World Odia Language Conferene

ପ୍ରେମିକା ଘର ସମ୍ମୁଖରେ ପ୍ରେମିକର ଶବ, ହତ୍ୟା ନା ଆତ୍ମହତ୍ୟା..?

police recovered male lover deceased body in front of female lover house

ଓଡ଼ିଆ ଗସିପ ବ୍ୟୁରୋ: ବଲାଙ୍ଗିର ସଦରଥାନା ଦୁଆନପାଲି ଗାଁରେ ଘଟିଛି ଚାଂଚଳ୍ୟକର ଘଟଣା । ଜଣେ ପ୍ରେମିକାର ଘର ସମ୍ମୁଖରେ ପଡି ରହିଛି ପ୍ରେମିକର ଶବ । ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଜାରି ରହିଛି ସସପେନସ ।

ମୃତ ଯୁବକ ଜଣକ କୁମପଥର ଗାଁର ଗାନ୍ଧି ଷାଣ୍ଡ ବୋଲି ଜଣାପଡିଛି । ଗାନ୍ଧି ଦୁଆନପାଲି ଗାଁର ଜଣେ କଲେଜ ପଢୁଆ ଝିଅକୁ ଭଲ ପାଉଥିଲେ । କିନ୍ତୁ ଏ ସଂପର୍କକୁ ନେଇ ରାଜି ନଥିଲେ ଉଭୟ ପରିବାର ଲୋକ । ଯାହା ଫଳରେ ଦୁଇ ପ୍ରେମୀ ଯୁଗଳ କିଛି ମାସ ତଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଜ୍ୱାଇଁ ସହ ପ୍ରେମ ସମ୍ପର୍କ ରଖି ଶାଶୁ ଫେରାର; ସେପଟେ ସ୍ୱାମୀ ଫେରାର ସ୍ତ୍ରୀର ଏହି ଲଜ୍ଜାଜନକ କଥା ଶୁଣି ବେହୋସ...

କିନ୍ତୁ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ । ଗତକାଲି ନୂଆବର୍ଷରେ ପ୍ରେମିକ ଗାନ୍ଧି ନିଜ ପ୍ରେମିକାକୁ ଭେଟିବାକୁ ଆସିଥିଲେ । କିନ୍ତୁ ସଂନ୍ଧ୍ୟାରେ ପ୍ରେମିକାର ଘର ସମ୍ମୁଖରେ ଗାନ୍ଧିର ଶବ ପଡିଥିବା ଦେଖାଯାଇଥିଲା ।

ଗାନ୍ଧିଙ୍କ ପେଟରେ ଗଭୀର ଆଘାତ ଲାଗିଛି । ପ୍ରେମିକାଙ୍କ ଘର ଲୋକେ, ଏହାକୁ ଆତ୍ମହତ୍ୟା ବୋଲି କହୁଛନ୍ତି । ଏମିତିକି ଗାନ୍ଧି ନିଜେ ନିଜକୁ ଛୁରି ଭୁଷି ଆତ୍ମହତ୍ୟା କରିଥିବା କହିଛନ୍ତି ।

କିନ୍ତୁ ପ୍ରେମିକଙ୍କ ଘର ଲୋକ ଏହାକୁ ହତ୍ୟା ସନ୍ଦେହ କରୁଛନ୍ତି । ଅଭିଯୋଗ ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହାସହ ସଦର ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ପାଖ ପଡ଼ୋଶୀ ଲୋକଙ୍କୁ ପଚରାଉଚରା କରିବା ସହ ଯୁବତୀଙ୍କ ପରିବାର ଲୋକଙ୍କୁ ପଚାରାଉଚରା କରୁଛି ।

Share this story