ଆଇପିଏସ (IPS) ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ୧୧ ଜିଲ୍ଲାର ଏସପି (SP)

IPS resuffle in Odisha

ଓଡ଼ିଆ ଗସିପ ବ୍ୟୁରୋ: ଆଇପିଏସ (IPS) ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ପଦୋନ୍ନତି ପରେ ଅଖିଳେଶ୍ୱର ସିଂହ SAP DIG ହୋଇଥିବା ବେଳେ ବ୍ରିଜେଶ କୁମାର ରାୟଙ୍କୁ ଅନୁଗୁଳ ରେଂଜ DIG ଭାବେ ଦାୟିତ୍ୱ ଦିଆଯାଇଛି ।

ସେହିଭଳି ଚରଣ ସିଂ ମିନାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ DIG ଭାବେ ଦାୟିତ୍ୱ ଦିଆଯାଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଆତଙ୍କ!, ସ୍ପଟରେ ପହଞ୍ଚିଲେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ

ଅନ୍ୟପଟେ ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଏସପି (SP) ଭାବେ ନିଯୁକ୍ତ କରାଯାଇଥିବା ବେଳେ ରାହୁଲ ପି.ଆର୍‌ଙ୍କୁ ଜଗତସିଂହପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।

ଜଗମୋହନ ମିନାଙ୍କୁ ଗଂଜାମ ଏସପି, ଏଲ୍. ଦିବ୍ୟାଙ୍କୁ ଭିଜିଲାନ୍ସ ଏସପି, ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡ଼ ଏସପି, ବିନିତ ଅଗ୍ରୱାଲଙ୍କୁ ଯାଜପୁର ଏସପି, ବରୁଣ ଗୁଣ୍ଟୁପାଲିଙ୍କୁ ଭଦ୍ରକ ଏସପି ଭାବେ ଦାୟିତ୍ୱ ମିଳିଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: କେମିତି ଦୁର୍ଘଟଣାର ଶିକାର ହେଲା ପନ୍ତଙ୍କ ମର୍ସିଡିଜ୍‌ କାର୍‌? ଜଳନ୍ତା କାର୍‌ରୁ କେମିତି ଜୀବନ ବଞ୍ଚାଇଲେ ଋଷଭ, ଭିତରେ ଦେଖନ୍ତୁ ଭିଡ଼ିଓ...

ଏଥିସହ ସାଗରିକା ନାଥଙ୍କୁ ବାଲେଶ୍ୱର ଏସପି, ଗୁଣ୍ଡଲା ରେଡ୍ଡୀଙ୍କୁ ନୂଆପଡ଼ା ଏସପି, ଶୁଭେନ୍ଦୁ ପାତ୍ରଙ୍କୁ କନ୍ଧମାଳ ଏସପି ଭାବେ ଦାୟିତ୍ୱ ତୁଲେଇବା ପାଇଁ କୁହାଯାଇଛି ।

ଅଭିନବ ସୋନକାରଙ୍କୁ କୋରାପୁଟ ଏସପି, ଜ୍ଞାନରଂଜନ ମହାପାତ୍ରଙ୍କୁ ଢେଙ୍କାନାଳ ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।

Share this story

World Odia Language Conferene