ରିଷଭ ପନ୍ତଙ୍କ ଆସିଲା ଏମଆରଆଇ ରିପୋର୍ଟ; ଡାକ୍ତର କହିଲେ ତାଙ୍କ ମସ୍ତିଷ୍କ ଓ ମେରୁଦଣ୍ଡ...

MRI report of Cricketer Rishabh Pant revealed by doctor

ଓଡ଼ିଆ ଗସିପ ବ୍ୟୁରୋ: କାର ଦୁର୍ଘଟଣାର ଆହତ ହୋଇଥିବା କ୍ରିକେଟର ଋଷଭ ପନ୍ତଙ୍କ ମସ୍ତିକ ଏବଂ ମେରୁଦଣ୍ଡର ଏଆଆରଆଇ ରିପୋର୍ଟ ସାମ୍ନାକୁ ଆସିଛି । ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ହୋଇଥିବା ଏମଆରଆଇ ରିପୋର୍ଟ ନର୍ମାଲ ଅଛି । ଉଭୟ ମସ୍ତିସ୍କ ଏବଂ ମେରୁଦଣ୍ଡ ସାଧାରଣ ଅବସ୍ଥାକୁ ଫେରିଆସିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ମୁହଁ ସହ ଶରୀରର କିଛି କ୍ଷତ ସ୍ଥାନରେ ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଛି । ମ୍ୟାକ୍ସ ହସ୍ପିଟାଲ ଡାକ୍ତରଙ୍କ ଯୋଗାଯୋଗରେ ରହିଛି ବିସିସିଆଇ । ଆବଶ୍ୟକ ପଡ଼ିଲେ ପନ୍ତଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯିବ ବୋଲି ଦିଲ୍ଲୀ ଆଣ୍ଡ ଡିସଟ୍ରିକ୍ଟ କ୍ରିକେଟ ଆସୋସିଏସନର ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ନିଦ ପାଇଁ ନୁହେଁ ବରଂ ଏହି କାରଣରୁ ହୋଇଥିଲା ଋଷଭଙ୍କ ମର୍ସିଡିଜ୍‌ କାର ଦୁର୍ଘଟଣା ! ହସ୍ପିଟାଲ ବେଡରେ ଦୁର୍ଘଟଣାର କାରଣ କହିଲେ ପନ୍ତ

ଦୁର୍ଘଟଣାରେ ରିଷଭଙ୍କ ଡାହାଣ ଆଂଠୁର ଲିଗାମେଂଟକୁ ଆଘାତ ଲାଗିଛି । ଏହା ଠିକ୍ ହେବାକୁ ସମୟ ଲାଗିବ । ରିଷିକେଶ ଏମ୍ସର ଡାକ୍ତର ଡକ୍ଟର କମର ଆଜମ କହିଛନ୍ତି ଯେ, ରିଷଭଙ୍କ ଲିଗାମେଂଟ ଆଘାତ ପୁରା ଠିକ୍ ହେବାକୁ ୩ରୁ ୬ ମାସ ସମୟ ଲାଗିବ ।

ଆଉ ଯଦି ଏହି ଆଘାତ ଅଧିକ ଗୁରୁତର ହୋଇଥାଏ, ତାହେଲେ ଆହୁରି ଅଧିକ ସମୟ ଲାଗିପାରେ । ଫଳରେ ରିଷଭ ଅଷ୍ଟ୍ରେଲିଆ ବିପକ୍ଷରେ ଫେବ୍ରୁଆରୀ ୯ରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜରୁ ଦୂରେଇ ରହିବେ । ସେହିପରି ଆଇପିଏଲରେ ମଧ୍ୟ ରିଷଭ ଖେଳିବା ସମ୍ଭବ ହେବ ନାହିଁ ।

ପନ୍ତଙ୍କ ଗାଡି ଦୂର୍ଘଟଣା ପରେ ଏବେ ଇଂଟରନେଟରେ ଭାଇରାଲ ହେଉଛି ଋଷବ ପନ୍ତଙ୍କ ଏକ ପୁରୁଣା ଭଡିଓ । ଯେଉଁଥିରେ ପନ୍ତଙ୍କ ସହ ଅଛନ୍ତି ଶିଖର ଧାୱନ । ଉଭୟ ଦିଲ୍ଳୀ କ୍ୟାପିଟାଲସ୍ ପକ୍ଷରୁ ଖେଳୁଥିବା ବେଳେ ଏହି ଭିଡିଓ କରାଯାଇଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଫେଲ ମାରିଲା ପୋଲିସ ଡିସିପିଙ୍କ ବଡ ବାର୍ତ୍ତା, ନୂଆ ବର୍ଷ ଆରମ୍ଭରେ ରାଜଧାନୀରେ ବୁଲିଲା ଖଣ୍ଡା...

ପନ୍ତ ଓ ଧାୱନ ବିଭିନ୍ନ ବିଷୟ ଉପରେ ଆଲୋଚନା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଶେଷରେ ପନ୍ତ ଧାୱନଙ୍କୁ ତାଙ୍କ ପାଇଁ କଣ ପରାମର୍ଶ ଦେବେ ବୋଲି ପଚାରିଥିବା ବେଳେ ଧାୱନ ତାଙ୍କୁ ଗାଡି ଧିରେ ଚଳାଇବାକୁ କହିଛନ୍ତି ।

ଦୁର୍ଘଟଣା ସ୍ଥଳରେ ଫରେନ୍ସିକ ଟିମ ଯାଂଚ କରିଛି । ସେପଟେ ବଲିଉଡ ଅଭିନେତା ଅନୁପମ ଖେର ଓ ଅନୀଲ କାପୁର ହସ୍ପିଟାଲରେ ରିଷଭଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

Share this story