ସ୍ତ୍ରୀଙ୍କୁ ହତ୍ୟା ପରେ ଜିରୋ ନାଇଟ୍‌ ପାଳିଲେ ସ୍ବାମୀ, ଆଉ ତା'ପରେ...

after murdering wife, husband went to celebrate New Year bash

ଓଡ଼ିଆ ଗସିପ ବ୍ୟୁରୋ: ନୂଆଁ ବର୍ଷକୁ ନେଇ ସବୁଆଡ଼େ ଉତ୍ସବ ଦେଖିବାକୁ ମିଳିଥିବା ବେଳେ ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ମୟୁରପଦା ଗ୍ରାମରେ ଘଟିଯାଇଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସାଙ୍ଗମାନଙ୍କ ସହ ପାଳିଛନ୍ତି ଜିରୋ ନାଇଟ୍‌ ଏବଂ ନୂଆ ବର୍ଷ । ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ମୟୂରପଦା ଗ୍ରାମର ସିଏଚ୍‌. ଲକ୍ଷ୍ମଣ ରେଡ଼ିଙ୍କ ସହିତ ବେଣୀଗୌରୀ ଗ୍ରାମର ଜାନକୀଙ୍କ ପ୍ରାୟ ୧୭ ବର୍ଷ ପୂର୍ବେ ବିବାହ ହୋଇଥିଲା । ଲକ୍ଷ୍ମଣ ବୃତ୍ତିରେ ଜଣେ ଡ୍ରାଇଭର୍‌ । ସେ ପ୍ରାୟତଃ ରାଜ୍ୟ ବାହାରେ ହିଁ ରହୁଛନ୍ତି । ଘରକୁ ଯେବେ ଆସୁଥିଲେ ଜାନକୀଙ୍କୁ ମାର୍‌ପିଟ୍‌ କରୁଥିଲେ । ଗତ ପ୍ରାୟ ୮ ଦିନ ପୂର୍ବେ ଗାଁକୁ ଫେରିଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ପ୍ରେମିକା ଘର ସମ୍ମୁଖରେ ପ୍ରେମିକର ଶବ, ହତ୍ୟା ନା ଆତ୍ମହତ୍ୟା..?

ଶନିବାର ରାତିରେ ପ୍ରଚୂର ମଦ୍ୟପାନ କରିଥିଲେ । ଘରକୁ ଫେରିବା ପରେ ଜାନକୀଙ୍କ ସହ ଝଗଡ଼ା ହୋଇଥିଲା । ବାପା-ମା’ଙ୍କ ଝଗଡ଼ା ଦେଖି ଝିଅ ଜୟନ୍ତୀ ( ୧୪ ବର୍ଷ ) ଓ ପୁଅ ନରସିଂହ (୯ ବର୍ଷ ) ସେହି ଗ୍ରାମ ନିଜ ପିଉସୀ ଘରକୁ ଶୋଇବାକୁ ଚାଲି ଯାଇଥିଲେ । ଜାନକୀ ଏକା ଘରେ ଶୋଇଥିଲେ ।

ଏହାର ସୁଯୋଗ ନେଇ ଜାନକୀଙ୍କୁ ବେକକୁ ଚିପି ହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ତେବେ ହତ୍ୟା ପରେ ଲକ୍ଷ୍ମଣ ସାଙ୍ଗମାନଙ୍କ ସହିତ ଜିରୋ ନାଇଟ ପାଳନ କରିଥିଲେ । ନିଶା ଛାଡ଼ିବା ପରେ ରବିବାର ସକାଳୁ ସକାଳୁ ଘରକୁ ଫେରିଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଜ୍ୱାଇଁ ସହ ପ୍ରେମ ସମ୍ପର୍କ ରଖି ଶାଶୁ ଫେରାର; ସେପଟେ ସ୍ୱାମୀ ଫେରାର ସ୍ତ୍ରୀର ଏହି ଲଜ୍ଜାଜନକ କଥା ଶୁଣି ବେହୋସ...

ସେ ଏବଂ ତାଙ୍କ ମା’ ଏକ ଅଟୋରେ ଜାନକୀଙ୍କୁ ଛତ୍ରପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତେବେ ଜାନକୀଙ୍କ ମୃତ୍ୟୁ ହୋଇଯାଇଥିବା ଯୋଗୁ ଡାକ୍ତର ତୁରନ୍ତ ଏନେଇ ହୁମ୍ମା ଫାଣ୍ଡିକୁ ସୂଚନା ଦେଇଥିଲେ । ଖବର ପାଇ ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ମୟୁରପଦା ଗ୍ରାମକୁ ଯାଇ ତଦନ୍ତ କରିବା ସହ ସାଇଣ୍ଟିଫିକ ଟିମକୁ ଅବଗତ କରିଥିଲେ ।

ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ବିଭିନ୍ନ ଦିଗକୁ ନେଇ ତଥ୍ୟ ହାସଲ କରିଛି । ମୃତ ଜାନକୀର ବେକରେ ଏକ ଚି଼ହ୍ନ ଥିବା ଏବଂ ଆଖି ପତା ନୀଳ ପଡି ଯାଇଥିବା ଦେଖିବାକୁ ମିଳିଛି । ଏନେଇ ରମ୍ଭା ଥାନାରେ ଏକ ମାମଲା ରୁଜୁ ହୋଇଛି । ଲକ୍ଷ୍ମଣଙ୍କୁ ଅଟକ ରଖି ପଚରାଉଚରା ଚାଲୁଛି ।

Share this story

World Odia Language Conferene