ଘଟିଲା ବଡ ଅଘଟଣ; ମହାନଦୀରେ ଛାତ୍ରକୁ ଉଦ୍ଧାର କରିବାକୁ ଯାଇ ଶିକ୍ଷକଙ୍କ ମୃତ୍ୟୁ

teacher died while trying to save his drowning student

ଓଡ଼ିଆ ଗସିପ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅଧୀନ କଣ୍ଟିଲୋ ଗ୍ରାମର ସ୍ମଶାନ ତୁଠରେ ମହାନଦୀରେ ବୁଡି ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଆସିଥିବା ଜଣେ ଶିକ୍ଷକ ଆଜି ସକାଳ ୭ ଟାରେ କଣ୍ଟିଲୋ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ ।

ଜଣେ ଛାତ୍ର ନଦୀରେ ବୁଡ଼ି ଯାଉଥିବା ଶିକ୍ଷକ ଦେଖି ଉଦ୍ଧାର ପାଇଁ ନଦୀ ଭିତରେ ପଶିଥିଲେ । ଅଜାଣତରେ ଗଭୀର ଜଳ ଭିତରକୁ ସେ ଚାଲି ଯାଇଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଆରପାରିରେ ପ୍ରଫେସର ଡକ୍ଟର ସୁନୀଲକାନ୍ତ ବେହେରା, ମୃତ୍ୟୁ ପରେ ଡାକ୍ତରୀ ଗବେଷଣା ପାଇଁ ଏମ୍‌କେସିଜିର ଆନାଟୋମି ବିଭାଗକୁ ଦାନ କଲେ ନିଜ ଶରୀର

ଫଳରେ ପାଣିରେ କିଛି ସମୟ ପାଇଁ ନିଖୋଜ ହୋଇଯାଇଥିଲେ । ଛାତ୍ରକୁ ସ୍ଥାନୀୟ ଲୋକମାନେ ଦେଖି ଉଦ୍ଧାର କରି ପାରିଥିଲେ । କିନ୍ତୁ ଶିକ୍ଷକଙ୍କୁ ବହୁ ସମୟ ଖୋଜାଖୋଜି କଲାପରେ ଅଚେତ ଅବସ୍ଥାରେ ପାଇଥିଲେ ।

ତୁରନ୍ତ ତାଙ୍କୁ ମେଡିକାଲ ନେଲାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଶିକ୍ଷକଙ୍କ ନାମ ସରୋଜ ଦାସ ବୋଲି ଜଣାପଡିଛି ।

Share this story

World Odia Language Conferene