କେମିତି ଦୁର୍ଘଟଣାର ଶିକାର ହେଲା ପନ୍ତଙ୍କ ମର୍ସିଡିଜ୍‌ କାର୍‌? ଜଳନ୍ତା କାର୍‌ରୁ କେମିତି ଜୀବନ ବଞ୍ଚାଇଲେ ଋଷଭ, ଭିତରେ ଦେଖନ୍ତୁ ଭିଡ଼ିଓ...

Rishabh Pant Mercedes car met accident

ଓଡ଼ିଆ ଗସିପ ବ୍ୟୁରୋ: ଟିମ୍‌ ଇଣ୍ଡିଆର ଷ୍ଟାର ୱିକେଟ୍/ବ୍ୟାଟର ଋଷଭ ପନ୍ତ ଆଜି ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଉତ୍ତରାଖଣ୍ଡର ଦିଲ୍ଲୀ ଫେରୁଥିବା ସମୟରେ ରୁର୍କୀରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା କି,ରୋଡ୍‌ ଡିଭାଇଡରରେ ପିଟି ହୋଇ ପନ୍ତଙ୍କ ଦାମୀ ମର୍ସିଡିଜ୍‌ କାର୍‌ ସମ୍ପୁର୍ଣ୍ଣ ଜଳିଯାଇଥିଲା ।

କୁହାଯାଉଛି କି ଏହି ଦୁର୍ଘଟଣାରେ ଅଳ୍ପକେ ବଞ୍ଚିଯାଇଛନ୍ତି ଭାରତୀୟ କ୍ରିକେଟର ଋଷଭ ପନ୍ତ । ଦୁର୍ଘଟଣାରେ ପନ୍ତଙ୍କ ମୁଣ୍ଡ, ପିଠି, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି ସତ କିନ୍ତୁ ତାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସେ ଜୀବନ ବଞ୍ଚାଇପାରିଛନ୍ତି ।

ଆଜି ସକାଳୁ ଭାରତୀୟ କ୍ରିକେଟର ଋଷଭ ପନ୍ତ ଉତ୍ତରାଖଣ୍ଡରୁ ଦିଲ୍ଲୀ ସ୍ଥିତ ଘରକୁ ଫେରୁଥିବା ବେଳେ ରୁର୍କୀର ମହମ୍ମଦପୁର ଜାଟ ନିକଟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସେ ଏକାକୀ କାର୍‌ ଚଳାଇ ଯାଉଥିବା ବେଳେ ହଠାତ୍‌ ଘୁମେଇ ପଡ଼ିଥିଲେ । ଫଳରେ କାରଟି ସିଧା ଯାଇ ରାସ୍ତା କଡ଼ ଡିଭାଇଡର ରେଲିଂରେ ମାଡ଼ ହୋଇଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ତୁନିଶା ଶର୍ମାଙ୍କ ପରେ ଆଉଜଣେ ଅଭିନେତ୍ରୀଙ୍କ ମୃତ୍ୟୁ, ଗାଡିରେ ଆସିଲେ ଗୁଳି କଲେ ଚାଲିଲେ

ଡିଭାଇଡର୍‌ରେ ପିଟି ହେବା ପରେ କାର୍‌ରେ ନିଆଁ ଲାଗି ଯାଇଥିଲା । କାର୍‌ ଭିତରେ ପନ୍ତ ଆହତ ହୋଇଥିବା ସତ୍ତ୍ବେ ନିଜ ଜୀବନ ବଞ୍ଚାଇବା ପାଇଁ ଜଳନ୍ତା କାର୍‌ର କାଚ ଭାଙ୍ଗି ବାହାରକୁ ଡେଇଁ ପଡିଥିଲେ ।

ପନ୍ତ କାର୍‌ରୁ ଡେଇଁବା ପରେ ଏହା ହୁତୁହୁତୁ ହୋଇ ଜଳି ଯାଇଥିଲା । କିନ୍ତୁ ପନ୍ତ ବଡ଼ ଅଘଟଣରୁ ରକ୍ଷା ପାଇ ଯାଇଥିଲେ । ପନ୍ତ ଜଳନ୍ତା କାର୍‌ରୁ ବାହାରକୁ ଡେଇଁପଡିବା ପରେ ଘଟଣାସ୍ଥଳରେ ଉପସ୍ଥିତ ଲୋକ ତାଙ୍କୁ ଉଠାଉଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆ ଟ୍ବିଟରରେ କିଛି ଲୋକ ପୋଷ୍ଟ କରିଛନ୍ତି ।

ପନ୍ତ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡ, ପିଠି, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି । ଏବେ ସେ ହସ୍ପିଟାଲରେ ରହିଛନ୍ତି । ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଦେଖନ୍ତୁ ଭିଡ଼ିଓ:


ଏଠି କ୍ଲିକ କରି ଅଧିକ ପଢନ୍ତୁ: ସୁଶାନ୍ତଙ୍କ ଗୋଡ଼, ହାତ ଭଙ୍ଗା ଯାଇଥିଲା, ଦେହରେ ଥିଲା ୩ଟା କ୍ଷତାକ୍ତ...ପୋଷ୍ଟ୍ ମର୍ଟମ କରିଥିବା କୁପର୍ ହସ୍ପିଟାଲ୍ ର କର୍ମଚାରୀଙ୍କ ସାଙ୍ଘାତିକ ବୟାନ

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଆଜି ସକାଳୁ କାର ରେଲିଂକୁ ଧକ୍କା ଦେଇଥିଲା, ଏହାପରେ କାରଟି ଜଳିବାକୁ ଲାଗିଥିଲା । ସ୍ଥାନୀୟ ଲୋକ ଅଗ୍ନିଶମ ବାହିନି ସହାୟତାରେ ବହୁ କଷ୍ଟରେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା । ଏହାପରେ ଗୁରୁତର ଆହତ ଋଷଭ ପନ୍ତଙ୍କୁ ଦିଲ୍ଲୀ ରୋଡ୍‌ ସାକଶମ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠରେେ ପ୍ରାଥମିକ ଚିକିତ୍ସାପରେ ଋଭଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ କରାଯିବ ।

ସେପଟେ ଉତ୍ତରାଖଣ୍ଡ ପୁଲିସ ଡିଜି ଅଶୋକ କୁମାର କହିଛନ୍ତି ଯେ ପନ୍ତ ଏକାକୀ ଗାଡ଼ି ଭିତରେ ଥିଲେ । ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗି ଯିବାରୁ ପନ୍ତ କାର୍‌ କାଚ ଭାଙ୍ଗି ଠିକଣା ସମୟରେ ବାହାରକୁ ଚାଲି ଆସିଥିଲେ ।

ଦେଖନ୍ତୁ ଭିଡ଼ିଓ:


ଗାଡ଼ିର ବେଗ ଅଧିକ ଥିବାରୁ ଦୁର୍ଘଟଣା ପରେ ଏଥିରେ ନିଆଁ ଲାଗି ଯାଇଥିଲା । ତେବେ ସୌଭାଗ୍ୟବଶତଃ ପନ୍ତ ଗାଡ଼ି ବାହାରକୁ ଚାଲି ଆସିଥିଲେ । ତେଣୁ ତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି।କିନ୍ତୁ ସେ ଦୁର୍ଘଟଣା ଯୋଗୁ ଗୁରୁତର ଆହତ ହୋଇଛନ୍ତି ।

Share this story