ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷ ସନ୍ତାନଙ୍କ ପାଇଁ ଚିନ୍ତାରେ ରହିବେ

know your horoscope of December 28 2022

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜିର ରାଶିଫଳ (ବୁଧବାର- ଡିସେମ୍ବର ୨୮, ୨୦୨୨) ।

ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ :

ମେଷ: ଦିନଟି ସୁଖସମୃଦ୍ଧି ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ମାନମର୍ଯ୍ୟାଦା ବୃଦ୍ଧି ହେବ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ହେବ । ବ୍ୟବସାୟରେ କ୍ଷତି ସହିପାରନ୍ତି । ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ ।

ବୃଷ: ସମସ୍ତ କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନପ୍ରାପ୍ତି ହେବ । ମହିଳାମାନେ ରକ୍ଷଣଶୀଳା ହେବେ । ବ୍ୟବସାୟରେ ଅଧିକ ସଞ୍ଚୟ କରିପାରିବେ । ଛାତ୍ରଛାତ୍ରୀ ଅଧ୍ୟୟନ ପ୍ରିୟ ହେବେ । ଦୂରଯାତ୍ରା କରିବାର ଯୋଗ ରହିଛି ।

ମିଥୁନ: ପରୋପକାର କରିବାକୁ ଯାଇ ସମସ୍ୟାରେ ପଡ଼ିପାରନ୍ତି । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ରହିବ । ବ୍ୟବସାୟରେ ପ୍ରତିବନ୍ଧକ ଦେଖାଦେବ । ଛାତ୍ରଛାତ୍ରୀ ଆଳସ୍ୟତା ପାଇଁ କଷ୍ଟ ପାଇପାରନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ନୂଆ ବର୍ଷରୁ ରାହୁ ଗୋଚରରେ ଏହି ରାଶିଙ୍କୁ ମିଳିବ ଫାଇଦା, କଣ ଆପଣଙ୍କ ଭାଗ୍ୟରେ ବି ରହିଛି କି ଗ୍ରହ ପରିବର୍ତ୍ତନ?

କର୍କଟ: ଶତ୍ରୁମାନଙ୍କ କୂଟ ଚକ୍ରାନ୍ତରେ ପଡ଼ିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା ସ୍ଥିତି ରହିବ । ମହିଳାମାନେ ଅପଦସ୍ଥ ହୋଇପାରନ୍ତି । ବ୍ୟବସାୟରେ କ୍ଷତି ହୋଇପାରେ । ଜୀବନରେ ଭିନ୍ନ ପରିବର୍ତ୍ତନ ଦେଖାଦେଇପାରେ ।

ସିଂହ: ଦିନଟି ପ୍ରସନ୍ନତା ଭିତରେ କଟିବ । ଉଭୟ ପ୍ରେମ ଓ ଦାମ୍ପତ୍ୟ ମଧୁର ସମ୍ପର୍କ ରହିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବାଣିଜ୍ୟରେ ଲାଭ ମିଳିବ । ଛାତ୍ରଛାତ୍ରୀମାନେ ଉଚ୍ଚାଭିଳାଷୀ ହେବେ ।

କନ୍ୟା: କର୍ମକ୍ଷେତ୍ରରେ ସମ୍ମାନପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିବେ । ବିରୋଧୀମାନେ ବାଧାବିଘ୍ନ ସୃଷ୍ଟି କରିବେ । ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ । ଛାତ୍ରଛାତ୍ରୀ ଦୃଢ଼ମନା ରହିବେ ।

ତୁଳା: କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବ । ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ । ମହିଳାମାନେ ସନ୍ତାନଙ୍କ ପାଇଁ ଚିନ୍ତାରେ ରହିବେ । ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଛାତ୍ରଛାତ୍ରୀ ଅସ୍ଥିରମନା ହୋଇପାରନ୍ତି ।

ବିଛା: ସମ୍ମାନ ଲାଭ ଓ ମନ ପ୍ରଫୁଲ୍ଲ ରହିବ । ଆୟ ପୂର୍ବ ଭଳି ଅବ୍ୟାହତ ରହିବ । ପ୍ରଶାସନିକ ଓ ରାଜନୀତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବନ୍ଧୁବାନ୍ଧବଙ୍କ ଆଗମନରେ ଉତ୍ସାହିତ ହେବେ । ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାପ୍ରତି ଆଗ୍ରହୀ ହେବେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ୨୦୨୩ରେ ୫ଟି ରାଶି ରଚିବେ ଇତିହାସ, ଭାଗ୍ୟରେ ଆସୁଛି ବଡ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶି ଅଛି କି !

ଧନୁ: ବିଭିନ୍ନ କ୍ଷେତ୍ରରୁ ଆୟର ପଥ ଉନ୍ମୁକ୍ତ ରହିଛି । ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ । ବାଣିଜ୍ୟରେ ଉତ୍ତମ ଆୟ ରହିବ । ଛାତ୍ରଛାତ୍ରୀ ଦୃଢ଼ମନା ରହିବେ । ପ୍ରିୟଜନଙ୍କ ବ୍ୟବହାରରେ କଷ୍ଟ ପାଇପାରନ୍ତି ।

ମକର: କିଛିଟା ସମସ୍ୟା ଦେଇ ଗତି କରିବେ । ଅନ୍ୟ ପାଇଁ ଅପଦସ୍ଥ ହୋଇପାରନ୍ତି । ମହିଳାମାନେ ଉଦାସ ରହିବେ । ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଛାତ୍ରଛାତ୍ରୀ ଅସ୍ଥିର ରହିବେ ।

କୁମ୍ଭ: ନିଜ ବୁଦ୍ଧି ବିବେକରେ କାର୍ଯ୍ୟ କରି ସଫଳତା ପାଇବେ । ଆର୍ଥିକ ଦୁରାବସ୍ଥା ରହିବ । ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ । ଛାତ୍ରଛାତ୍ରୀ ଭ୍ରମରେ ପଡ଼ିପାରନ୍ତି ।

ମୀନ: ନୂତନ ନିଯୁକ୍ତି ପାଇପାରନ୍ତି । ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ । ମହିଳାମାନେ ରକ୍ଷଣଶୀଳା ହେବେ । ବାଣିଜ୍ୟରେ ସଞ୍ଚୟ ହେବ । ଛାତ୍ରଛାତ୍ରୀ ଉତ୍ସାହିତ ରହିବେ । ପରିବାର ସହ ଅଧିକ ସମୟ କଟାଇବେ ।

Share this story

World Odia Language Conferene