କଥା ହେବାକୁ ମନା କରିବାରୁ ଯୁବତୀଙ୍କୁ ପେଚକସରେ ୫୧ ଥର ଭୁସି ହତ୍ୟା, ଏପରି ରଚିଥିଲା କ୍ରାଇମ ପ୍ଲଟ...

Man kills girl stabbing screwdriver in her body

ଓଡ଼ିଆ ଗସିପ ବ୍ୟୁରୋ: ଛତିଶଗଡ଼ର କୋରବା ଜିଲ୍ଲାରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ହତ୍ୟା କରି ଦିଆଯାଇଛି । ଜଣେ ଯୁବକ ଯୁବତୀଙ୍କୁ ପେଚକସ୍ ଭୁସି ହତ୍ୟା କରିଛି । ସାଇତାନ ଯୁବକ ଜଣଙ୍କ ପେଚକସରେ ଲଗାତାର ୫୧ ଥର ଆକ୍ରମଣ କରିଥିଲା । ପୋଲିସ କହିବା ଅନୁଯାୟୀ, ଘଟଣା ସମୟରେ ଯୁବତୀ ଜଣଙ୍କ ଘରେ ଏକାକୀ ଥିଲେ ।

ଅଭିଯୁକ୍ତ ସେଠାରେ ପହଞ୍ଚିଥିଲା ଏବଂ ମହିଳାଙ୍କ ସହ ମାରପିଟ କରିଥିଲା । ମହିଳାଙ୍କ ଚିତ୍କାର ବାହାରକୁ ନଶୁଣାଯାଉ ସେଥିପାଇଁ ଅଭିଯୁକ୍ତ ତାଙ୍କ ମୁହଁ ଏକ ତକିଆରେ ବନ୍ଦ କରିଦେଇଥିଲା । ଏହାପରେ ସାଇତାନ ଭଳି ମହିଳାଙ୍କ ଉପରେ ପେଚକସରେ ଆକ୍ରମଣ କରିଚାଲିଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ ଶରୀରରେ ୩ ସ୍ଥାନରେ କ୍ଷତାକ୍ତ ଚିହ୍ନ ଥିଲା, ତାଙ୍କ ଗୋଡ, ହାତ ଭଙ୍ଗା ଯାଇଥିଲା, ସାମ୍ନାକୁ ଆସିଲା ନୂଆ ରିପୋର୍ଟ...

ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ମୋଟ ୫୧ ଥର ପେଚକସରେ ଆକ୍ରମଣ କରିଥିଲା । ଘଟଣାଟି ୨୪ ଡିସେମ୍ବରରେ ଘଟିଛି । ମହିଳାଙ୍କ ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ଯୁବତୀଙ୍କ ଭାଇ ଘଟଣାର କିଛି ସମୟ ପରେ ଘରେ ପହଞ୍ଚି ଦେଖିଥିଲେ ଯେ ରକ୍ତରେ ଜୁଡ଼ୁବୁଡ଼ୁ ତାଙ୍କ ଭଉଣୀ ତଳେ ପଡ଼ିଥିଲା ।

ଏହା ଦେଖି ସେ ବେହୋସ୍ ହୋଯାଇଥିଲେ । ପୋଲିସ ତଦନ୍ତରେ ସାମ୍ନାକୁ ଆସିଛି ଯେ ଅଭିଯୁକ୍ତ ଜଶପୁର ଜିଲ୍ଲାର ବାସିନ୍ଦା ଅଟେ । ଅଭିଯୁକ୍ତ ସହ ମହିଳାଙ୍କ ବନ୍ଧୁତା ୩ ବର୍ଷ ପୂର୍ବେ ହୋଇଥିଲା । ଅଭିଯୁକ୍ତ ପ୍ରଥମେ ବସ୍ କଣ୍ଡକ୍ଟର ଥିଲା । ଯୁବତୀ ଜଣଙ୍କ ପ୍ରାୟତଃ ସମୟ ସେହି ବସରେ ଯାତ୍ରା କରୁଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷ ସନ୍ତାନଙ୍କ ପାଇଁ ଚିନ୍ତାରେ ରହିବେ

ପୋଲିସ କହିବା ମୁତାବକ, ଅଭିଯୁକ୍ତ ଯୁବକ ପରେ ଚାକିରି ପାଇଁ ଗୁଜରାଟର ଅହମ୍ମଦାବାଦ ଚାଲି ଯାଇଥିଲା । ଅଭିଯୁକ୍ତ ଏବଂ ଯୁବତୀଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ଚାଲିଥିଲା ।

ମହିଳା ଜଣଙ୍କ ଯେବେ ଫୋନରେ କଥା ହେବା ପାଇଁ ମନା କରିଦେଲେ ତେବେ ଅଭିଯୁକ୍ତ ତାଙ୍କୁ ଏବଂ ତାଙ୍କ ମା’ ବାପାଙ୍କୁ ଧମକ ଦେଇଥିଲା । ଏବଂ ଗୋଟିଏ ଦିନ ସୁଯୋଗ ପାଇଁ ଏହି କାଣ୍ଡ ଭିଆଇଛି ଯୁବକ ଜଣଙ୍କ । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

Share this story