ଫେଲ ମାରିଲା ପୋଲିସ ଡିସିପିଙ୍କ ବଡ ବାର୍ତ୍ତା, ନୂଆ ବର୍ଷ ଆରମ୍ଭରେ ରାଜଧାନୀରେ ବୁଲିଲା ଖଣ୍ଡା...

anti-socials create violence in Bhubaneswar on New year eve

ଓଡ଼ିଆ ଗସିପ ବ୍ୟୁରୋ: ଜିରୋ ନାଇଟ୍ ରେ ଜନସାଧରଣଙ୍କ ସୁରକ୍ଷା ପାଇଁ ରାଜଧାନୀରେ ସୁରକ୍ଷା ଲାଗି ୧୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ୧୭ ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇ ମଦ୍ୟପଙ୍କ ଉପରେ ନଜର ରଖାଯିବ । ୪ଟି ସ୍ଥାନରେ କୁଇକ ଆକ୍ସନ ଟିମ ନିୟୋଜିତ ହେବେ । ୩ଟି ସ୍ଥାନରେ ଷ୍ଟ୍ରାଇକିଙ୍ଗ ଫୋର୍ସ ନିୟୋଜିତ ହେବାସହ ଘନ ଘନ ପାଟ୍ରୋଲିଂ ବ୍ୟବସ୍ଥା ହୋଇଛି ବୋଲି ଭୁବନେଶ୍ୱର ଡିସିପି ବଡ ବାର୍ତ୍ତା ଦେଇଥିଲେ ।

ହେଲେ ତାଙ୍କର ଏହି ବାର୍ତ୍ତାରେ ଏବେ ଫସର ଫାଟିଯାଇଛି । କାହିଁକି ନା ପୋଲିସର ରାତି ତମାମ ପେଟ୍ରୋଲିଂ ସତ୍ତ୍ୱେ ନୟାପଲ୍ଲୀରେ ଜିରୋ ନାଇଟ୍ ଆତଙ୍କରାଜ ଖେଳିଯାଇଥିଲା । ନୂଆ ବର୍ଷ ଆରମ୍ଭରେ ରାଜଧାନୀରେ ବୁଲିଲା ଖଣ୍ଡା । ପୁଣି ଅସୁରକ୍ଷିତ ହୋଇପଡିଛି ରାଜଧାନୀ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ କରିବାକୁ ଯାଉଥିଲେ ଜାଣନ୍ତୁ ପୁଲିସର କଣ ରହିଛି ନିୟମ, ଆପଣ ବି ଫଶି ପାରନ୍ତି…

ଭୁବନେଶ୍ୱର ନୟାପଲ୍ଲୀ ଛକରେ ବୁଲିଲା ମାରଣାସ୍ତ । ଜିରୋ ନାଇଟରେ ଆତଙ୍କରାଜ । ସାହି ସାହି ମଧ୍ୟରେ ଗଣ୍ଡାଗୋଳ ହୋଇଛି । ନୂଆ ବର୍ଷ ପାଳନକୁ ନେଇ ଗଣ୍ଡଗୋଳ ହୋଇଛି ।

ଗାଡି ଭଙ୍ଗାରୁଜା ହୋଇଛି । ଏହା ସହ ଖଣ୍ଡା ବୁଲିଥିବା ମଧ୍ୟ ଦେଖିବାକୁ ମିଳିଛି । ସିସିଟିଭିରେ ଘଟଣାର ପୂରା ଦୃଶ୍ୟ କଏଦ ହୋଇଛି ।

ବର୍ଷ ଆରମ୍ଭରୁ ରାଜଧାନୀରେ ବୁଲିଲା ଖଣ୍ଡା । ପତିଆର ଜାହିର କରିବାକୁ ନୂଆବର୍ଷରେ ଖଣ୍ଡା ଧରି ଆତଙ୍କ ରଚିଲେ ଦୁର୍ବୁତ୍ତ । ସିସିଟିଭିରେ କଏଦ ହେଲା ଭଙ୍ଗାରୁଜା ଚିତ୍ର। ଘଟଣା ଘଟିଛି ନୟାପଲ୍ଲୀ ଥାନା ଭୋଇ ସାହିରେ। ନୂଆ ବର୍ଷ ପାଳନକୁ ନେଇ ଦୁଇ ସହି ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: କେମିତି କଟିବ ନୂତନ ବର୍ଷ -୨୦୨୩: ଜାଣନ୍ତୁ କଣ ରହିଛି ଆପଣଙ୍କ ଭାଗ୍ୟ ଚକ୍ର ଏବଂ ୩ଟି ରାଶିର ବାର୍ଷିକ ରାଶିଫଳ…

ସୂଚନା ଅନୁସାରେ, ଗତକାଲି ରାତିରେ କ୍ଲବ ସଦସ୍ୟ ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଯାହାର ଆପୋଷ ସମାଧାନ କରାଯାଇଥିଲା । ହେଲେ ବିଳମ୍ବିତ ରାତିରେ ଘଟଣା ପୁଣି ଉଗ୍ରରୂପ ଧାରଣ କରିଥିଲା । ୧୫ରୁ ୨୦ ଯୁବକ ମାରଣାସ୍ତ୍ର ଧରି ସାହିରେ ଆତଙ୍କ ଖେଳାଇଥିଲେ ।

ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭିତ କରୁଥିବା ଦେଖିବାକୁ ମିଳିଥିଲା । ରାଜଧାନୀର ଉତ୍ପାତ ମଚାଇଥିବା ଏହି ଅସାମାଜିକ ଯୁବକମାନଙ୍କ ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାହାକୁ ଆଧାର କରି ନୟାପଲ୍ଲୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Share this story