ନୂଆ ବର୍ଷରେ ମଦପ୍ୟଙ୍କ କୃରତା, କାର ଧକ୍କା ଦେଇ ଯୁବତୀଙ୍କୁ ୮କିମି ଘୋଷାଡି ଘୋଷାଡି ଛଟପଟ କରି ମାରିଲେ, ଉଲଗ୍ନଶରୀରକୁ ପୋଲିସ୍ କଲା ଉଦ୍ଧାର

horrific death of 20 years old girl dragged by car after accident

ଓଡ଼ିଆ ଗସିପ ବ୍ୟୁରୋ: ନୂଆବର୍ଷରେ ଦେଶର ରାଜଧାନୀ ଦିଲ୍ଲୀରୁ ଛାତି ଥରାଇଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ନୂଆବର୍ଷର ମଉଜ ମଜଲିସ ଭିତରେ ଜଣେ ଯୁବତୀଙ୍କୁ କାରରେ ୭-୮ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ଘୋଷାଡି ନେଇଛନ୍ତି ୫ ରାକ୍ଷସରୂପି ମଣିଷ । ନୃସଂଶସତାର ସବୁ ସୀମା ଅତିକ୍ରମ କରିଛନ୍ତି ୫ ଯୁବକ । ଆଉ ୭-୮ କିଲୋମିଟର କାରରେ ଘୋଷାଡି ନେବା କାରଣରୁ ଯୁବତୀଙ୍କର ମୃତ୍ୟୁ ହୋଇଛି ।

ଶନିବାର-ରବିବାର ରାତି ୩ଟା ବେଳେ ପୋଲିସ ପିସିଆରକୁ ଏକ ଫୋନ୍ କଲ ଆସିଥିଲା । ଜଣେ ଯୁବତୀ ରାସ୍ତା କଡରେ ଉଲଗ୍ନ ହୋଇ ପଡି ରହିଥିବା ନେଇ ସୂଚନା ମିଳିଥିଲା । ଏହି ସୂଚନା ମିଳିବା କ୍ଷଣି ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଜଣେ ଯୁବତୀଙ୍କୁ ଲହୁଲୁହାଣ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଏମଆରଆଇ (MRI) ଏବଂ ସମସ୍ତ ଡାକ୍ତରୀ ପରୀକ୍ଷା ସାରିବା ପରେ ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମୁହଁ ଖୋଲିଲେ ଡାକ୍ତର, କହିଲେ...

ଯୁବତୀଙ୍କ ଶରୀରରେ କପଡା ତ ନଥିଲା । ଏପରିକି ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା । ଆଉ ଯୁବତୀଙ୍କ ମୃତଦେହ ରାସ୍ତାକଡରେ ପଡିଥିଲା ।

ମିଳିଥିବା ସୂଚନା ମୁତାବକ, ଯୁବତୀ ଜଣକ ବିବାହ ଓ ଅନ୍ୟ ଇଭେଣ୍ଟରେ ପାର୍ଟ ଟାଇମ ଚାକିରି କରିଥିଲେ । ଏକ ବିବାହ ଉତ୍ସବରୁ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ତାଙ୍କ ସହ ଘଟିଥିବା କୁହାଯାଉଛି । ଯୁବତୀ ଜଣକ ସ୍କୁଟିରେ ଫେରୁଥିବା ବେଳେ ଏକ କାର ଧକ୍କା ଦେଇଥିଲା ।

ଏହାପରେ ୭-୮ କିଲୋମିଟର ପର୍ଯ୍ୟନ୍ତ ଯୁବତୀଙ୍କୁ ଘୋଷାଡି ନେଇଥିଲା କାର । ଆଉ ଏହି ସମୟରେ ଯୁବତୀଙ୍କ ଶରୀରରୁ ସବୁ କପଡା ବାହାରିଯିବା ସହ ପ୍ରାଣବାୟୁ ମଧ୍ୟ ଉଡି ଯାଇଥିଲା । ପୋଲିସର କହିବା ଅନୁଯାୟୀ, ଦୁର୍ଘଟଣା ପରେ କାରର ଚକାରେ ଫଶି ଯାଇଥିଲେ ଯୁବତୀ । ଯାହାଫଳରେ ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବନ୍ଦ ଘରୁ ଉଦ୍ଧାର ହେଲା ମହିଳା ଡାକ୍ତରଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ନେଇ ବଢ଼ୁଛି ସନ୍ଦେହ…

ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ କାରରେ ଥିବା ୫ ଜଣଙ୍କୁ ଏବେ ପଚରାଉଚରା କରୁଛି । କାରରେ ଥିବା ଯୁବକଙ୍କ ମେଡିକାଲ ଯାଞ୍ଚ କରାଯାଉଛି । ଉକ୍ତ ରାତିରେ କାରରେ ଥିବା ଯୁବକ ମାନେ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ କି ନାହିଁ ଜାଣିବାକୁ ପ୍ରୟାସ ଜାରି ରଖିଛି ପୋଲିସ ।

Share this story