ଅଫିସ୍ ସାରି ଫେରୁଥିଲେ ୨ ସାଙ୍ଗ; ବାଟରେ ଦଳିଦେଲା ଟ୍ରକ୍, ଆଉ ତାପରେ...

two friends died in road accident while returning from office

ଓଡ଼ିଆ ଗସିପ ବ୍ୟୁରୋ: ଶିବମ୍ ଓ ଉକ୍ରର୍ଷ ଦୁଇ ଅନ୍ତରଙ୍ଗ ସାଙ୍ଗ । ଗୋଟିଏ ବ୍ୟାଙ୍କରେ ୨ଜଣ ଚାକିରୀ କରୁଥିଲେ । ଶୁକ୍ରବାର ସନ୍ଧ୍ୟାରେ ଅଫିସ ସାରି ଦୁହେଁ ଗୋଟିଏ ବାଇକରେ ଫେରୁଥିଲେ ।

ଘଟିଲା ଅଘଟଣ, ଦଳିଦେଇ ଚାଲିଗଲା ଟ୍ରକ୍ । ଘଟଣାସ୍ଥଳରେ ଚାଲିଗଲା ଦୁହିଁଙ୍କ ଜୀବନ । ସାଙ୍ଗ ହୋଇ ଆରପାରିକୁ ଚାଲିଗଲେ ୨ ସାଙ୍ଗ । ଉତ୍ତରପ୍ରଦେଶ ବାନ୍ଦା ଝାନ୍ସି- ମିର୍ଜାପୁର ଜାତୀୟ ରାଜପଥରେ ଘଟିଛି ଏଭଳି ଦୁର୍ଘଟଣା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ନିଦ ପାଇଁ ନୁହେଁ ବରଂ ଏହି କାରଣରୁ ହୋଇଥିଲା ଋଷଭଙ୍କ ମର୍ସିଡିଜ୍‌ କାର ଦୁର୍ଘଟଣା ! ହସ୍ପିଟାଲ ବେଡରେ ଦୁର୍ଘଟଣାର କାରଣ କହିଲେ ପନ୍ତ

ଶିବମ୍ ଓ ଉକ୍ରର୍ଷ ୨ ଘନିଷ୍ଠ ବନ୍ଧୁ ଥିଲେ । ଜଣେ କମ୍ପ୍ୟୁଟର ଅପରେଟର ଥିବାବେଳେ ଆଉ ଜଣେ ଫିଲ୍ଡ ଅଫିସର ଥିଲେ । ସବୁଦିନ ପରି ଶୁକ୍ରବାର ଦୁହେଁ ଗୋଟିଏ ବାଇକରେ ଘରକୁ ଫେରୁଥିବାବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ଦୁହିଁଙ୍କୁ ପଛରୁ ଦଳିଦେଇଥିଲା । ଫଳରେ ସେହି ସ୍ଥାନରେ ହିଁ ଦୁହିଁଙ୍କ ମୃତ୍ୟୁ ହୋଇଥିଲା ।

ମୃତ ଶିବମ୍ ଯାଆଁଳା ଭାଇ ଭିତରେ ସାନ ଥିଲେ । ପୂର୍ବରୁ ବାପାଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଏବେ ପୁଅକୁ ହରାଇ ମା’ କଲା ଗୁପ୍ତା ଅସହାୟ ହୋଇପଡିଛନ୍ତି ।

Share this story

World Odia Language Conferene