World Odia Language Conferene

ନୂଆବର୍ଷରେ ଭୟଙ୍କର ଦୁର୍ଘଟଣା: କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ଚାଲିଗଲା ୫ ନିରୀହ ଜୀବନ

car collided with the truck killing five on spot

ଓଡ଼ିଆ ଗସିପ ବ୍ୟୁରୋ: କିଏ ଜାଣିଥିଲା ବର୍ଷର ଆରମ୍ଭ ନ ହେଉଣୁ ପାଞ୍ଚ ଜଣ ନିରୀହ ଜୀବନର ଦ୍ୱୀପ ଲିଭିଯିବ କାହିଁକି ନା ନୂଆବର୍ଷରେ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ରାଜସ୍ଥାନର ହନୁମାନଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ଲୋକଙ୍କ ଜୀବନ ଚାଲି ଯାଇଛି ।

ଆଜି ଭୋର ସମୟରେ କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ହନୁମାନଗଡ଼ ମେଗା ହାଇୱେ ବିରାସର ଗାଁ ନିକଟରେ କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ଆଖି ବୁଜିଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: କେମିତି କଟିବ ନୂତନ ବର୍ଷ -୨୦୨୩: ଜାଣନ୍ତୁ କଣ ରହିଛି ଆପଣଙ୍କ ଭାଗ୍ୟ ଚକ୍ର ଏବଂ ୩ଟି ରାଶିର ବାର୍ଷିକ ରାଶିଫଳ…

ଦୁର୍ଘଟଣାରେ ଗୁରୁତର ଜଣେ ଯୁବକଙ୍କୁ ବିକାନେରର ପଲ୍ଲୁ ହସ୍ପିଟାଲ୍‌କୁ ରେଫର୍‌ କରାଯାଇଛି । କେମିତି ଦୁର୍ଘଟଣା ଘଟିଥଲା ? କାର୍‌ରେ ଥିବା ଲୋକ କେଉଁଠୁ ଫେରୁଥିଲେ ? ଏନେଇ କୌଣସି ସୂଚନା ମିଳିପାରି ନାହିଁ ।

ସେପଟେ ପଲ୍ଲୁ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି । ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତାଙ୍କୁ ଧରିବା ଲାଗି ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଅଫିସ୍ ସାରି ଫେରୁଥିଲେ ୨ ସାଙ୍ଗ; ବାଟରେ ଦଳିଦେଲା ଟ୍ରକ୍, ଆଉ ତାପରେ...

ସୂଚନାଥାଉ କି, ଶନିବାର ଦିନ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଗୁଜରାଟର ନବସାରୀ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଥିଲା । ଏନ୍‌ଏଚ୍‌ ଉପରେ ଏକ ଫର୍ଚ୍ୟୁନର କାର୍‌ ଓ ଲକ୍‌ଜୁରୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଥିଲେ । ସମସ୍ତ ମୃତକ କାର୍‌ରେ ଥିଲେ ବୋଲି ଜଣାପଡ଼ିଛି ।

ଗାଡ଼ି ଚଲାଉ ଥିବାବେଳେ ବସ୍‌ ଡ୍ରାଇଭରଙ୍କ ହଠାତ୍‌ ହାର୍ଟ ଆଟାକ୍‌ ଆସିବାରୁ ସେ ନିୟନ୍ତ୍ରଣ ହରାଇ ଥିଲେ । ଫଳରେ ଦ୍ରୁତ ଗତିରେ ଆସୁଥିବା କାର୍‌ ସହ ବସ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରରକୁ ୨ ଲକ୍ଷ ଟଙ୍କା ଲେଖାଏ ଓ ଆହତଙ୍କ ଚିକିତ୍ସା ଲାଗି ୫୦ ହଜାର ଟଙ୍କା ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

Share this story