କେମିତି ହେଲା ଘାତକ ମର୍ସୀଡିଜ କାର ଦୁର୍ଘଟଣା? ପୋଲିସକୁ ଋଷଭ କହିଲେ ଦୁର୍ଘଟଣା ପଛର କାହାଣୀ, ଜାଣନ୍ତୁ ଶରୀରର କେଉଁ ସ୍ଥାନରେ ଲାଗିଛି ଆଘାତ

Cricketer Rishabh Pant reveals details about accident near police

ଓଡ଼ିଆ ଗସିପ ବ୍ୟୁରୋ: ଶୁକ୍ରବାର ପାହାନ୍ତିଆ ପ୍ରହରରେ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଉତ୍ତରାଖଣ୍ଡରୁ ଦିଲ୍ଲୀକୁ ଫେରୁଥିବା ବେଳେ ଋଷଭଙ୍କ ଗାଡି ଡିଭାଇଡରେ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଋଷଭଙ୍କ ଗାଡି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

ତେବେ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଋଷଭ । ଜୀବନ ସିନା ବଞ୍ଚି ଯାଇଥିଲା କିନ୍ତୁ ଋଷଭ ଗୁରୁତର ଭାବେ ଆହତ ହୋଇଛନ୍ତି । ଋଷଭଙ୍କ ହାତ, ଗୋଡ, ପିଠି ଓ ମୁଣ୍ଡରେ ଆଘାତ ଲାଗିଛି ।

ସେପଟେ ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଥିବା ଋଷଭଙ୍କ ଜୀବନ ପ୍ରତି ବିପଦ ନଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଋଷଭଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ବେଳେ ହରିଦ୍ୱାର ଏସଏସପି ଏହି ଦୁର୍ଘଟଣା ବାବଦରେ ପୂରା ସୂଚନା ଦେଇଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଏତିକି ଚାମଚ ମେଥି ପ୍ରତେକ ଦିନ ସେବନ କରନ୍ତୁ ଏହା ପୁରୁଷଙ୍କ ଯୌନ ଇଚ୍ଛା ଦୁଇ ଗୁଣିତ କରିଥାଏ ଏବଂ ମହିଳାଙ୍କ ଏହି ଅଙ୍ଗକୁ ଉନ୍ନତ କରିଥାଏ, ଜାଣନ୍ତୁ କିପରି...

ହରିୟାଣାର ଏସଏସପି ଅଜୟ ସିଂଙ୍କ କହିବା ଅନୁଯାୟୀ, କାର ଚଲାଉଥିବା ବେଳେ ଆଖି ଲାଗିଯିବା କାରଣରୁ ଋଷଭଙ୍କ ଗାଡି ଡିଭାଇଡରକୁ ଧକ୍କା ଦେଇଥିଲା । ଆଉ ଡିଭାଇଡରରେ ପିଟି ହେବା କାରଣରୁ କାରରେ ଆପଣାଛାଏଁ ନିଆଁ ଲାଗି ଯାଇଥିଲା ।

ତେବେ ରାସ୍ତାରେ ଯାଉଥିବା ବସ୍ ଡ୍ରାଇଭର ଗାଡି ଅଟକାଇ ଋଷଭଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ ଏବଂ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲେ । ତେବେ ହସ୍ପିଟାଲରେ ପହଞ୍ଚିବା ବେଳକୁ ପନ୍ତ ହୋସରେ ଥିଲେ ଏବଂ ନିଜ ମା’ଙ୍କୁ ସରପ୍ରାଇଜ ଦେବାକୁ ଘରକୁ ଯାଉଥିଲେ ବୋଲି ଋଷଭ କହିଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: କଥା ହେବାକୁ ମନା କରିବାରୁ ଯୁବତୀଙ୍କୁ ପେଚକସରେ ୫୧ ଥର ଭୁସି ହତ୍ୟା, ଏପରି ରଚିଥିଲା କ୍ରାଇମ ପ୍ଲଟ...

ଡାକ୍ତରଙ୍କ କହିବା ଅନୁଯାୟୀ, ଋଷଭଙ୍କ ଶରୀରରେ ଏଥିପାଇଁ ଆଘାତ ଲାଗିଥିଲା କାରଣ କାରର କାଚ୍ ଭାଙ୍ଗି ଋଷଭ ବାହାରକୁ ଆସିଥିଲେ । ତେବେ ନିଆଁ ଲାଗିବା କାରଣରୁ ଋଷଭଙ୍କର କୌଣସି କ୍ଷତ ହୋଇନାହିଁ । ତେବେ ଋଷଭଙ୍କୁ ଏବେ ହସ୍ପିଟାଲରେ ଡାକ୍ତରଙ୍କ ନୀରିକ୍ଷଣରେ ରଖା ଯାଇଛି ।

Share this story

World Odia Language Conferene