ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ ଶରୀରରେ ୩ ସ୍ଥାନରେ କ୍ଷତାକ୍ତ ଚିହ୍ନ ଥିଲା, ତାଙ୍କ ଗୋଡ, ହାତ ଭଙ୍ଗା ଯାଇଥିଲା, ସାମ୍ନାକୁ ଆସିଲା ନୂଆ ରିପୋର୍ଟ...

sushant singh rajputs body had beating and injury marks reveals mortuary staff

ଓଡ଼ିଆ ଗସିପ ବ୍ୟୁରୋ: ଶବ ବ୍ୟବଛେଦ କରିବା ସମୟରେ ମେଡିକାଲର ଜଣେ ଷ୍ଟାଫ ଏକ ନୂଆ ରିପୋର୍ଟ ସାମ୍ନାକୁ ଆଣିଛନ୍ତି । ସେ କହିଛନ୍ତି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଯେତେବେଳେ ମର ଶରୀର ଶବ ବ୍ୟବଛେଦ ପାଇଁ ମର୍ଗ ହାଉସକୁ ଅଣାଯାଇଥିଲା ସେତେବେଳେ ତାଙ୍କ ଶରୀରର କିଛି ଅଙ୍ଗକୁ ଦେଖିଲେ ଲାଗୁଥିଲା ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ମାରିଦିଆ ଯାଇଛି । 

ସୁଶାନ୍ତଙ୍କୁ ମୃତ ଶରୀର ତାଙ୍କ ବାନ୍ଦ୍ରା ସ୍ଥିତ ବାସ ଭବନରୁ ପୋଲିସ ଜୁନ ୧୪ ୨୦୨୦ ରେ ଜବତ କରିଥିଲା । ଦୁଇ ବର୍ଷ ପରେ ଏକ ରିପୋର୍ଟ ଆଧାରରେ ସୁଶାନ୍ତ ସିଂ ରାଜପୁତଙ୍କ ଶବ ବ୍ୟବଛେଦ କରିଥିବା ଜଣେ ଷ୍ଟାଫ ଏବେ ମୁହଁ ଖୋଲିଛନ୍ତି ଆଉ ସେ ହଉଛନ୍ତି ରୂପ କୁମାର ସାହ । ସେ ଜୋର କରି କହିଛନ୍ତି ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଘଟିଲା ବଡ ଅଘଟଣ; ମହାନଦୀରେ ଛାତ୍ରକୁ ଉଦ୍ଧାର କରିବାକୁ ଯାଇ ଶିକ୍ଷକଙ୍କ ମୃତ୍ୟୁ

ଶବ ବ୍ୟବଛେଦ କରିବା ବେଳେ ସମସ୍ତ ଘଟଣାର ଭିଡ଼ିଓ କରିବା ଦରକାର ରହିଛି ହେଲେ ତାହା ହୋଇ ନାହିଁ । ତାଙ୍କ ଶରୀରର ଗୋଡ ଆଉ ହାତ ଭଙ୍ଗାଯାଇଥିବା ଦୃଶ୍ୟମାନ ହେଉଥିଲା । ଖାଲି ଏତିକି ନୁହେଁ ଶରୀରର ୩ ଅଙ୍ଗରେ କ୍ଷତାକ୍ତ ଚିହ୍ନ ରହିଥିଲା । ସୁଶାନ୍ତଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତ ଭାର ପରେ ସିବିଆଇ କୁ ହସ୍ତାନ୍ତର କରାଯାଇଥିଲା । ହେଲେ ପରେ ସିବିଆଇ ଅଧିକାରୀ ଫୁଙ୍ଖାନୁଫୁଙ୍କ ତଦନ୍ତ ପରେ ସୁଶାନ୍ତ ଆତ୍ମହତ୍ୟା କରିଥିଲା ଦର୍ଶାଇଥିଲା ।

ହେଲେ ଏହି ମାମଲା ଏବେ ସୁଦ୍ଧା ସିବିଆଇ ବନ୍ଦ କରିନାହିଁ । ଆଗକୁ ଏହି ଘଟଣାରେ ଭିନ୍ନ ମୋଡ ନେବ ବୋଲି ସମସ୍ତ ଫ୍ୟାନ ଆଶା ବାନ୍ଧିଛନ୍ତି । ସତ ପଦାକୁ ଆସୁ ଏବଂ ଏଥିରେ ସମ୍ପୃକ୍ତ ଥିବା ବଡବଡିଆ ଗିରଫ ହୁଅନ୍ତୁ ବୋଲି ଦାବି ରହିଛି ।

ଶାହା ଟିଭି ୯କୁ ସାକ୍ଷାତକାର ଦେଇ କହିଥିଲେ ଯେ, “ଯେତେବେଳେ ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେଲା, ବ୍ୟବଚ୍ଛେଦ ପାଇଁ କୁପର୍ ହସ୍ପିଟାଲକୁ ପାଞ୍ଚଟି ମୃତଦେହ ଆସିଥିଲା । ସେହି ପାଞ୍ଚଟି ମୃତଦେହ ମଧ୍ୟରୁ ଗୋଟିଏ ଭିଆଇପି ମୃତଦେହ ଥିଲା ବୋଲି ମେଡିକାଲ ଅଧିକାରୀ ଆମକୁ ସୂଚନା ଦେଇଥିଲେ ।"

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷ ସନ୍ତାନଙ୍କ ପାଇଁ ଚିନ୍ତାରେ ରହିବେ

"ଯେତେବେଳେ ଆମେ ବ୍ୟବଚ୍ଛେଦ କରିବାକୁ ଯାଇଥିଲୁ, ମୃତଦେହଟି ସୁଶାନ୍ତଙ୍କର ବୋଲି ଜାଣିଥିଲୁ । ବ୍ୟବଚ୍ଛେଦ ସମୟରେ ତାଙ୍କ ଦେହରେ ଅନେକ ଚିହ୍ନ ଏବଂ ବେକରେ ଦୁଇରୁ ତିନୋଟି କ୍ଷତାକ୍ତ ଚିହ୍ନ ଥିବା ଦେଖାଯାଇଥିଲା । ଖାଲି ଏତିକି ନୁହେଁ ତାଙ୍କ ଗୋଡ ଏବଂ ହାତ ଭଙ୍ଗାଯାଇଥିବା ଜଣାପଡୁଥିଲା," ରୂପ କୁମାର କହିଛନ୍ତି ।

"ନିୟମ ଅନୁଯାୟୀ ବ୍ୟବଚ୍ଛେଦ ସମୟରେ ଏହାର ଭିଡିଓ ରେକର୍ଡ ହେବା ଆବଶ୍ୟକ । କିନ୍ତୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଆମେ କେବଳ ଫଟୋ ଉଠାଇ ପୁଲିସକୁ ମୃତଦେହ ହସ୍ତାନ୍ତର କରିଥିଲୁ ।"

Share this story

World Odia Language Conferene