ଏମଆରଆଇ (MRI) ଏବଂ ସମସ୍ତ ଡାକ୍ତରୀ ପରୀକ୍ଷା ସାରିବା ପରେ ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମୁହଁ ଖୋଲିଲେ ଡାକ୍ତର, କହିଲେ...

Doctor reveals about the health condition of Rishabh Pant

ଓଡ଼ିଆ ଗସିପ ବ୍ୟୁରୋ: ଏମଆରଆଇ (MRI), ସିଟି ସ୍କାନ (CT Scan) ଏବଂ ସମସ୍ତ ଟେଷ୍ଟ ସାରିବା ପରେ ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମୁହଁ ଖୋଲିଲେ ଡାକ୍ତର, କହିଲେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ।

ଧୀରେ ଧୀରେ ସୁଧୁରୁଛି ଟିମ୍ ଇଣ୍ଡିଆ ୱିକେଟ କିପର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା । ରିଷଭଙ୍କୁ ଏବେ ଆଇସିୟୁରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି । ପୂର୍ବରୁ ତାଙ୍କର ଏମଆରଆଇ ସ୍କାନ କରାଯାଇଥିଲା, ଏଥିରେ ତାଙ୍କର ମସ୍ତିଷ୍କ ଓ ମେରୁଦଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା । ତେବେ ରିଷଭଙ୍କ ଲିଗାମେଣ୍ଟକୁ ଆଘାତ ଲାଗିଛି । ଏହା ଠିକ୍ ହେବାକୁ ୩ରୁ ୬ ମାସ ସମୟ ଲାଗିବ ବୋଲି କୁହାଯାଉଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ରିଷଭ ପନ୍ତଙ୍କ ଆସିଲା ଏମଆରଆଇ ରିପୋର୍ଟ; ଡାକ୍ତର କହିଲେ ତାଙ୍କ ମସ୍ତିଷ୍କ ଓ ମେରୁଦଣ୍ଡ...

ଏହାକୁ ନେଇ ରିଷଭଙ୍କୁ ସେହି ସମୟ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବାକୁ ପଡ଼ିବ । ଦୁର୍ଘଟଣା ବେଳେ ରିଷଭଙ୍କ ମୁହଁରେ ମଧ୍ୟ ଆଘାତ ଲାଗିଥିଲା । ଏହାକୁ ଭରିବାକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏକ ଡାକ୍ତରୀଦଳ ନଜର ରଖିଛନ୍ତି ।

ବିସିସିଆଇ ମଧ୍ୟ ଲଗାତର ଭାବେ ଯୋଗାଯୋଗରେ ରହିଛି । ରିଷଭଙ୍କୁ ଭେଟିବାକୁ ହସ୍ପିଟାଲରେ ତାଙ୍କ ପ୍ରଶଂସକଙ୍କ ଭିଡ଼ ମଧ୍ୟ ଜମୁଛି । ଏହାକୁ ନେଇ ତାଙ୍କ ପରିବାର ଅପିଲ କରିଛନ୍ତି ଯେ, ରିଷଭଙ୍କ ଚିକିତ୍ସା ଚାଲିଥିବା ସେ କିପରି ଅଧିକ ବିଶ୍ରାମ ନେଇପାରିବେ, ତାହା ଗୁରୁତ୍ୱପୂର୍ଣ୍ଣ । ଏଥିପ୍ରତି ତାଙ୍କୁ ଭେଟିବାକୁ ଆସୁଥିବା ଲୋକମାନେ ଧ୍ୟାନ ଦେବାକୁ ପରିବାର ଅନୁରୋଧ କରିଛନ୍ତି ।

Share this story