ଯୋଡା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲାର ଆସିଲା ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟ, କୁଆଡ଼େ ଗଲେ ଡାକ୍ତରାଣୀ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ...

Doctor reveals the post-mortem report of female doctor Subhashree Kar

ଓଡ଼ିଆ ଗସିପ ବ୍ୟୁରୋ: ଯୋଡା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲାର ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ବିଷ ଜନିତ ମୃତ୍ୟୁ ନୋଇ ସନ୍ଦେହ ପ୍ରକାଶ କଲେ ଡାକ୍ତର । ଫରେନସିକ୍ ଲ୍ୟାବ ରିପୋର୍ଟ ପରେ ପ୍ରକୃତ କାରଣ ଜଣାପଡିବ । ଫରେନସିକ ଲ୍ୟାବ ଏ ନେଇ ନମୁନା ପଠାଯାଇଛି । ସିଡିଏମଓଙ୍କୁ ଡାକ୍ତର ପ୍ରାଥମିକ ରିପୋର୍ଟ ଦେଇଛନ୍ତି । ସିଡିଏମଓ କିଶୋର ଚନ୍ଦ୍ର ପୃଷ୍ଟିଙ୍କ ସୂଚନା ।

ଏସବୁ ଭିତରେ ସନ୍ଦେହ ଘେରକୁ ଆସିଛନ୍ତି ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝି । ଡିସେମ୍ବର ୨୦ ତାରିଖରେ ଶୁଭଶ୍ରୀ ତାଙ୍କ ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝୀଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲାରେ ଦର୍ଶାଇଥିଲେ, ଦିବ୍ୟରଞ୍ଜନ ମାଝି ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ବନ୍ଧୁତା ଥିଲା । ଏପରିକି ବିବାହ କରିବା ବିଷୟରେ ଉଭୟ ଚିନ୍ତା କରୁଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଯିଏ ଇଜ୍ଜତ୍‌ ଲୁଟିଥିଲା, ତା’ ପ୍ରେମରେ ପଡ଼ି ମା’ର ଜୀବନ ନେଇଗଲା ଝିଅ

ସେମାନେ ଦୀର୍ଘ ସମୟ ଧରି ଫୋନରେ କଥା ହେଉଥିଲେ । ତେବେ ଦିବ୍ୟରଞ୍ଜନ ତାଙ୍କ ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ । ହେଲେ ଏହାପରେ ଯେତେବେଳେ ଶୁଭଶ୍ରୀ ବିବାହ ପାଇଁ କହିଥିଲେ, ଦିବ୍ୟରଂଜନ ତାଙ୍କ ଠାରୁ ଦୂରେଇ ଯିବାକୁ ଚେଷ୍ଟା କରିଥିଲେ । ଏଫଆଇଆର ସାମ୍ନାକୁ ଆସିବା ପରେ ମାମଲା ନୂଆ ମୋଡ଼ ନେଇଛି ।

ସନ୍ଦେହ ଭିତରକୁ ଆସିଥିବା ତାଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ ଇସ୍ତଫା ଦେଇ ସାରିଥିବା ସୂଚନା ମିଳିଛି । ଗତ ଡିସେମ୍ବର ୧ରେ ସେ ଇସ୍ତଫାପତ୍ର ଲେଖିଛନ୍ତି । ତେବେ ଏହାକୁ ସେ ୨୦ ତାରିଖରେ ପଠାଇଥିବା ସୂଚନା ମିଳିଛି । ଗୁଆଲି ନୂଆଗାଁ JSW ଫାଷ୍ଟଏଡ୍ ସେଣ୍ଟରରୁ ସେ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ରରେ ବିବାହ ପାଇଁ ଭୁବନେଶ୍ୱର ଯାଉଥିବା ଉଲ୍ଲେଖ କରିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଯେଉଁ ଛାତ୍ରୀଙ୍କୁ ବିଦ୍ୟା ଶିଖାଇଲେ ସେହି ଛାତ୍ରୀଙ୍କୁ ବିଦ୍ୟାରାଣ ପକାଇ ନେଇ ଟ୍ୟୁସନ୍‌ ସାର୍‌ ଫେରାର, ବାପା ମା ଛଟପଟ...

ସେପଟେ ପୋଷ୍ଟମର୍ଟମ ରିପୋର୍ଟରେ ବିଷକ୍ରିୟାରୁ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଶବ ବ୍ୟବଛେଦ କରାଯାଇଥିଲା ।

ସେଠାରୁ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ । ସନ୍ଦେହଜନକ ଅବସ୍ଥାରେ ଘରୁ ତାଙ୍କ ମୃତଦେହ ମିଳିଥିଲା । ବିଳମ୍ବିତ ରାତି ଯାଏଁ ଡ୍ୟାନ୍ସ, ସହକର୍ମୀଙ୍କ ସହିତ ଭୋଜିଭାତ ପରେ ହଠାତ୍ କିଭଳି ହେଲା ଏହି ୨୫ ବର୍ଷିୟା ଡାକ୍ତରାଣୀଙ୍କ ମୃତ୍ୟୁ, ସେ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍ ।

Share this story