରାତିରେ ପୁଲିସ୍‌ ଜଣେ ୩୭ ବର୍ଷୀୟ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା । ଘଟଣାର ତଦନ୍ତ ପରେ ୩୭ ବର୍ଷୀୟ ମହିଳାଙ୍କୁ ତାଙ୍କ ଝିଅ ହିଁ ୨୨ ବର୍ଷୀୟ ପ୍ରେମିକ ସହ ମିଶି ହତ୍ୟା କରିଥିବା ଜଣାପଡ଼ିଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଆଇପିଏସ (IPS) ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ୧୧ ଜିଲ୍ଲାର ଏସପି (SP)

ସେହିପରି ଘଟଣା ପରେ ଫେରାର ହୋଯାଇଥିବା ଝିଅ ଓ ତା’ ପ୍ରେମିକକୁ ପୁଲିସ୍‌ ହାଜି ମଲାଙ୍ଗ ଅଞ୍ଚଳରୁ ଗୁରୁବାର ରାତିରୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ହତ୍ୟାର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ସବା ହାଶମି । ସେ ନିଜର ୩ ଝିଅଙ୍କ ସହ ମୁମ୍ବ୍ରାରେ ଥିବା ଅମୃତ ନଗର ଅଞ୍ଚଳରେ ରହୁଥିଲେ । ତାଙ୍କ ସ୍ୱାମୀ ନିଶା କାରବାର ଘଟଣାରେ ଗିରଫ ହୋଇ ୨ ବର୍ଷ ହେଲା ଜେଲରେ ରହିଛନ୍ତି ।

ସ୍ୱାମୀ ଜେଲରେ ଥିବାରୁ ସବା ସ୍ଥାନୀୟ ଅଞ୍ଚଳରେ ଟ୍ୟୁସନ କରି ପରିବାର ଚଳାଉଥିଲେ । ସମ୍ପର୍କୀୟମାନେ ବି ତାଙ୍କୁ ଆର୍ଥିକ ସହାୟତା କରନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: କେମିତି ହେଲା ଘାତକ ମର୍ସୀଡିଜ କାର ଦୁର୍ଘଟଣା? ପୋଲିସକୁ ଋଷଭ କହିଲେ ଦୁର୍ଘଟଣା ପଛର କାହାଣୀ, ଜାଣନ୍ତୁ ଶରୀରର କେଉଁ ସ୍ଥାନରେ ଲାଗିଛି ଆଘାତ

ପୁଲିସ୍‌ କହିଛି ଯେ ସବାଙ୍କ ବଡ଼ ଝିଅ ଜଣେ ପୁଅକୁ ପ୍ରେମ କରୁଥିଲା । ଏକଥା ଜାଣିବା ପରେ ସେ ଏହାକୁ ବିରୋଧ କରିଥିଲେ । ଯୁବକ ଜଣଙ୍କ ମଧ୍ୟ ଉକ୍ତ ଅଞ୍ଚଳରେ ରହୁଥିଲା ।

ସବାଙ୍କ ତାଗିଦ ସତ୍ତ୍ୱେ ଝିଅ ପ୍ରେମିକକୁ ଭୁଲି ନଥିଲା । ଏପରି କି ବେଳେବେଳେ ଯୁବକ ଜଣକ ରାତି ସମୟରେ ସବାଙ୍କ ଘରେ ରହି ଯାଉଥିଲା ।

Share this story

World Odia Language Conferene