World Odia Language Conferene

ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ କରିବାକୁ ଯାଉଥିଲେ ଜାଣନ୍ତୁ ପୁଲିସର କଣ ରହିଛି ନିୟମ, ଆପଣ ବି ଫଶି ପାରନ୍ତି…

know the guidelines framed by commissionerate police on zero night celebration

ଓଡ଼ିଆ ଗସିପ ବ୍ୟୁରୋ: ନୂଆବର୍ଷକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ, ଉଦ୍ଦୀପନା । ପଛକୁ ରହିଯିବ ପୁରୁଣା ବର୍ଷର ପୁରୁଣା ସ୍ମୃତି । ଆସିବ ନୂଆବର୍ଷ । ସ୍ୱାଗତ କରିବାକୁ ସମସ୍ତେ ବ୍ୟଗ୍ର । ଏଥିପାଇଁ ସହରରେ ଚାଲିଛି ଜୋର୍‍ଦାର୍‍ ସେଲିବ୍ରେସନ୍‍ର ପ୍ରସ୍ତୁତି । ମହାମାରୀ କରୋନାର ୨ବର୍ଷ ପରେ ନୂଆବର୍ଷକୁ ନେଇ ଚାରିଆଡେ ଉତ୍ସାହ ।

ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସବୁବର୍ଗର ଲୋକ ନୂଆବର୍ଷର ନୂଆ ସକାଳକୁ ସ୍ୱାଗତ କରିବାକୁ ଚାହିଁ ରହିଛନ୍ତି । ଡିଜିଟାଲ୍‍ ପ୍ଲାଟଫର୍ମରେ ଶୁଭେଚ୍ଛା ବାର୍ତ୍ତାର ଭିଡ଼ । ଦିନକ ପୂର୍ବରୁ କିଏ ସାଙ୍ଗସାଥୀଙ୍କ ମେଳରେ ଭୋଜି ଭାତରେ ମାତିଲେଣି ତ କିଏ ଜିରୋ ନାଇଟ୍‍ ପାଳନ ପାଇଁ ସଜ ହେଲାଣି ।

ତେବେ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ଏବଂ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଯେପରି ସୃଷ୍ଟି ନହେବ ସେନେଇ ରାଜଧାନୀ ଭୁବନେଶ୍ବରବାସୀଙ୍କ ସତର୍କ କରାଇଛନ୍ତି ଭୁବନେଶ୍ବର ଡିସିପି । ନୂଆବର୍ଷ ସେଲିବ୍ରେସନ ଭୁବନେଶ୍ୱରବାସୀ କିପରି ନରାପତା ଭାବେ କରିବେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଭିଡିଓ ବାର୍ତ୍ତା ଦେଇ ସଚେତନ କରିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ନୃଶଂସ ସ୍ବାମୀ! ପତ୍ନୀ ଗର୍ଭଧାରଣ କରିପାରିଲେନି ବୋଲି ତାଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଲେ ସ୍ବାମୀ...

ସେ କହିଛନ୍ତି, ନୂଆବର୍ଷ ସେଲିବ୍ରେସନ ବେଳେ ଟ୍ରାଫିକ୍ ନିୟମ ମାନନ୍ତୁ । ମଦ ନିଶାରେ ଗାଡ଼ି ଚଲାନ୍ତୁ ନାହିଁ । ୫୦ କିମିରୁ ଅଧିକ ବେଗରେ ଗାଡ଼ି ଚଲାନ୍ତୁ ନାହିଁ । ପାର୍ଟିକୁ ଯାଉଥିଲେ ସାଥିରେ ଡ୍ରାଇଭର ନେଇକି ଯାଆନ୍ତୁ ।

ପାର୍କିଂ ଜାଗାରେ ଗାଡ଼ି ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ରାସ୍ତରେ ଗାଡ଼ି ନ ରଖିବାକୁ ବି ସତର୍କ କରିଛନ୍ତି । ଗାଡ଼ିକୁ ଠିକ୍ ଭାବେ ଲକ୍ କରି ଜିରୋ ନାଇଟ୍ ସେଲିବ୍ରେସନରେ ଯୋଗ ଦେବାକୁ କହିଛନ୍ତି ଭୁବନେଶ୍ୱର ଡିସିପି । ସବୁସ୍ଥାନରେ ଚେକିଂ କରାଯିବ, ଯଦି ମଦ ପିଇ ଗାଡି ଚଲାଉଥିବେ ,ଅଧିକ ବେଗରେ କିମ୍ବା ରାସ୍ତାରେ ସେଲିବ୍ରେସନ କରୁଥିବେ ତେବେ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି ।

ନନ୍ଦନକାନନ ରୋଡ୍, କଟକ ରୋଡ୍ ଓ ରସୁଲଗଡରେ ସାଧାରଣଠୁ ଅଧିକ ଟ୍ରାଫିକ ରହିବ । ଏଫ୍ ଏମ୍ ମାଧ୍ୟମରେ ଟ୍ରାଫିକ ସମ୍ପର୍କିତ ସୂଚନା ପ୍ରଦାନ କରାଯିବ । ଡିସିପି ଭୁବନେଶ୍ୱର, ଡିସିପି ଟ୍ରାଫିକ ଟ୍ୱିଟରରେ ସବୁ ସୂଚନାକୁ ଫଲୋ କରିବାକୁ ସେ ଅପିଲ କରିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ତୁନିଶା ଶର୍ମାଙ୍କ ପରେ ଆଉଜଣେ ଅଭିନେତ୍ରୀଙ୍କ ମୃତ୍ୟୁ, ଗାଡିରେ ଆସିଲେ ଗୁଳି କଲେ ଚାଲିଲେ

ନିଜ ଗାଡ଼ିକୁ ଠିକ୍ ଜାଗାରେ ପାର୍କିଂ କରିବାକୁ ସେ କହିଛନ୍ତି । ରାସ୍ତା ଉପରେ ପାର୍କ ହୋଇଥିଲେ ଗାଡ଼ି ଟଣାଯିବ । ଗାଡି ଉଠାଇବା ପାଇଁ ଟିମ୍ ଘୂରି ବୁଲିବ । ସନ୍ଦିଗ୍ଧ ବ୍ୟକ୍ତି କିମ୍ୱା ଜରୁରୀ ସ୍ଥିତିରେ ୧୧୨କୁ ଫୋନ କରିବାକୁ ସେ ନିବେଦନ କରିଛନ୍ତି ।

ଏଣେ ରାଜଧାନୀରେ ସୁରକ୍ଷା ଲାଗି ୧୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ୧୭ ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇ ମଦ୍ୟପଙ୍କ ଉପରେ ନଜର ରଖାଯିବ । ୪ଟି ସ୍ଥାନରେ କୁଇକ ଆକ୍ସନ ଟିମ ନିୟୋଜିତ ହେବେ । ୩ଟି ସ୍ଥାନରେ ଷ୍ଟ୍ରାଇକିଙ୍ଗ ଫୋର୍ସ ନିୟୋଜିତ ହେବାସହ ଘନ ଘନ ପାଟ୍ରୋଲିଂ ବ୍ୟବସ୍ଥା ହୋଇଛି ।

Share this story