World Odia Language Conferene

ଏମଆରଆଇ (MRI), ସିଟି ସ୍କାନ (CT Scan) ଏବଂ ସମସ୍ତ ଟେଷ୍ଟ ସାରିବା ପରେ ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମୁହଁ ଖୋଲିଲେ ଡାକ୍ତର, କହିଲେ...

After MRI and CT scan doctors revealed the health condition of cricketer Rishabh Pant

ଓଡ଼ିଆ ଗସିପ ବ୍ୟୁରୋ: ଏମଆରଆଇ (MRI), ସିଟି ସ୍କାନ (CT Scan) ଏବଂ ସମସ୍ତ ଟେଷ୍ଟ ସାରିବା ପରେ ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମୁହଁ ଖୋଲିଲେ ଡାକ୍ତର, କହିଲେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ।

ଧୀରେ ଧୀରେ ସୁଧୁରୁଛି ଟିମ୍ ଇଣ୍ଡିଆ ୱିକେଟ କିପର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା । ରିଷଭଙ୍କୁ ଏବେ ଆଇସିୟୁରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି । ପୂର୍ବରୁ ତାଙ୍କର ଏମଆରଆଇ ସ୍କାନ କରାଯାଇଥିଲା, ଏଥିରେ ତାଙ୍କର ମସ୍ତିଷ୍କ ଓ ମେରୁଦଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା । ତେବେ ରିଷଭଙ୍କ ଲିଗାମେଣ୍ଟକୁ ଆଘାତ ଲାଗିଛି । ଏହା ଠିକ୍ ହେବାକୁ ୩ରୁ ୬ ମାସ ସମୟ ଲାଗିବ ବୋଲି କୁହାଯାଉଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବନ୍ଦ ଘରୁ ଉଦ୍ଧାର ହେଲା ମହିଳା ଡାକ୍ତରଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ନେଇ ବଢ଼ୁଛି ସନ୍ଦେହ…

ଏହାକୁ ନେଇ ରିଷଭଙ୍କୁ ସେହି ସମୟ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବାକୁ ପଡ଼ିବ । ଦୁର୍ଘଟଣା ବେଳେ ରିଷଭଙ୍କ ମୁହଁରେ ମଧ୍ୟ ଆଘାତ ଲାଗିଥିଲା । ଏହାକୁ ଭରିବାକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏକ ଡାକ୍ତରୀଦଳ ନଜର ରଖିଛନ୍ତି ।

ବିସିସିଆଇ ମଧ୍ୟ ଲଗାତର ଭାବେ ଯୋଗାଯୋଗରେ ରହିଛି । ରିଷଭଙ୍କୁ ଭେଟିବାକୁ ହସ୍ପିଟାଲରେ ତାଙ୍କ ପ୍ରଶଂସକଙ୍କ ଭିଡ଼ ମଧ୍ୟ ଜମୁଛି । ଏହାକୁ ନେଇ ତାଙ୍କ ପରିବାର ଅପିଲ କରିଛନ୍ତି ଯେ, ରିଷଭଙ୍କ ଚିକିତ୍ସା ଚାଲିଥିବା ସେ କିପରି ଅଧିକ ବିଶ୍ରାମ ନେଇପାରିବେ, ତାହା ଗୁରୁତ୍ୱପୂର୍ଣ୍ଣ । ଏଥିପ୍ରତି ତାଙ୍କୁ ଭେଟିବାକୁ ଆସୁଥିବା ଲୋକମାନେ ଧ୍ୟାନ ଦେବାକୁ ପରିବାର ଅନୁରୋଧ କରିଛନ୍ତି ।

Share this story