World Odia Language Conferene

ଜ୍ୱାଇଁ ସହ ପ୍ରେମ ସମ୍ପର୍କ ରଖି ଶାଶୁ ଫେରାର; ସେପଟେ ସ୍ୱାମୀ ଫେରାର ସ୍ତ୍ରୀର ଏହି ଲଜ୍ଜାଜନକ କଥା ଶୁଣି ବେହୋସ...

mother in law fled with son in law who are in love relationship

ଓଡ଼ିଆ ଗସିପ ବ୍ୟୁରୋ: ପ୍ରେମରେ ଜାତି, ବର୍ଣ୍ଣ, ଧର୍ମ ବା ବୟସ କିଛି ବି ଦେଖା ଯାଇନଥାଏ । କିନ୍ତୁ ଶାଶୁ ଓ ଜ୍ୱାଇଁଙ୍କ ପ୍ରେମ ସମ୍ପର୍କ କଥାଟା ଶୁଣିଲେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । ତେବେ ପ୍ରେମ ସମ୍ପର୍କର ଏଭଳି ଉଦାହରଣ ରାଜସ୍ଥାନର ସିରୋହୀ ଜିଲ୍ଲାରେ ଦେଖିବାକୁ ମିଳିଛି ।

ଏହି ଅଞ୍ଚଳରେ ଜଣେ ଶାଶୁ ତାଙ୍କ ଜ୍ୱାଇଁଙ୍କୁ ପ୍ରେମ କରି ଫେରାର ହୋଇ ଯାଇଥିବା ଘଟଣା ସାମ୍ନାକୁ ଆସିଛି । ଜ୍ୱାଇଁ ଜଣକ ନିଜ ଶ୍ୱଶୁରକୁ ଅତ୍ୟଧିକ ମଦ ପିଆଇ ବେହୋସ କରିବା ପରେ ନିଜ ଶାଶୁକୁ ନେଇ ଫେରାର ହୋଇ ଯାଇଥିଲା । ଯାହା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ନୂଆ ବର୍ଷରେ ମଦପ୍ୟଙ୍କ କୃରତା, କାର ଧକ୍କା ଦେଇ ଯୁବତୀଙ୍କୁ ୮କିମି ଘୋଷାଡି ଘୋଷାଡି ଛଟପଟ କରି ମାରିଲେ, ଉଲଗ୍ନଶରୀରକୁ ପୋଲିସ୍ କଲା ଉଦ୍ଧାର

ସୂଚନା ଅନୁଯାୟୀ ଏହି ଅଞ୍ଚଳର ସିୟାକରା ଗାଁରେ ରହୁଥିବା ଜଣେ ଶାଶୁଙ୍କୁ ନିଜ ଜ୍ୱାଇଁ ସହ ପ୍ରେମ ହୋଇ ଯାଇଥିଲା । ଝିଅର ସ୍ୱାମୀ ସହ ଅନୈତିକ ସମ୍ପର୍କ ସ୍ଥାପନ କରିଥିଲେ ଶାଶୁ । ୪୦ ବର୍ଷିୟ ଶାଶୁ ନିଜ ୨୭ ବର୍ଷିୟ ଜ୍ୱାଇଁକୁ ବିବାହ କରିବାକୁ ଚାହୁଁଥିଲେ । ଦୁଇ ଜଣ ଘରୁ ଫେରାର ହେବାର ଯୋଜନା ବନାଇଥିଲେ ।

ଏବଂ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ୩୦ ଡିସେମ୍ବରରେ ଦୁଇ ଜଣ ଫେରାର ହୋଇ ଯାଇଥିଲେ । ପିଡ଼ିତ ବ୍ୟକ୍ତି କହିଛନ୍ତି ସେ ନିଜ ଝିଅର ବିବାହ ମାମାୱଲୀରେ ରହୁଥିବା ନାରାୟଣ ଯୋଗୀଙ୍କ ସହ କରିଥିଲେ । ବିବାହ ପରେ ଝିଅ ଜ୍ୱାଇଁ ଘରକୁ ପ୍ରାୟତଃ ସମୟରେ ଆସୁଥିଲେ ।

୩୦ ଡିସେମ୍ବରରେ ଜ୍ୱାଇଁ ଏକା ଘରକୁ ଆସିଥିବାରୁ ଶ୍ୱଶୁର ତାଙ୍କ ସହ ପାର୍ଟି କରିଥିଲେ । ଏହି ସମୟରେ ଜ୍ୱାଇଁ ଶ୍ୱଶୁରଙ୍କୁ ଅତ୍ୟଧିକ ମଦ ପିଆଇଥିଲେ । ତାଙ୍କୁ ନିଶା ହୋଇ ଯାଇଥିବାରୁ ସେ ଶୋଇ ଯାଇଥିଲେ । ନିଦରୁ ଉଠିବା ପରେ ଜାଣିବାକୁ ପାଇଥିଲେ ତାଙ୍କ ସ୍ତ୍ରୀ ଏବଂ ଜ୍ୱାଇଁ ଘରେ ନାହାନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବନ୍ଦ ଘରୁ ଉଦ୍ଧାର ହେଲା ମହିଳା ଡାକ୍ତରଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ନେଇ ବଢ଼ୁଛି ସନ୍ଦେହ…

ସେପଟେ ଥାନା ଅଧିକାରୀ ବଳଭଦ୍ର ସିଂ କହିଛନ୍ତି ପୋଲିସ ଘଟଣାର ତଦନ୍ତ କରୁଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି କି ମହିଳାଙ୍କର ୩ଟି ଝିଅ ଓ ଗୋଟିଏ ପୁଅ ରହିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଜ୍ୱାଇଁ ଜଣଙ୍କ ୩ଟି ଛୁଆର ବାପା ଥିବା ମଧ୍ୟ ଜଣାପଡିଛି । ଜ୍ୱାଇଁ ଶାଶୁ ସହିତ ନିଜ ଝିଅକୁ ମଧ୍ୟ ସାଙ୍ଗରେ ନେଇକ ଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Share this story