ଯେଉଁ ଛାତ୍ରୀଙ୍କୁ ବିଦ୍ୟା ଶିଖାଇଲେ ସେହି ଛାତ୍ରୀଙ୍କୁ ବିଦ୍ୟାରାଣ ପକାଇ ନେଇ ଟ୍ୟୁସନ୍‌ ସାର୍‌ ଫେରାର, ବାପା ମା ଛଟପଟ...

Tuition sir fled away with girl student in love affairs

ଓଡ଼ିଆ ଗସିପ ବ୍ୟୁରୋ: ସବୁ କଳିଯୁଗ କାହିଁକି ନା ଯାହାକୁ ପାଠ ପଢା ଶିଖାଇଲେ ସେହି ଛାତ୍ରୀଙ୍କୁ ହିଁ ପ୍ରେମ କରି ବସିଲେ ଟ୍ୟୁସନ୍‌ ସାର୍‌ । ଆଉ ପରିଣାମ ଟ୍ୟୁସନରୁ ନାବାଳିକା ଛାତ୍ରୀକୁ ନେଇ ଫେରାର ମାଷ୍ଟର ।

ଏଭଳି ଏକ ଘଟଣା ଗତ ଡ଼ିସେମ୍ବର ୭ ରେ ସଦର ଥାନା ଅନ୍ତର୍ଗତ ତଳଜଙ୍ଗ ଗାଁରେ ଘଟିଛି । ନାବାଳିକା ତଥା ଦଶମ ଶ୍ରେଣୀର ଛାତ୍ରୀ ଜଣକ ଏହି ଗାଁର ବିକ୍ରମ ନାୟକଙ୍କ ପାଖେ ଟ୍ୟୁସନ ହେଉଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: କଣ ରେପ୍ କରି ୧୨ କିମି ଘୋଷାଡି ମାରିଥିଲେ କି ଯୁବତୀଙ୍କୁ ? ୧୦ ପେଜ ପୋଷ୍ଟ ମର୍ଟମ ରିପୋର୍ଟ୍ ରେ ବଡ ଖୁଲାଶା

ଛାତ୍ରୀଙ୍କୁ ଟ୍ୟୁସନ କରିବା ସହିତ ବିକ୍ରମ ପ୍ରତ୍ୟେକ ଦିନ ରାତିରେ ତାଙ୍କୁ ଫୋନ କରୁଥିଲେ । ଆଉ ରାତିସାରା ମାଷ୍ଟ୍ରେ ଛାତ୍ରୀକୁ କୁଆଡେ ଭରପୁର ପ୍ରେମ ଜ୍ଞାନ ଦେଇଆସୁଥିଲେ ବୋଲି ଶୁଣିବାକୁ ମିଳୁଛି । ଏହି ଘଟଣା ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ପରେ ଟ୍ୟୁସନ୍ ମାଷ୍ଟର ବିକ୍ରମ୍‌ଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା ।

କିଛି ଦିନ ଜେଲରେ ରହିବା ପରେ ବିକ୍ରମ ମୁକୁଳି ଥିଲେ । କିନ୍ତୁ ଡିସେମ୍ବର ୭ ତାରିଖରେ ନାବାଳିକାଙ୍କୁ ନେଇ ବିକ୍ରମ ଫେରାର ହୋଇଥିବା ନାବାଳିକାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଏମଆରଆଇ (MRI), ସିଟି ସ୍କାନ (CT Scan) ଏବଂ ସମସ୍ତ ଟେଷ୍ଟ ସାରିବା ପରେ ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମୁହଁ ଖୋଲିଲେ ଡାକ୍ତର, କହିଲେ...

ଏହି ଘଟଣା ପରେ ପରିବାର ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଝିଅକୁ ଖୋଜିବାରେ ବିଳମ୍ବ ହେବାରୁ ପରିବାର ଲୋକ ବାରମ୍ବାର ଥାନାକୁ ଦୌଡ଼ି ଥିଲେ । କିନ୍ତୁ ପରିବାର ଲୋକଙ୍କୁ ସେଠାରେ ପୋଲିସଙ୍କ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଥିଲା ।

ଏନେଇ ନାବାଳିକାଙ୍କ ଦିବ୍ୟାଙ୍ଗ ବାପା ଅଭିଯୋଗ ଆଣିଛନ୍ତି । ଝିଅକୁ ଫେରି ପାଇବା ଆଶାରେ ଥାନାକୁ ଯାଇ ପୋଲିସର ଦୁର୍ବ୍ୟବହାର ବିରୋଧରେ ସୋମବାର ପରିବାର ଲୋକ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ।

Share this story

World Odia Language Conferene